Home ଜିଲ୍ଲା ପରିକ୍ରମା ମମିତା ମେହେର ହତ୍ୟା ପ୍ରତିବାଦରେ ୩୦ ତାରିଖ ଭଦ୍ରକ ବନ୍ଦ

ମମିତା ମେହେର ହତ୍ୟା ପ୍ରତିବାଦରେ ୩୦ ତାରିଖ ଭଦ୍ରକ ବନ୍ଦ

36

ଭଦ୍ରକ, ୨୭ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଓଡିଶାରେ ବିଜେଡିର ୨୧ ବର୍ଷର ଶାସନ କାଳରେ ନାରୀ ଧର୍ଷଣ ଏବଂ ହତ୍ୟା ଏକ ସାଧାରଣ ଘଟଣାରେ ପରିଣତ ହୋଇଛି । ଫଳରେ ବେବିନା, ଇତିଶ୍ରୀ, ମାଧବୀଲତା, ସ୍ମିତାରାଣୀ, କୁନି ଝିଅ ପରୀମାନେ ବଳାତ୍କାର ଓ ହତ୍ୟାର ଶୀକାର ହେଉଛନ୍ତି । ଏସମସ୍ତ ଘଟଣାରେ ନୀବନ ବାବୁଙ୍କ ମନ୍ତ୍ରୀମଣ୍ଡଳର ବହୁ ମନ୍ତ୍ରୀ ଓ ନେତାମାନେ ସଂପୃକ୍ତ ଅଛନ୍ତି । କିନ୍ତୁ ଶାସନର ଚକ ତଳେ ଏମାନଙ୍କ ଫାଇଲ ଚାପି ହୋଇ ଯାଇଛି । ପୁଲିସ ସେମାନଙ୍କ ନିକଟରେ ପହଞ୍ଚି ପାରିନାହିଁ ବୋଲି ଭଦ୍ରକ ଜିଲ୍ଲା ବିଜେପି କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା ସଭାପତି ହେମନ୍ତ କୁମାର ପାଢ଼ୀ କହିଛନ୍ତି । ଏହାର ପ୍ରତିବାଦରେ ଜିଲ୍ଲା ବିଜେପି ପକ୍ଷରୁ ଆସନ୍ତା ୩୦ ତାରିଖ ୬ଘଣ୍ଟିଆ ଭଦ୍ରକ ବନ୍ଦ ଡାକରା ଦିଆଯାଇଛି ବୋଲି ସେ କହିଛନ୍ତି । ଶ୍ରୀ ପାଢ଼ୀ ଆହୁରି ମଧ୍ୟ କହିଛନ୍ତିଯେ କଳାହାଣ୍ଡି ଜିଲ୍ଲା ମହାଲିଙ୍ଗ ଠାରେ ଘଟିଥିବା ଘଟଣା ଓଡିଶାର ଭାବମୂର୍ତ୍ତୀକୁ ସବୁଠି ମଳିନ କରିଛି । ସେଠାରେ ଥିବା ସନସାଇନ ପବ୍ଲିକ ସ୍କୁଲର ଅଧ୍ୟକ୍ଷା ମମିତା ମେହେରଙ୍କୁ ଗୋବିନ୍ଦ ସାହୁ ହତ୍ୟା କରିଛି ବୋଲି ପୁଲିସ ତଦନ୍ତ କରୁଛି ।

କିନ୍ତୁ ଘଟଣାରେ ସିଧାସଳଖ ସଂପୃକ୍ତ ଥିବା ଗୃହମନ୍ତ୍ରୀ କ୍ୟାପଟେନ୍ ଦିବ୍ୟଶଙ୍କର ମିଶ୍ରଙ୍କୁ ତଦନ୍ତ ପରିସରଭୂକ୍ତ କରୁ ନାହିଁ । ଏହା ଏକ ଘରୋଇ ଶିକ୍ଷାନୁଷ୍ଠାନ ହୋଇଥିଲେ ମଧ୍ୟ ଉକ୍ତ ବିଦ୍ୟାଳୟକୁ ପଶ୍ଚିମ ଓଡିଶା ବିକାଶ ପରିଷଦ, ସାଂସଦ, ବିଧାୟକଙ୍କ ହାତପାଣ୍ଠି ପ୍ରଚୁର ପରିମାଣରେ ଅନୁଦାନ ଆକରରେ ଦିଆଯାଇଛି । ତେଣୁ ଏଥିରୁ ସ୍ପଷ୍ଟଯେ ଉକ୍ତ ଶିକ୍ଷାନୁଷ୍ଠାନ ଉପରେ ଶାସକ ଦଳ ନେତାଙ୍କ ଅନୁକମ୍ପା । ଘଟଣା ଦୀର୍ଘ ଦିନରୁ ଘଟିଥିଲେ ମଧ୍ୟ ଏପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ନିରବ କାହିଁକି ବସିଛନ୍ତି ବୋଲି ଶ୍ରୀ ପାଢ଼ୀ ପ୍ରଶ୍ନ କରିଛନ୍ତି । ପ୍ରାକ୍ତନ ଜିଲ୍ଲା ସଭାପତି ବଦ୍ରୀ ନାରାୟଣ ଧଳ କହିଥିଲେଯେ ନବୀନ ବାବୁଙ୍କ ‘ଆଇନ ତା’ ବାଟରେ ଯିବ’ ଉକ୍ତି ବାଟବଣା ହୋଇଛି । ଉପରୋକ୍ତ ସମସ୍ତ ଘଟଣାରେ ଆଇନ ବାଟବଣା ହୋଇଛି । ତେଣୁ ନବୀନ ବାବୁ ମନ୍ତ୍ରୀ ଶ୍ରୀ ମିଶ୍ରଙ୍କୁ ମନ୍ତ୍ରୀମଣ୍ଡଳରୁ ବହିଷ୍କାର କରି ଗିରଫ କରିବାକୁ ଦାବି କରିଥିଲେ । ଅନୁରୂପ ରାଜ୍ୟ ସଂପାଦକ ଅଭିମନ୍ୟୁ ସେଠୀ କହିଥିଲେଯେ, ଗତ ୨୧ ବର୍ଷ ଶାସନ କାଳ ମଧ୍ୟରେ ନବୀନ ବାବୁ କୌଣସି ସମ୍ବେଦନଶୀଳ ଘଟଣାରେ ଆଜି ପର୍ଯ୍ୟନ୍ତ ମୁହଁ ନ ଖୋଲିବା ଦୁର୍ଭାଗ୍ୟଜନକ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.