Home ଓଡ଼ିଶା ସୈାମ୍ୟ ରଞ୍ଜନ ହତ୍ୟାକାଣ୍ଡ ର ସମସ୍ତ ଅଭିଯୁକ୍ତ ଙ୍କୁ ଧରିବା ଦାବୀ

ସୈାମ୍ୟ ରଞ୍ଜନ ହତ୍ୟାକାଣ୍ଡ ର ସମସ୍ତ ଅଭିଯୁକ୍ତ ଙ୍କୁ ଧରିବା ଦାବୀ

105

ନୟାