Home କେନ୍ଦୁଝର ସୋସୋରେ ଟେନିସବଲ କ୍ରିକେଟ, ବାରିଗାଁ ଚମ୍ପିୟନ

ସୋସୋରେ ଟେନିସବଲ କ୍ରିକେଟ, ବାରିଗାଁ ଚମ୍ପିୟନ

43

ହାଟଡିହି-୧୦ /୧ (ଓଡିଆପୁଅ / ବିକାଶ ବିଶ୍ୱାଳ) ଗାନ୍ଧୀ ଯୁବକ ସଂଘ ସୋସୋ ପକ୍ଷରୁ ୪ର୍ଥ ବାର୍ଷିକ ଟେନିସ ବଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆଜି ଉଦଯାପିତ ହୋଇଯାଇଛି । ଆଜି ଅନୁଷ୍ଠିତ ଫାଇନାଲ ମ୍ୟାଚରେ ବାରିଗାଁ କ୍ରିକେଟ ଟିମ ପାଣିଛତ୍ର କ୍ରିକେଟ ଟିମକୁ ୨ରନରେ ପରାସ୍ତକରି ଚମ୍ପିୟନ ହୋଇଛି । ବାରିଗାଁ କ୍ରିକେଟ କ୍ଲବ ପ୍ରଥମେ ବ୍ୟାଟିଂକରି ୧୫ଓଭରରେ ୧୩୨ରନ କରିଥିବାବେଳେ ପାଣିଛତ୍ର କ୍ରିକେଟ ଟିମ ୧୩୦ରନ କରିବାକୁ ସମର୍ଥ ହୋଇଥିଲା । ପୁରସ୍କାର ବିତରଣୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଶିଳ୍ପପତି ଅଶୋକ ରାଉତ ଯୋଗଦେଇ ଚମ୍ପିୟନ ଓ ରନର୍ସଅପ ଦଳକୁ ପୁରସ୍କାର ବଣ୍ଟନ କରିଥିଲେ । ମ୍ୟାନ ଅଫ ଦି ମ୍ୟାଚ ଭାବେ ପାଣିଛତ୍ର ଟିମର ଚକ୍ରଧର ରାଉତ ଓ ମ୍ୟାନ ଅଫ ଦି ସିରିଜ ଭାବେ ବାରିଗାଁର ଦନ୍ତା ଭ୍ରୁାଁଙ୍କୁ ପୁରସ୍କୃତ କରାଯାଇଥିଲା । ଲିଟୁ ମାଝି ଓ ପପୁଲ ନାୟକ ଅମ୍ପାୟାର ଭାବେ ଖେଳ ପରିଚାଳନା କରିଥିବାବେଳେ ସ୍କୋରର ଭାବେ ସଫିକ ଖାନ, ସୋନୁ ପହି ଏବଂ ବିଜୁ ପତି ଖେଳର ଧାରାବୀବରଣୀ ପ୍ରଦାନ କରିଥିଲେ । ବିକାଶ ମାଝୀ, ଲିଟନ ରାଉତ, ଭରତ ବିନ୍ଧାଣି, ସତିଆ ମାଝୀ, ପପୁନ ସିଂହ, ବବୁଲ ରାଉତ, ଜତିନ ପଟେଲ, ବିଜୁ ପତି, ପପୁ ରାଉତ, ସିମ୍ପୁଲ ରାଉତ, ଚିକୁ ବଳ, ନିରୋଦ ରାଉତ ପ୍ରମୁଖ ଟୁର୍ଣ୍ଣାମେଣ୍ଟ ପରିଚାଳନା କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.