Home ଜିଲ୍ଲା ପରିକ୍ରମା ନୂଆ ଜିଲା ଶିଶୁ ମଙ୍ଗଳ କମିଟି ଗଠନ, ଅଧ୍ୟକ୍ଷ ହେଲେ ଡାକ୍ତର ଦେବରାଜ ପାଣିଗ୍ରାହୀ

ନୂଆ ଜିଲା ଶିଶୁ ମଙ୍ଗଳ କମିଟି ଗଠନ, ଅଧ୍ୟକ୍ଷ ହେଲେ ଡାକ୍ତର ଦେବରାଜ ପାଣିଗ୍ରାହୀ

36

ଭଦ୍ରକ, ୯ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ରାଜ୍ୟ ମହିଳା ଶିଶୁ ବିଭାଗ ପକ୍ଷରୁ ୧୭ ଟି ଜିଲାରେ ନୂଆ ଶିଶୁ ମଙ୍ଗଳ କମିଟି ଗଠନ କରାଯାଇଛି। ଏହାମଧ୍ୟରୁ ଭଦ୍ରକ ଜିଲା ଅନ୍ୟତମ। ଜଣେ ଅଧ୍ୟକ୍ଷ ଓ ୪ ଜଣ ସଦସ୍ୟଙ୍କୁ ନେଇ ଏହି କମିଟି ଗଠିତ। ଭଦ୍ରକ ନୂଆ ଶିଶୁ ମଙ୍ଗଳ କମିଟିର ଅଧ୍ୟକ୍ଷ ଭାବେ ଡାକ୍ତର ଦେବରାଜ ପାଣିଗ୍ରାହୀଙ୍କୁ ନିଯୁକ୍ତି ଦିଆଯାଇଛି। ସେହିପରି ନବୀନ ଚନ୍ଦ୍ର ସାହୁ, ଭାରତୀ ଦାସ, ଅମର କୁମାର ବାରିକ, ମୌସୁମୀ ମହାନ୍ତିଙ୍କୁ ସଦସ୍ୟ ଭାବେ ନିଯୁକ୍ତି ଦିଆଯାଇଛି। ତେବେ ନୂଆ ଶିଶୁ ମଙ୍ଗଳ କମିଟିର ଅଧ୍ୟକ୍ଷ ଓ ସଦସ୍ୟମାନେ ଆସନ୍ତା ୧୨ ତାରିଖ ସୋମବାର ଦାୟିତ୍ୱ ବହନ କରିବେ ବୋଲି ଜଣାପଡିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.