Home କେନ୍ଦୁଝର ସୋସୋ ପଞ୍ଚାୟତରେ ୫ଟି ନଳକୂପ ଅଚଳ, ପାଣିପାଇଁ ସମସ୍ୟାରେ ଗ୍ରାମବାସୀ

ସୋସୋ ପଞ୍ଚାୟତରେ ୫ଟି ନଳକୂପ ଅଚଳ, ପାଣିପାଇଁ ସମସ୍ୟାରେ ଗ୍ରାମବାସୀ

139

ହାଟଡ଼ିହି, ୧୦ । ୧୨ : (ଓଡିଆପୁଅ / ବିକାଶ ବିଶ୍ୱାଳ) ହାଟଡିହି ବ୍ଲକ ସୋସୋ ପଞ୍ଚାୟତରେ ୫ଟି ନଳକୂପ ଅଚଳ ହୋଇ ପଡିରହିଥିବାବେଳେ ପଞ୍ଚାୟତ କର୍ତ୍ତୁପକ୍ଷ କିମ୍ବା ବ୍‌ଲକ କର୍ତ୍ତୁପକ୍ଷ ଏଐହାକୁ ମରାମତି କରୁନଥିବାରୁ ଲୋକମାନେ ପାଣି ପାଇଁ ନାନା ସମସ୍ୟାରେ ପଡୁଛନ୍ତି ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି । ସେମାନଙ୍କ ଅଭିଯୋଗ ଅନୁଯାଇ ଏଠାରେ ପାନୀୟଜଳ ପ୍ରକଳ୍ପ ନିର୍ମାଣ କରାଯାଇଥିଲେବି ସେଥିରେ ଆସୁଥିବା ପାଣି ଯଥେଷ୍ଟ ହେଉ ନାହିଁ । ଅଳ୍ପ ସମୟ ଭିତରେ ଟାଙ୍କିରୁ ପାଣି ସରିଯାଉଛି । ଗ୍ରାମର ହରିଜନ ସାହିରେ ଗୋଟିଏ, ସୋସୋ ବଜାର ପାଖରେ ଗୋଟିଏ, ସୋସୋ ସିଂହ ସାହିରେ ଗୋଟିଏ ଏବଂ ନିଉଦାନିରେ ଦୁଇଟି ନଳକୂପ ମାସେ ହେଲା ଅଚଳ ହୋଇ ପଡିଥିବାରୁ ଗ୍ରାମବାସୀମାନେ ପାଣି ପାଇଁ ନାନା ସମସ୍ୟା ଭୋଗ କରୁଛନ୍ତି । ଏ ସମ୍ପର୍କରେ ସେମାନେ ପଞ୍ଚାୟତର ଏସିଏମଙ୍କୁ କହୁଥିଲେବି ସେ ବ୍ଲକ କର୍ତ୍ତୁପକ୍ଷ ମରାମତି କରିବେ ବୋଲି କହି ଚାଲିଛନ୍ତି । ଫଳରେ ସାଧାରଣରେ ତୀବ୍ର ଅସନ୍ତୋଷ ବୃଦ୍ଧି ପାଉଛି । ସାଧାରଣ ଲୋକଙ୍କ ହୀତ ପାଇଁ ବ୍ଲକ ପ୍ରଶାସନ ତୁରନ୍ତ ଏନେଇ ପଦକ୍ଷେପ ନେବାକୁ ପୁର୍ବତନ ସରପଞ୍ଚ ବୈଲୋଚନ ନାୟକ ଦାବି କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.