Home ଜିଲ୍ଲା ପରିକ୍ରମା ସ୍କୁଟିରେ ମଦ ବେପାର କରିବାକୁ ଯାଇ ଗ୍ରାମବାସୀଙ୍କ ହାତରେ ଧରାପଡିଲା

ସ୍କୁଟିରେ ମଦ ବେପାର କରିବାକୁ ଯାଇ ଗ୍ରାମବାସୀଙ୍କ ହାତରେ ଧରାପଡିଲା

64

ଭଦ୍ରକ, ୨୯ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ରାଜ୍ୟରେ କରୋନାର ଦ୍ୱିତୀୟ ଲହରୀ ଚାଲିଥିବାବେଳେ କେତେକ ଅସାଧୁ ମଦ ମାଫିଆ ଏହାର ସୁଯୋଗ ନେଉଛନ୍ତି । ଲକଡାଉନ୍ ଓ ସଟଡାଉନ୍ ଚାଲିଥିବାବେଳେ ଏହି ଚୋରା ମଦ ବେପାରୀମାନେ ସେମାନଙ୍କର ଦଲାଲ ମାନଙ୍କ ସହାୟତାରେ ଖୋଲମଖୋଲା ନିଜର ବ୍ୟବସାୟକୁ ଚଳାଇ ଚାଲିଛନ୍ତି । ଏହିଭଳି ଏକ ଘଟଣା ଦେଖିବାକୁ ମିଳିଛି ଏହି ଜିଲାର ବାସୁଦେବପୁର ବ୍ଲକ୍ ଲୁଙ୍ଗା ପଂଚାୟତର ଉରୁଣିଆ ଗ୍ରାମରେ । ଏଠାରେ କେତେକ ମଦ ବ୍ୟବସାୟୀ ନିଜର ଜନୈକ କର୍ମଚାରୀଙ୍କ ଜରିଆରେ ସ୍କୁଟିରେ ମଦ ବେପାର କରିବାକୁ ଯାଇ ଗ୍ରାମବାସୀଙ୍କ ହାତରେ ଧରାପଡିଥିଲା । ପରବର୍ତ୍ତୀ ସମୟରେ ଗ୍ରାମବାସୀମାନେ ସଂପୃକ୍ତ ଯୁବକଙ୍କୁ ଧରି ସ୍କୁଟି ଓ ମଦ ସହ ପୁଲିସ୍‌ର ଜିମା ଦେଇଥିବାର ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.