Home ଜିଲ୍ଲା ପରିକ୍ରମା ସୋସିଆଲ ମେଡିଆରେ କରୋନା ଭାଇରସ କୁ ନେଇ ଅପପ୍ରଚାର କରି ଗିରଫ ହେଲେ ଅଧ୍ୟାପକ

ସୋସିଆଲ ମେଡିଆରେ କରୋନା ଭାଇରସ କୁ ନେଇ ଅପପ୍ରଚାର କରି ଗିରଫ ହେଲେ ଅଧ୍ୟାପକ

184

ମାଲକାନଗିରି,୨୭ା୩ (ଓଡିଆ ପୁଅ )କରୋନା ଭୂତାଣୁ ପାଇଁ ସାରା ବିଶ୍ୱ ଏବେ ଭୟଭୀତ ହୋଇପଡିଥିବା ବେଳେ ଏହି କରୋନା ଭାଇରସ ସଂପର୍କରେ ସାମଜିକ ଗଣମାଧ୍ୟମରେ ଅପପ୍ରଚାର କରି ମାଲକାନଗିରି ର ଜଣେ ଅଧ୍ୟାପକ ଗିରଫ ହୋଇଛନ୍ତି । ମାଲକାନଗିରି ବିଜ୍ଞାନ ମହାବିଦ୍ୟାଳୟ ଅଧ୍ୟାପକ ଗତକାଲି ତାଙ୍କ ଫେସବୁକ,ଓ୍ୟାଟସ୍‌ଆପ ରେ ଲେଖିଥିଲେ କୋରାପୁଟ ଜିଲ୍ଲାରେ ପ୍ରଥମ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ଏହି ଖବର ବୁଜୁଳି ବେଗରେ ସମଗ୍ର ରାଜ୍ୟରେ ପ୍ରଚାର ହୋଇଯାଇଥିବାରୁ ଏହାର ସତ୍ୟାସତ୍ୟ ଜାଣିବା ପାଇଁ ମାଲକାନଗିରି ଜିଲ୍ଲାପାଳ ମନୀଷଅଗ୍ରଓ୍ୟାଲ, ଏସପି ରିଶିକେଶ ଡି ଖିଲାରୀ ଙ୍କ ନିର୍ଦ୍ଦେଶ କ୍ରମେ ମାଲକାନଗିରି ଥାନା ଅଧିକାରୀ ରାମପ୍ରସାଦ ନାଗଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ଅନୁସନ୍ଧାନ କାରୀ ଟିମ ଗଠନ କରାଯାଇ କୋରାପୁଟ ହସପିଟାଲରେ ଯାଇ ବୁଝିଥିଲେ କୌଣସି କରୋନା ଆକ୍ରନ୍ତ ରୋଗୀ ଚିହ୍ନଟ ହୋଇ ନାହାଁନ୍ତି ଏହା ମିଥ୍ୟା ଖବର । ଏହି ମିଥ୍ୟା ଓ ଗୁଜବ ଖବର ଜାଣିବା ପରେ ଏହି ଗୁଜବ କୁ କିଏ ପ୍ରଚାର କରିଛନ୍ତି ପୁଲିସ ତଦନ୍ତ କରି ଜାଣିପାରିଥିଲେ ମାଲକାନଗିରି ବିଜ୍ଞାନ କଲେଜରର ଜଣେ ଅଧ୍ୟାପକ ସାମାଜିକ ଗଣମାଧ୍ୟମ ରେ ପ୍ରଚାର କରିଛନ୍ତି । କୋରାପୁଟ ରେ ରହୁଥିବା ଗୁଜବ ପ୍ରଚାର କରିଥିବା ଅଧ୍ୟାପକ ଙ୍କୁ ମାଲକାନଗିରି ପୁଲିସ କୋରାପୁଟ ଠାରୁ ଗିରଫ କରି ମାଲକାନଗିରି କୁ ଆଣିଥିଲେ । ଆଜି ସକାଳେ ମାଲକାନଗିରି ଥାନାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଥାନା ଆଇଆଇସି ରାମପ୍ରସାଦ ନାଗ ସଂପୃକ୍ତ ଅଧ୍ୟାପକଙ୍କୁ ପ୍ରଦର୍ଶନ କରି କରୋନା ଭାଇରସ ସଂପର୍କରେ ଗୁଜବ ପ୍ରଚାର କରିଥିବା ବାବଦରେ ସୁଚନା ଦେବା ସହ ସମଗ୍ର ବିଶ୍ୱରେ କୋଭିଡ-୧୯ କରୋନା ଭାଇରସ ଭୟାବହପରିସ୍ଥିତି ସୃଷ୍ଟିକରିଥିବା ବେଳେ କରୋନା ସଂକ୍ରମଣ ଠାରୁ ଦୁରରେ ରହିବା ଓ ଏହାର କୌଣସି ଅପପ୍ରଚାର ନକରିବା,ଜିଲ୍ଲାରେ ଲକ ଡାଉନ ନିୟମକୁ କଢାକଢି ଭାବେ ଜନସାଧାରଣ ପାଳନ କରି ଘରୁ ବାହାରକୁ ନ ବାହାରିବା ଓ ସାମଜିକ ଦୂରତା ରକ୍ଷା କରିବା ପାଇଁ ଜନସଚେତନତାର ବାର୍ତାଦେଇଛନ୍ତି ।

 

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.