Home Coronavirus Outbreak ନୟାଗଡ଼ ଜିଲ୍ଲା : କରୋନା ଅପଡେଟ୍

ନୟାଗଡ଼ ଜିଲ୍ଲା : କରୋନା ଅପଡେଟ୍

306

ନୟାଗଡ଼, ୨୭.୦୩ (ଓଡ଼ିଆ ପୁଅ/ସୁରେନ୍ଦ୍ରନାଥ ପ୍ରଧାନ) – ନୟାଗଡ଼ ଜିଲ୍ଲାର ବିଭିନ୍ନ ଅଂଚଳରେ ଆଇନ ଉଲଂଘନ କରୁଥିବା ୫ଗୋଟି ମାମଲା ଥାନାରେ ରୁଜୁ କରାଯାଇଛି। ଖଣ୍ଡପଡ଼ା ରୋଡରେ ବିଶେଷ ଗହଳି ଦେଖାଯିବାରୁ ୧୫ଜଣଙ୍କୁ ଟାଉନ ଥାନାରେ ଅଟକ ରଖି ପରେ ବ୍ୟକ୍ତିଗତ ମୁଚାଲିକାରେ ଛାଡ଼ି ଦିଆଯାଇଛି। ସହରାଞ୍ଚଳରେ ଶତକଡ଼ା ୭୦ଭାଗ ହିତାଧିକାରୀଙ୍କୁ ଭତ୍ତା ଯୋଗାଇ ଦିଆଯାଇଛି। ଗ୍ରାମାଂଚଳରେ ଆଗୁଆ ଭତ୍ତା ଯୋଗାଇ ଦିଆଯିବା ପାଇଁ ବ୍ୟବସ୍ଥା କରାଯାଉଛି। ଭତ୍ତା ଓ ରାସନ ସାମଗ୍ରୀ ଗ୍ରହଣ କରିବା ସମୟରେ ହିତାଧିକାରୀମାନେ ସାମଜିକ ଦୂରତା ବଜାୟ ରଖିବା ପାଇଁ ଜିଲ୍ଲା ପ୍ରଶାସନ ତରଫରୁ ଅନୁରୋଧ କରାଯାଇଛି। ସମସ୍ତ ଏସ.ଟି. ଓ ଏସ.ସି ହଷ୍ଟେଲର ପିଲାମାନଙ୍କୁ ସ୍ୱତନ୍ତ୍ର ବସ ଯୋଗେ ସେମାନଙ୍କ ଘରକୁ ପଠାଇ ଦିଆଯାଇଛି। ସେମାନଙ୍କୁ ତିନିମାସର ଅଗ୍ରୀମ ପ୍ରି-ମାଟ୍ରିକ୍ ସ୍କଲରାସିପ୍ ମଧ୍ୟ ଯୋଗାଇ ଦିଆଯାଇଛି। ଜିଲ୍ଲାର ସମସ୍ତ ଗ୍ରାମ ପଂଚାୟତରେ ଅସ୍ଥାୟୀ ମେଡିକାଲ ଶିବିର ଖୋଲାଯିବା ପାଇଁ ସ୍ଥିର କରାଯାଇଛି। ଜିଲ୍ଲାପାଳ ଡା. ପୋମା ଟୁଡୁ ବିଭିନ୍ନ ପଂଚାୟତ ଗସ୍ତ କରି ଉକ୍ତ ଅସ୍ଥାୟୀ ଚିକିତ୍ସା ଶିବିର ଗୁଡ଼ିକର ପରିଦର୍ଶନ କରିଛନ୍ତି। ଏଥି ସହିତ ଚାନ୍ଦପୁରର ବସନ୍ତ ମଂଜରି ଦେବୀ ଡାକ୍ତରଖାନାରେ ଖୋଲାଯାଇଥିବା ଆଇସୋଲେସନ କେନ୍ଦ୍ର ପରିଦର୍ଶନ କରିଛନ୍ତି। ଭାପୁର ବ୍ଲକ ଅଧ୍ୟକ୍ଷ ଶ୍ରୀ ଗୟାଧର ପରିଡ଼ା କରୋନା ସହାୟତା ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିକୁ ଦୁଇ ଲକ୍ଷ ଟଙ୍କା ଜିଲ୍ଲାପାଳଙ୍କୁ ପ୍ରଦାନ କରିଛନ୍ତି। ସେହିପରି ନୟାଗଡ଼ ବୋଲବମ୍ ସେବା ସଂଘ ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିକୁ ୨୧ହଜାର ଟଙ୍କା ଅତିରିକ୍ତ ଜିଲ୍ଲାପାଳ, ପ୍ରକଳ୍ପ ନିର୍ଦ୍ଦେଶକ ଓ ଉପଜିଲ୍ଲାପାଳଙ୍କ ଉପସ୍ଥିତିରେ ପ୍ରଦାନ କରିଛନ୍ତି। ପ୍ରତିଦିନ ଜିଲ୍ଲାପାଳ ଡା. ଟୁଡୁ ତାଙ୍କ ଆବାସିକ କାର୍ଯ୍ୟାଳୟରେ ଜିଲ୍ଲାର ବରିଷ୍ଠ ପ୍ରଶାସନିକ ଅଧିକାରୀଙ୍କ ସହିତ ବୈଠକ କରି କରୋନା ସଂପର୍କୀତ ବିଭିନ୍ନ କାର୍ଯ୍ୟର ସମୀକ୍ଷା କରୁଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.