Home ଜିଲ୍ଲା ପରିକ୍ରମା ସୌମ୍ୟରଂଜନଙ୍କ ସନ୍ଦେହଜନକ ମୃତ୍ୟୁ ଆତ୍ମହତ୍ୟା ନା ହତ୍ୟା!, ନିରପେକ୍ଷ ତଦନ୍ତ ଦାବି କଲା ପରିବାର

ସୌମ୍ୟରଂଜନଙ୍କ ସନ୍ଦେହଜନକ ମୃତ୍ୟୁ ଆତ୍ମହତ୍ୟା ନା ହତ୍ୟା!, ନିରପେକ୍ଷ ତଦନ୍ତ ଦାବି କଲା ପରିବାର

70

ଭଦ୍ରକ, ୧୩ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧୀନସ୍ଥ ଆରଡିଛକରେ ଏକ ଭଡାଘରେ ରହି ଘରୋଇ ଟବାକୋ କଂପାନୀରେ ଚାକିରୀ କରୁଥିବା ଜଣେ ଯୁବକର ମୃତଦେହ ସନ୍ଦେହଜନକ ଅବସ୍ଥାରେ ରୋଷେଇଘରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହେବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ଏହି ଘଟଣାର ପାରିପାର୍ଶ୍ୱିକ ଅବସ୍ଥାକୁ ଦେଖି ସ୍ଥାନୀୟ ଲୋକେ ଏହାକୁ ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି ଆଲୋଚନା କରୁଥିବାବେଳେ ମୃତ ଯୁବକର ଭିଣୋଇ ଏ ସଂପର୍କରେ ଗ୍ରାମାଞ୍ଚଳ ଥାନାରେ ଅଭିଯୋଗ ପତ୍ର ଦେଇଥିବାର ଜଣାପଡିଛି। ତେବେ ଖବର ପାଇ ଗ୍ରାମାଞ୍ଚଳ ଥାନା ପୁଲିସ୍ ଘଟଣାସ୍ଥଳରେ ପହଞ୍ôଚ ମୃତ ଯୁବକର ଶବକୁ ଜବତ କରି ସରଜମିନ୍ ତଦନ୍ତ ପରେ ଭଦ୍ରକ ଜିଲା ମୁଖ୍ୟ ଚିକିତ୍ସାଳୟରେ ବ୍ୟବଚ୍ଛେଦ କରାଇ ତାର ପରିବାର ଲୋକଙ୍କୁ ହସ୍ତାନ୍ତର କରିଛନ୍ତି। ଏହି ଘଟଣା ସଂପର୍କରେ ମିଳିଥିବା ତଥ୍ୟ ଅନୁସାରେ ଯାଜପୁର ଜିଲା କଳିନ୍ଦ୍ରାବାଦ ହଜାରିସାହି ନିବାସୀ ସ୍ୱର୍ଗତଃ ବାଇଧର ସାହୁଙ୍କ ପୁତ୍ର ସୌମ୍ୟରଂଜନ (୩୬) ଭଦ୍ରକର ଆରଡିଛକରେ ଥିବା ଇଣ୍ଡିଆନ ଟବାକୋ କଂପାନୀ ନାମକ ଏକ ଘରୋଇ ସଂସ୍ଥା (ଆଇଟିସି) ରେ ସେଲ୍‌ସମେନ୍ ଭାବେ କାର୍ଯ୍ୟ କରୁଥିଲା। ସେ ସେଠାରେ କାର୍ଯ୍ୟ କରିବା ମଧ୍ୟରେ ସ୍ଥାନୀୟ ଧନଞ୍ଜୟ ଲେଙ୍କା ନାମକ ଜଣେ ଶିକ୍ଷକଙ୍କ ଘରେ ଭଡାସୂତ୍ରରେ ରହିଆସୁଥିଲା।

