Home ଜିଲ୍ଲା ପରିକ୍ରମା ମଦ ବେପାରୀ ଗିରଫ, ବାଇକ୍ ଜବତ, ୫ ଗିରଫ

ମଦ ବେପାରୀ ଗିରଫ, ବାଇକ୍ ଜବତ, ୫ ଗିରଫ

77

ଭଦ୍ରକ, ୨୯ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଅବକାରୀ ବିଭାଗ ପକ୍ଷରୁ ଜିଲାର ବିଭିନ୍ନ ସ୍ଥାନରେ ଚଢାଉ କରାଯାଇ ବିପୁଳ ପରିମାଣର ମଦ ଓ ବାଇକ୍ ଜବତ ସହ ୫ ଜଣଙ୍କୁ ଗିରଫ କରାଯାଇଛି । ପ୍ରାପ୍ତ ସୂଚନା ଅନୁଯାୟୀ ବନ୍ତ ବ୍ଲକ୍‌ର କେନ୍ଦୁଆପଦା ଠାରେ ଏହି ବିଭାଗ ୫୦ ଲିଟର ଦେଶୀ ମଦ ଜବତ ସହ ଏକ ବାଇକ୍ ଜବତ କରିଛି । ଏବଂ ବନ୍ତ ଥାନା ଅଧୀନସ୍ଥ ପଧାନପଡାର ଦୁଇ ଅଭିଯୁକ୍ତ ସୁନୀଲ ମୁଣ୍ଡା ଓ ରାଜା ମୁଣ୍ଡାଙ୍କୁ ଗିରଫ କରିଛନ୍ତି । ସେହିଭଳି କେନ୍ଦୁଝର ଜିଲା ନନ୍ଦିପଦା ଥାନା ଅଧୀନସ୍ଥ ଇଞ୍ଚଲ ଗ୍ରାମର ସୁଦର୍ଶନ ଜେନା ଓ ଭଦ୍ରକ ଜିଲା ବନ୍ତ ଥାନା ଅଧୀନସ୍ଥ ପଧାନପଡା ଶାସନର ପିଣ୍ଟୁ ମୁଣ୍ଡା ଓ ଜୟରାମ ମୁଣ୍ଡାଙ୍କ ଠାରୁ ମଂଜୁରୀରୋଡ ଛକ ଓ ବନ୍ତଛକ ନିକଟରୁ ୧୬୦ ଲିଟର ମଦ ଜବତ ସହ ଦୁଇଟି ବାଇକ୍ ଜବତ କରି ୩ ଜଣଙ୍କୁ ଗିରଫ କରିଛନ୍ତି । ଏ ସମସ୍ତ ଅଭିଯୁକ୍ତଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.