Home ଓଡ଼ିଶା ସ୍କୁଟିକୁ ଧକ୍କା ଦେଲା ଟ୍ରକ, ଯୁବତୀ ଗୁରୁତର

ସ୍କୁଟିକୁ ଧକ୍କା ଦେଲା ଟ୍ରକ, ଯୁବତୀ ଗୁରୁତର

306

ଢେଙ୍କାନାଳ,୧୧/୦୯,(ଓଡ଼ିଆ ପୁଅ ପି ନାଏକ): ଢେଙ୍କାନାଳ ୫୫ନଂ ଜାତୀୟ ରାଜପଥର ଢେଙ୍କାନାଳ ବାଏପାସରେ ଏକ ସ୍କୁଟିକୁ ଟ୍ରକ୍ ଧକ୍କା ଦେଇଛି । ସଡକ ଦୁର୍ଘଟଣାରେ ସ୍କୁଟିରେ ଯାଉଥିବା ଯୁବତୀ ଗୁରୁତର ହୋଇଛନ୍ତି । ଗୁରୁତର ଯୁବତୀ ଜଣଙ୍କ ବନ୍ଧନ ବ୍ୟାଙ୍କ ଢେଙ୍କାନାଳ ଶାଖାର କର୍ମଚାରୀ ଶାନ୍ତିଲତା ପରିଡା ବୋଲି ଜଣାପଡିଛି । ଗୁରତର ଶାନ୍ତିଲତାଙ୍କ ଘର ବାଲେଶ୍ବର ବୋଲି ଜଣାପଡିଛି । ତାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ଢେଙ୍କାନାଳ ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ମାତ୍ର ତାଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ କଟକ ଏସସିବିକୁ ସ୍ଥାନାନ୍ତର କରାଯାଇଛି । ସେ ବ୍ୟାଙ୍କର କଲେକ୍ସନରେ ଯାଉଥିବାବେଳେ ଢେଙ୍କାନାଳ ବାଏପାସର ଶକ୍ତି ସୁଗାର ନିକଟରେ ତାଙ୍କୁ ଏହି ଟ୍ରକ ଧକ୍କା ଦେଇଥିଲା । ଦୁର୍ଘଟଣାଗ୍ରସ୍ତ ଟ୍ରକକୁ ପୋଲିସ ଜବତ କରିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.