Home ଜିଲ୍ଲା ପରିକ୍ରମା ସୋଫିଆ ସେକ୍‌ଙ୍କୁ ଯମୁନାଲାଲ ବଜାଜ-୨୦୨୨ ପୁରସ୍କାର ଅର୍ପଣ

ସୋଫିଆ ସେକ୍‌ଙ୍କୁ ଯମୁନାଲାଲ ବଜାଜ-୨୦୨୨ ପୁରସ୍କାର ଅର୍ପଣ

28

ଭଦ୍ରକ, ୯ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସୋସାଇଟ ଫର ଉଇକର କମ୍ୟୁନିଟି (ଆସିଆନା), ଭଦ୍ରକ ଓଡିଶାର ସଂପାଦିକା ସୋଫିଆ ସେକ୍ ମହିଳା ଓ ଶିଶୁ ମାନଙ୍କ ବିକାଶ ଉନ୍ନତି କ୍ଷେତ୍ରରେ ଅଗ୍ରଣୀ ସେବା ନିମନ୍ତେ ଯମୁନାଲାଲ ବଜାଜ ୨୦୨୨ ପୁରସ୍କାର ବିଜୟ ଲାଭ କରିଛନ୍ତି। ଏହି ପୁରସ୍କାର ଏକ ମହା ସମାବେଶ ରୟାଲ ଅପେରା ହାଉସ୍‌, ଗିରଗାଁ ମୁମ୍ବାଇରେ ଅନୁଷ୍ଠିତ ହୋଇଥିଲା। ଯମୁନାଲାଲ ଟ୍ରଷ୍ଟି ତଥା ଅଧ୍ୟକ୍ଷ ଶେଖର ବଜାଜ ଓ ପୂର୍ବତନ ନିର୍ଦ୍ଦେଶକ ତଥା ଏଫ୍‌ଆରଏସର ପୂର୍ବତନ ନିର୍ଦ୍ଦେଶକ, ଅଧ୍ୟକ୍ଷ ଶିଳ୍ପ ଅନୁସନ୍ଧାନ, ଅଧ୍ୟକ୍ଷ ଜାତୀୟ ଅଭିନବ କରଣ ପ୍ରତିଷ୍ଠା, ପାରିଷଦ ଉପଦେଷ୍ଟା ଯମୁନାଲାଲ ବଜାଜର ପ୍ରତିଷ୍ଠା ଡ. ରଘୁନାଥ ମାସେହଲ୍‌କାରଙ୍କ ଠାରୁ ମାନପତ୍ର ଓ ଅର୍ଥରାଶି ଗ୍ରହଣ କରିଥିଲେ। ବିଭିନ୍ନ ସାମାଜିକ ସଂଗଠନର ସଂକ୍ରିୟ ଅଂଶଗ୍ରହଣ, ବିଡି କାରିଗରୀ ଶ୍ରମିକ ଓ ଶିଶୁ ମାନଙ୍କ କ୍ଷେତ୍ରରେ ବିଶାଳ ପରିବର୍ତ୍ତନ, ତିନିତଲାକ ଭଳି ସାମାଜିକ କୁପ୍ରଥାର ଉଚ୍ଛେଦ ଲାଗି ମାନ୍ୟବର ସୁପ୍ରିମ କୋର୍ଟରେ ଜୀବନବ୍ୟାପି ସଂଗ୍ରାମ କରିଥିବା ମହିଳାଙ୍କୁ ଯମୁନାଲାଲ ବଜାଜ-୨୦୨୨ ପୁରସ୍କାର ଅର୍ପଣ କରାଯାଇଥିଲା। ପ୍ରକାଶ ଥାଉକି ଏହି ପୁରସ୍କାର ଓଡିଶାର ୧୯୮୧ର ରମାଦେବୀ ଚୌଧୁରୀ, ୧୯୮୮ ମାଳତୀଦେବୀ ଚୌଧୁରୀ, ୧୯୯୪ ଶାନ୍ତି ଦେବୀ, ୨୦୧୩ରେ ବିଦ୍ୟା ଦାସ ହାସଲ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.