Home ଜିଲ୍ଲା ପରିକ୍ରମା ସଡକ ଦୁର୍ଘଟଣା, ଜଣେ ଆହତ

ସଡକ ଦୁର୍ଘଟଣା, ଜଣେ ଆହତ

34

ଭଦ୍ରକ, ୨୭ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଭଣ୍ଡାରିପୋଖରୀ ଥାନା ଅନ୍ତର୍ଗତ ୧୬ ନଂ ଜାତୀୟ ରାଜପଥର କହରାପୋଖରୀ ନିକଟରେ ଆଜି ଜନୈକ ବାଇକ ଆରୋହୀଙ୍କୁ ଏକ ସର୍ପିଓ ପଛରୁ ଧକ୍କା ଦେବା ଫଳରେ ଆଇକ ଆରୋହୀ ଗୁରୁତର ଆହତ ହୋଇଥିବା ଜଣାଯାଇଛି । ସରସଦା ଗ୍ରାମର ଅକ୍ଷୟ ସ୍ୱାଇଁ ବାଇକରେ ଭଦ୍ରକ ଯାଉଥିବା ବେଳେ ଅପରାହ୍ନ ପ୍ରାୟ ୪ଟା ବେଳେ ପଛରୁ ଆସୁଥିବା ଏକ ଅଜଣା ସ୍କର୍ପିଓ ଗାଡି ଧକ୍କା ଦେଇ ଦ୍ରୁତ ବେଗରେ ପଳାଇଯାଇଥିଲା । ସ୍ଥାନୀୟ ଦମକଳ କେନ୍ଦ୍ର କର୍ମଚାରୀମାନେ ଆହତଙ୍କୁ ଉଦ୍ଧାର କରି ଭଣ୍ଡାରିପୋଖରୀ ମେଡିକାଲରେ ଭର୍ତ୍ତି କରିଥିଲେ । ତାଙ୍କୁ ପଥଚିକିତ୍ସା ପରେ ଭଦ୍ରକ ସ୍ଥାନାନ୍ତର କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.