Home ଓଡ଼ିଶା ଚିତ୍ତରଂଜନ ପଲେଇଙ୍କ ସଂଦେହ ଜନକ ମୃତ୍ୟୁ: ଫରେନସିକ ଲ୍ୟାବର ରିପୋର୍ଟକୁ ଅପେକ୍ଷା

ଚିତ୍ତରଂଜନ ପଲେଇଙ୍କ ସଂଦେହ ଜନକ ମୃତ୍ୟୁ: ଫରେନସିକ ଲ୍ୟାବର ରିପୋର୍ଟକୁ ଅପେକ୍ଷା

37

ପୁରୀ ୨୧-୧୨ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ପୁରୀ ବ୍ରହ୍ମଗିରି ବହୁ ଚର୍ଚ୍ଚିତ ଚିତ୍ତରଂଜନ ପଲେଇଙ୍କ ସଂଦେହ ଜନକ ମୃତ୍ୟୁ ଘଟଣାକୁ କ୍ରାଇମବ୍ରାଞ୍ଚ ତଦନ୍ତ ଜାରି ରଖିଛି। ତେବେ ପୁରୀ ମେଡ଼ିକାଲରେ ମୃତ ଚିତ୍ତରଂଜନଙ୍କ ହୋଇ ଥିବା ପୋଷ୍ଟମୋର୍ଟମ ରିପୋର୍ଟ ଆସିଛି। ପୁରୀ ADMO ଙ୍କ କହିବା କଥା ଏହି ରିପୋର୍ଟ ପୋଲିସ, କ୍ରାଇମବ୍ରାଞ୍ଚ, ଫରେନସିକ ଲ୍ୟାବକୁ ଦିଆଯାଇଛି। ଫରେନସିକ ଲ୍ୟାବର ରିପୋର୍ଟକୁ ପୋଷ୍ଟ ମୋର୍ଟମ ରିପୋର୍ଟରେ ମେଳ କରାଯିବ। ପରେ ସ୍ପଷ୍ଟ ହେବ ଚିତ୍ତର ମୃତ୍ୟୁ ଦୁର୍ଘଟଣା ଜନିତ ନା ପାଣିରେ ବୁଡିକି ଅବା ହତ୍ୟା ହୋଇଛି ତାହା ସ୍ପଷ୍ଟ ହେବ। ତେବେ ପୁରୀ ADMO ପ୍ରଣବ ସଙ୍କର ଦାସ କହିଛନ୍ତି ମୃତ ଚିତ୍ତରଂଜନ ପଲ୍ଲେଇର ଶବ ବ୍ୟବଚ୍ଛେଦ ରିପୋର୍ଟ ଦୁଇ ଜଣିଆ ଡାକ୍ତର ଟିମ ଦ୍ବାରା କରାଯାଇଛି। ବ୍ୟବଚ୍ଛେଦ ରିପୋର୍ଟରେ ଶରୀରର ବିଭିନ୍ନ ସ୍ଥାନରେ କ୍ଷତ ଚିହ୍ନ ରହିଥିବା ଉଲେଖ ରହିଛି। ଏହା ଦୁର୍ଘଟଣା ଜନିତ ହୋଇ ପାରେ ବୋଲି ଅନୁମାନ କରାଯାଉଛି। ସେହିପରି ପାଣି ବୁଡି ଯାଇ ମୃତ୍ୟୁ ହୋଇଥିବା ଉଲ୍ଲେଖ ମଧ୍ୟ ରହିଛି। ଭିସେରା, ପୋଷ୍ଟ ମୋଟମ ରିପୋର୍ଟ, ରକ୍ତ ନମୁନା ପଠାଯାଇଛି। ଫୋରେନସିକ୍ ଟିମ୍ ରିପୋର୍ଟ ଆସିବା ପରେ ଫାଇନାଲ ରିପୋର୍ଟ ଜଣାପଡିବ। ସେପଟେ ଆଜି ଏହି ଘଟଣାରେ ଅଟକ ଥିବା ବ୍ୟକ୍ତିଙ୍କ ଲାଏ ଡିଟେକ୍ସନ ଟେଷ୍ଟ ହୋଇଛି।

ଚିତ୍ତ ମୃତ୍ୟୁ ମାମଲାରେ ଅଟକ ଥିବା ଜଗନ୍ନାଥ ଷଡଙ୍ଗୀ, ସର୍ବେଶ୍ୱର ଜେନା, ସୂର୍ଯ୍ୟପ୍ରସାଦ ମିଶ୍ର ଓ ଉମାକାନ୍ତ ପାଇକରାୟଙ୍କ ଲାଏ ଡିଟେକ୍ସନ୍ ଟେଷ୍ଟ କରାଯିବ ଭୁବନେଶ୍ୱରରେ। ତେବେ ଗତ ୧୧ ତାରିଖ ଶନିବାର ଚିତ୍ତଙ୍କ ମୃତ ଦେହ ପୁରୀ ସଦର ଥାନା ଗଡ଼ ମୃଗସିରା ବ୍ରିଜ ନିକଟ ନୂଆ ନଇ ନଦୀ ପଠାରୁ ପାଣି ଭିତରୁ ମିଳିଥିଲା। ପରେ ଏହି ଘଟଣାକୁ କ୍ରାଇମବ୍ରାଞ୍ଚ ତଦନ୍ତ ହାତକୁ ନେଇ ଥିଲା। ତେବେ ଚିତ୍ତଙ୍କ ମୃତ୍ୟୁ ଘଟଣା ଦୁର୍ଘଟଣା ନା ହତ୍ୟା ଏ ନେଇ ଏକ ସପ୍ତାହ ବିତି ଥିଲେ ମଧ୍ୟ କ୍ରାଇମବ୍ରାଞ୍ଚ ଏହାର ପଛରେ ଥିବା କାରଣ ଖୁଲାସା କରି ପାରିନାହିଁ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.