ତାହା ସହ ତାର ଦୁଇ ସାଥୀ ବିଂଝାରପୁର ଅରେଇ ଗ୍ରାମନିବାସୀ ଶୁଭ୍ରାଂଶୁ ବେହେରା (୨୨) ଓ ଖଣ୍ଡରା ଗ୍ରାମନିବାସୀ ବଟକୃଷ୍ଣ ପାଣିଗ୍ରାହୀ (୪୨) ରହିଆସୁଥିଲେ। ଆଜି ସକାଳେ ସୌମ୍ୟରଂଜନର ଅନ୍ୟ ଦୁଇ ସାଥୀ ଡ୍ୟୁଟି କରିବାକୁ ଯିବା ସମୟରେ ତାକୁ ଡାକିଥିବାବେଳେ ସେ ଦେହ ଅସୁସ୍ଥ ଥିବାର କହି ଘରେ ରହିଥିଲା। ଇତିମଧ୍ୟରେ ଦିନ ପ୍ରାୟ ୧୧ଟା ସମୟରେ ସୌମ୍ୟ ରହୁଥିବା ଭଡାଘର ନିକଟରେ ଅନ୍ୟ ଏକ ଘରେ ଭଡାସୂତ୍ରରେ ରହୁଥିବା ପ୍ରଶାନ୍ତ ଦାସ ନାମକ ବ୍ୟକ୍ତିଙ୍କ ପତ୍ନୀ ସବିତା ନିକଟରୁ ସୌମ୍ୟର ମୃତ୍ୟୁ ସଂପର୍କରେ ଖବର ପାଇ ଅନ୍ୟ ଦୁଇ ସାଥୀଙ୍କୁ ଜଣାଇଥିଲେ ଓ ଆରଡିଛକରେ ପରିବା ବ୍ୟବସାୟ କରିଥିବା ସୌମ୍ୟରଂଜନର ଭିଣୋଇ ଅନୀଲ କୁମାର ମାଝୀଙ୍କୁ ଖବର ଦେଇଥିଲେ। ସେମାନେ ଘଟଣାସ୍ଥଳରେ ପହଞ୍ôଚବା ବେଳକୁ ପ୍ରଶାନ୍ତ ଶବକୁ ତଳକୁ ଓହ୍ଲାଇ ସାରିଥିଲେ। ତେବେ ସୌମ୍ୟଙ୍କ ମୃତଦେହ ରୋଷେଇଘର କଡାରେ ଏକ ପ୍ଲାଷ୍ଟିକ୍ ଦୌଡାରେ ଫାଶୀ ଅବସ୍ଥାରେ ଦେଖିବାକୁ ମିଳିଥିଲା ବୋଲି ପ୍ରଥମେ ଦେଖିଥିବା ସବିତା ବୟାନ ଦେଇଥିଲେ ମଧ୍ୟ ମୃତକଙ୍କ ପାଟିରେ କନା ବିଣ୍ଡା ଦିଆଯାଇଥିବା ଓ ମୋବାଇଲ୍ ନମିଳିବା ଘଟଣା ଏହା ଏକ ହତ୍ୟାକାଣ୍ଡ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି। ଏପରିକି ମୃତଦେହ ଦେଖିଥିବା ସବିତା କେଉଁ ପରିସ୍ଥିତିରେ ଓ କାହିଁକି ଉକ୍ତ ଘରକୁ ଯାଇଥିଲେ, ତାହା ମୃତ ଯୁବକର ପରିବାର ଲୋକଙ୍କୁ ସନ୍ଦେହରେ ପକାଇଛି। ଏବଂ ସୌମ୍ୟରଂଜନ ଅବିବାହିତ ଥିବାରୁ ଏ ସଂପର୍କରେ ଏକ ନିରପେକ୍ଷ ତଦନ୍ତ କରାଯାଇ ପ୍ରକୃତ ସତ୍ୟାସତ୍ୟ ଉନ୍ମୋଚନ କରିବାକୁ ପରିବାର ଗଣମାଧ୍ୟମ ନିକଟରେ ଦାବି କରିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.