Home ଜିଲ୍ଲା ପରିକ୍ରମା ଘଣ୍ଟେଶ୍ୱର ଉଚ୍ଚମାଧ୍ୟମିକ ବିଦ୍ୟାଳୟରେ ଏଡ୍‌ସ ସଚେତନତା

ଘଣ୍ଟେଶ୍ୱର ଉଚ୍ଚମାଧ୍ୟମିକ ବିଦ୍ୟାଳୟରେ ଏଡ୍‌ସ ସଚେତନତା

57

ଭଦ୍ରକ, ୮ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଘଣ୍ଟେଶ୍ୱର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ରେଡ୍‌ରିବନ ଅଫିସର ରାଜକିଶୋର ଦାସଙ୍କ ନେତୃତ୍ୱରେ ବିଶ୍ୱ ଏଡ୍‌ସ ଦିବସ ଉପଲକ୍ଷେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇ ଯାଇଛି। ଏଥିରେ ରୁଚିସ୍ମିତା ବାରିକ୍, ଲକ୍ଷ୍ମୀପ୍ରିୟା ନାଥ, ସୈାମ୍ୟ ରଂଜନ ଦଲେଇ, ସ୍ୱସ୍ତିମୟୀ ମହାକୁଡ, ସସ୍ମିତା ସୂତାର, ଗୀତାଞଳି ରାଉତ୍ ଓ ସଂଜୟ ମହାପାତ୍ର ପ୍ରଭୃତି ଯୁକ୍ତ ଦୁଇ ପ୍ରଥମ ବର୍ଷ ଓ ଦ୍ୱିତୀୟ ବର୍ଷ ଯୁକ୍ତ ଦୁଇ କଳା ଓ ବିଜ୍ଞାନ ଛାତ୍ର ଛାତ୍ରୀ ଯୋଗଦାନ କରିଥିଲେ। ଘଣ୍ଟେଶ୍ୱର ଉଚ୍ଚ ମାଧ୍ୟମିକ ବଦ୍ୟାଳୟରୁ ଏକ ରାଲି ବାହାରି ଗ୍ରାମ ପରିକ୍ରମା କରିଥିଲା। ଜନସଚେତନ କାର୍ଯ୍ୟ କ୍ରମ ମାଧ୍ୟମରେ ଲୋକ ମାନଙ୍କୁ ଏଡସ୍ ବିଷୟରେ ସଚେତନ କରାଯାଇଥିଲା। ଏହି ଅବସରରେ ଅନୁଷ୍ଠିତ ପୁରସ୍କାର ବିତରଣୀ ସଭାରେ କୃତି ପ୍ରତିଯୋଗୀଙ୍କୁ ପୁରସ୍କାର ବିତରଣ କରାଗଲା। ଏହି ସଭାରେ ମହାବିଦ୍ୟାଳୟ ଅଧ୍ୟକ୍ଷ ଅକ୍ଷୟ କୁମାର ଗିରି ପୈାରୋହିତ୍ୟ କରିଥିଲେ। ମୁଖ୍ୟ ଆଲୋଚକ ଭାବରେ ଇଂରେଜୀ ଅଧ୍ୟାପକ ଗୋପାଳ ପ୍ରସାଦ ମହାପାତ୍ର ଯୋଗଦାନ କରିଥିଲେ। ଅନ୍ୟତମ ବରେଣ୍ୟ ଆଲୋଚକ ଭାବେ ଅଧ୍ୟାପକ ସଂଯୁକ୍ତା ଭାରତୀ, ଲଳିତ ମୋହନ ଜେନା, ଗୈାତମ ମହାରଣା, ମୃତ୍ୟୁଞୟ ଦାସ, ତିମିର ବରନ ଦାସ, ମୁକ୍ତିକାନ୍ତ ସେଠୀ, ଜ୍ୟୋତ୍ସ୍ନାରାଣୀ ସାମଲ, ସ୍ୱର୍ଣ୍ଣଶୋଭା ମହାପାତ୍ର, ଜ୍ୟୋତିର୍ମୟୀ ପଣ୍ଡା, ଭାଗିରଥୀ ମହାରଣା ଏବଂ ନଳିନୀ କାନ୍ତ ନାୟକ ପ୍ରଭୃତି ଯୋଗଦାନ କରିଥିଲେ। ଆଗାମୀ ଦିନରେ ଏହାକୁ ଅଧିକ ସଂପ୍ରସାରଣ କରି ଲୋକମାନଙ୍କୁ ଏଡ୍‌ସ ସଂପର୍କରେ ସବିଶେଷ ଭାବେ ସଚେତନ କରିବା ପାଇଁ ପ୍ରସ୍ଥାବ ନିଆଯାଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.