Home ଓଡ଼ିଶା ସୋ ଟାଇମ୍ ପକ୍ଷରୁ ଜଣାଶୁଣା କଳାକାର ଓ ସମାଜସେବୀ ମାନଙ୍କୁ ସମ୍ମାନ ଓ ସମ୍ବର୍ଦ୍ଧନା

ସୋ ଟାଇମ୍ ପକ୍ଷରୁ ଜଣାଶୁଣା କଳାକାର ଓ ସମାଜସେବୀ ମାନଙ୍କୁ ସମ୍ମାନ ଓ ସମ୍ବର୍ଦ୍ଧନା

89

ପୁରୀ ୨୧-୧୨ (ଓଡ଼ିଆ ପୁଅ) ସୋ ଟାଇମ୍ ୨୦୨୧ ପକ୍ଷରୁ ପୁରୀର ସ୍ୱର୍ଣ୍ଣାଭ ବେଳାଭୂମିରେ ରଂଗାରଗ ପରିବେଶ ମଧ୍ୟରେ ଅନୁଷ୍ଠିତ ହୋଇଛି। ୧୯ ତମ ଓଡିଆ ଚଳଚ୍ଚିତ୍ର ଓ ଦୂରଦର୍ଶନ ସମ୍ମାନ ଉତ୍ସବ। କାର୍ଯ୍ୟକ୍ରମରେ ଜଣାଶୁଣା କଳାକାର ଓ ସମାଜସେବୀମାନଙ୍କୁ ସମ୍ମାନ ଓ ସମ୍ବର୍ଦ୍ଧନା ଦିଆଯାଇଥିଲା। ଏହାସହ ୩୨ ଜଣ ପ୍ରଖ୍ୟାତ କଳାକାରଙ୍କୁ ସୋ ଟାଇମ୍ ପୁରସ୍କାର ଦିଆଯାଇଥିଲା।

Winning Spoting ପକ୍ଷରୁ ଆୟୋଜିତ ଉଦଘାଟନ ଉତ୍ସବରେ ଅତିଥି ଭାବେ ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମା, ମୋ କଲେଜ ଅଭିଯାନର ଅଧ୍ୟକ୍ଷ ଆକାଶ ଦାଶ, ଅଭିନେତା ତଥା ଓଏଫଡିସି ଅଧ୍ୟକ୍ଷ କୁନା ତ୍ରିପାଠୀ ପ୍ରମୁଖ ଯୋଗ ଦେଇଥିଲେ। ଏଲି ପାଢୀ, ସୋଫିଆ ଆଲାମ୍, ପ୍ରଦ୍ୟୁମ୍ନ ଲେଙ୍କା, ସୋନାଲି ଓଝା, ପ୍ରେମାଞ୍ଜନ ପରିଡା, ମହାପ୍ରସାଦ କର, ଅଳକା ଶତପଥୀ, ନିତୁ ପ୍ରିୟଦର୍ଶିନୀ, ଦିପ୍ତି ପାଢୀ, ସ୍ମିତାଞ୍ଜଳୀ ପତି, ରଶ୍ମିରଞ୍ଜନ ସ୍ବାଇଁ, ଏଲିନା ଦାଶ ପ୍ରମୁଖ ୩୨ ଜଣ କଳାକାରଙ୍କୁ ସୋ ଟାଇମ୍ ପୁରସ୍କାର ଦିଆଯାଇଥିଲା।

ସେହିପରି କାଳୀ ରଥ, ଚନ୍ଦ୍ରଶେଖର ଲେଙ୍କା, ଓ କେଦାର ମିଶ୍ରଙ୍କୁ ସ୍ବତନ୍ତ୍ର ସମ୍ବର୍ଦ୍ଧନା ଦିଆଯାଇଥିଲା। ସେହିପରି ଟେଲିଭିଜନ କ୍ଷେତ୍ରରେ ମଧ୍ୟ ବିଭିନ୍ନ କ୍ଷେତ୍ର ପାଇଁ କଳାକରଙ୍କୁ ସମ୍ମାନିତ କରାଯାଇଥିଲା। କାର୍ଯ୍ୟକ୍ରମ ଆରମ୍ଭରୁ ମାହାରୀ ନୃତ୍ୟ, ଦୂର୍ଗା ଓ ଶ୍ରୀଗଣେଶ ବନ୍ଦନା ନୃତ୍ୟ ଉପସ୍ଥିତ ଦର୍ଶକଙ୍କୁ ବାନ୍ଧି ରଖିଥିଲା। ଭୁବନେଶ୍ୱର ଓ କଟକର କଳାକାର ମାନେ ମଡର୍ଣ୍ଣ ଡାନ୍ସ, ଫ୍ୟାସନ ସୋ ଓ ସଂଗୀତ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଥିଲା। ଅନୁଷ୍ଠାନର ମୁଖ୍ୟ ପୁରୋଧା ସ୍ବର୍ଗତ ନବ ପ୍ରଧାନଙ୍କ ସ୍ମୃତିରେ ଚଳିତ ବର୍ଷ ଅନୁଷ୍ଠିତ ଏହି ଉତ୍ସବରେ ଅନ୍ୟତମ ଅତିଥି ଭାବେ ଯୁବ ନେତା ତଥା ସଙ୍ଗଠକ ଶୁଭାଶିଷ ଖୁଣ୍ଟିଆ, ଅମିତ ମଲ୍ଲିକ, ଚକ୍ରଧର ମହାପାତ୍ର, ପୂର୍ବତନ ନଗରପାଳ ଗୈରହରି ପ୍ରଧାନ, ଭଗବାନ ସୁଆରଙ୍କ ସହ ଉଇନିଙ୍ଗ ସ୍ପୋର୍ଟିଙ୍ଗ ସମ୍ପାଦିକା ସନ୍ଧ୍ୟରାଣୀ ପ୍ରଧାନ ପ୍ରମୁଖ ଯୋଗଦେଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.