Home ଜିଲ୍ଲା ପରିକ୍ରମା ସ୍କୁଟି ଓ ବାଇକ ସହ ମଦ ଜବତ; ୨ ଗିରଫ

ସ୍କୁଟି ଓ ବାଇକ ସହ ମଦ ଜବତ; ୨ ଗିରଫ

23

ଭଦ୍ରକ, ୨୭ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଅବକାରୀ ପୁଲିସ ପକ୍ଷରୁ ଆଜି ଭଣ୍ଡାରିପୋଖରୀ ମେଡିକାଲ ଛକ ଓ ମଞ୍ଜୁରୀରୋଡ ଅଞ୍ଚଳରେ ଚଢାଉ କରାଯାଇ ୧୬୦ ଲିଟର ଦେଶୀ ମତ ଜବତ କରାଯାଇଛି । ମଦ ପରିବହନ କାର୍ଯ୍ୟରେ ବ୍ୟବହୃତ ଓଡି ୩୪ ଏଫ ୨୦୭୫ ନଂ ବାଇକ ଓ ଓଡି ୩୪ ଏଲ ୬୦୯୮ ନଂ ସ୍କୁଟି ଜବତ କରାଯାଇଛି । ମଞ୍ଜୁରୀରୋଡରୁ ଚୋରା ମଦ ପରିବହନକାରୀ କେଉଁଝର ଜିଲ୍ଲା ଆନନ୍ଦପୁର ଥାନା ଅନ୍ତର୍ଗତ ମୁର୍ଗାଗୋଠ ଗ୍ରାମର ବିର ହୋ ଓ ଯାଜପୁର ଟାଉନ ଥାନା ଅନ୍ତର୍ଗତ ବିଦ୍ୟାଧରପୁର ଗ୍ରାମର କୁଳମଣି ଜେନାଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି । ଭଦ୍ରକ ଅବକାରୀ ଅଧିକ୍ଷକ ପ୍ରଦୀପ କୁମାର ଦାସଙ୍କ ନିର୍ଦ୍ଦେଶ କ୍ରମେ ଅବକାରୀ ଇନିସପେକ୍ଟର ଧନେଶ୍ୱର ବରାଡଙ୍କ ନେତୃତ୍ୱରେ ଧାମନଗର ଅବକାରୀ ଥାନା ଭାରପ୍ରାପ୍ତ ଅଧିକାରୀ ପ୍ରହଲ୍ଲାଦ ସାମଲ, ଏଏସଆଇ ପୁରୁଷୋତ୍ତମ ମଲ୍ଲିକ, କନେଷ୍ଟବଳ ଅନବାଦିତ୍ୟ ବାରିକ, ରମେଶ ନାୟକ, ଅଜିତ କୁମାର ସିଙ୍କୁ ପ୍ରମୁଖ ଚଢାଉରେ ଅଂଶଗ୍ରହଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.