Home ଓଡ଼ିଶା ରଣପୁର ତହସିଲଦାର ଯୁଗଳ ମିଶ୍ରଙ୍କ ଉପସ୍ଥିତିରେ ଶବ ଜବତ ସ୍ୱାମୀ ଓ ଶାଶୁ ଗିରଫ

ରଣପୁର ତହସିଲଦାର ଯୁଗଳ ମିଶ୍ରଙ୍କ ଉପସ୍ଥିତିରେ ଶବ ଜବତ ସ୍ୱାମୀ ଓ ଶାଶୁ ଗିରଫ

31

ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୨୧/୧୨-(ନି.ପ୍ର)- ନୟାଗଡ ଜିଲ୍ଲା ରଣପୁର ଥାନା ଦର୍ପନାରାୟଣପୁର ଫାଣ୍ଡି ଅର୍ନ୍ତଗତ ଡେଙ୍ଗାଝରି ଗ୍ରାମରୁ ପୋଲିସ ଏକ ସନ୍ଦେହ ଜନକ ଅବସ୍ଥାରେ ମୃତ୍ୟୁ ବରଣ କରିଥିବା ନବ ବଧୁର ଶବ ଉଦ୍ଧାର କରିଥିଲା । ୨୧ ଡିସେମ୍ବର ସକାଳୁ ରଣପୁର ତହସିଲଦାର ଯୁଗଳ ମିଶ୍ରଙ୍କ ଉପସ୍ଥିତିରେ ମହିଳାଙ୍କ କୁ ଜବତ କରି ରଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର କୁ ପଞ୍ଚାନାମା ପାଇଁ ପଠାଇ ଥିବା ଜଣାପଡିଛି ।

ରଣପୁର ଥାନା ନିରୀକ୍ଷକ ଜ୍ୟୋତି ପ୍ରକାଶ ପଣ୍ଡା ନିଜେ ତଦନ୍ତ କରୁଥିବା ଜଣାପଡିଛି । ନବ ବଧୁର ଶାଶୁ ପନ୍ଦାରି ମାଣ୍ଡେଇ ଓ ସ୍ୱାମୀ ରିତୁ ମାଣ୍ଡେଇ କୁ ଗିରଫ କରିଥିବା ଜଣାପଡିଛି । ଅଧିକ ତଦନ୍ତ ପାଇଁ ପୋଲିସ ପଞ୍ଚନାମା ରିପୋର୍ଟକୁ ଅପେକ୍ଷା କରିଛି । ଶବ ପଞ୍ଚନାମା ପରେ ଶାଶୁଘର ଲୋକେ ଗିରଫ ହୋଇଥିବା ଯୋଗୁଁ ନବ ବଧୁର ବାପା ରବି ସୁବୁଧିକୁ  ପୋଲିସ ଶବ ହସ୍ତାନ୍ତର କରିଥିବା ସୂଚନା ମିଳିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.