Home କୋରାପୁଟ ସ୍କୁଲ ଖୋଲିବା ନେଇ କୋରାପୁଟ ସରକାରୀ ବାଳିକା ବିଦ୍ୟାଳୟ ଏସଏମସି ବୈଠକ

ସ୍କୁଲ ଖୋଲିବା ନେଇ କୋରାପୁଟ ସରକାରୀ ବାଳିକା ବିଦ୍ୟାଳୟ ଏସଏମସି ବୈଠକ

17

କୋରାପୁଟ ୦୬-୦୧ (ଓଡିଆ ପୁଅ /ରଂଜନ କୁମାର ଦାସ) ଆସନ୍ତା ୮ ତାରିଖ ଦିନ ସ୍କୁଲ ଖୋଲିବ। ଦଶମ ଶ୍ରେଣୀ ଛାତ୍ରଛାତ୍ରୀମାନେ ସ୍କୁଲକୁ ଆସିବେ। କୋଭିଡ ଗାଇଡଲାଇନକୁ ପାଳନ କରିବାକୁ ସରକାର କଡା ନିର୍ଦ୍ଦେଶ ଦେଇଥିବା ବେଳେ ଜିଲ୍ଲାରେ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ହୋଇଥିବା ଜଣାପଡିଛି। କୋରାପୁଟ ସରକାରୀ ବାଳିକା ବିଦ୍ୟାଳୟ ପରିଚାଳନା କମିଟିର ସ୍କୁଲ ଖୋଲିବାକୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା ବୋଲି ପ୍ରଧାନ ଶିକ୍ଷକ ଶ୍ରୀକାନ୍ତ ଜାନି ସୂଚନା ଦେଇଥିଲେ। ସମସ୍ତ ଅଭିଭାବକ ରାଜ୍ୟ ସରକାରଙ୍କ ନିଷ୍ପତିକୁ ସ୍ୱାଗତ କରିଥିଲେ। କୋରାପୁଟ ସରକାରୀ ବାଳିକା ହାଇସ୍କୁଲରେ ୧୩୫ ଜଣ ଦଶମଶ୍ରେଣୀ ଛାତ୍ରୀ ରହିଥିବା ବେଳେ ସେଥିମଧ୍ୟରୁ ୨୫ ଜଣ ହଷ୍ଟେଲରେ ରହୁଥିବା ଶ୍ରୀ ଜାନି ସୂଚନା ଦେଇଥିଲେ। ହଷ୍ଟେଲ ଛାତ୍ରୀମାନେ ୮ ତାରିଖ ସକାଳେ ପହଂଚିବେ ବୋଲି ସେ ପ୍ରକାଶ କରିଛନ୍ତି। ଶ୍ରେଣୀ ଗୃହ ଓ ହଷ୍ଟେଲ ସବୁ ସାନିଟାଇଜ କରାଯାଇଥିବା ବେଳେ ଶୌଚାଳୟକୁ ସଫା କରାଯାଇଥିବା ସେ ସୂଚନା ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.