Home ଜିଲ୍ଲା ପରିକ୍ରମା କରୋନା ଯୁଦ୍ଧରେ ହାରିଯାଇ ମୃତ୍ୟୁବରଣ କରିଥିବା ୩ ସାମ୍ବାଦିକଙ୍କ ଉଦ୍ଦେଶ୍ୟରେ ଶୋକସଭା

କରୋନା ଯୁଦ୍ଧରେ ହାରିଯାଇ ମୃତ୍ୟୁବରଣ କରିଥିବା ୩ ସାମ୍ବାଦିକଙ୍କ ଉଦ୍ଦେଶ୍ୟରେ ଶୋକସଭା

33

ଭଦ୍ରକ, ୨୯ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – କରୋନା ମହାମାରୀ ଏବେ ସାମ୍ବାଦିକମାନଙ୍କ ପାଇଁ କାଳ ହୋଇଛି । ଦ୍ୱିତୀୟ ଲହରରେ ଆମ ରାଜ୍ୟରେ ଅନେକ କାର୍ଯ୍ୟରତ ସାମ୍ବାଦିକ ପ୍ରାଣ ହରାଇଛନ୍ତି । ଗତ ଦୁଇଦିନ ମଧ୍ୟରେ ୩ ଜଣ ସାମ୍ବାଦିକଙ୍କର ପ୍ରାଣହାନି ହୋଇଛି । ବରିଷ୍ଠ ସାମ୍ବାଦିକ ବସନ୍ତ ଦାସଙ୍କ ସମେତ ଅନ୍ୟ ଦୁଇ ଯୁବ ସାମ୍ବାଦିକ କନକ ନ୍ୟୁଜ୍‌ର ଅସିତ୍ ବେହେରା ଓ ଜି ଓଡ଼ିଶାର ରଘୁନାଥ ସାହୁଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ଜଣାଇ ପରଲୋକଗତ ଆତ୍ମାର ସଦ୍‌ଗତି କାମନା କରିଛନ୍ତି । ତେବେ କ୍ରମାଗତ ଭାବେ ସାମ୍ବାଦିକ ମାନଙ୍କ କରୋନା ଜନିତ ମୃତ୍ୟୁକୁ ନେଇ ସମସ୍ତଙ୍କ ମଧ୍ୟରେ ଦୁଃଖର ଛାୟା ଖେଳିଯାଇଛି । ଆଜି ଭଦ୍ରକ ଜିଲା ସାମ୍ବାଦିକମାନଙ୍କ ପକ୍ଷରୁ ଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ଏକ ଶୋକସଭା ଅନୁଷ୍ଠିତ ହୋଇଛି । ଏଥିରେ ସମସ୍ତ ଜିଲାସ୍ତରୀୟ ସାମ୍ବାଦିକ ଯୋଗ ଦେଇ ଦିବଂଗତ ଆତ୍ମାର ସଦ୍‌ଗତି କାମନା କରିଥିଲେ । ମୁଖ୍ୟମନ୍ତ୍ରୀ ସାମ୍ବାଦିକମାନଙ୍କୁ କେବଳ କରୋନା ଯୋଦ୍ଧା ଉପାଧି ଦେଇ ମୃତ୍ୟୁକାଳୀନ ୧୫ ଲକ୍ଷ ଟଙ୍କା ଅନୁକମ୍ପା ରାଶି ଘୋଷଣା କରିଥିବାବେଳେ ସାମ୍ବାଦିକମାନେ ଜୀବିତ ଅବସ୍ଥାରେ ପ୍ରାଣବଳି ଦେଇ କାର୍ଯ୍ୟ କରୁଛନ୍ତି । ସେମାନେ କୌଣସି ସହାୟତା ପାଉନଥିବାରୁ ଏହି ଶୋକସଭାରେ ଗଭୀର କ୍ଷୋଭ ପ୍ରକାଶ ପାଇବା ସହ ସରକାରୀ କରୋନା ଯୋଦ୍ଧାଙ୍କ ମୃତ୍ୟୁ କାଳୀନ ୫୦ ଲକ୍ଷ ଟଙ୍କା ଭଳି ସହାୟତା ଦେବାକୁ ଦାବି ହୋଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.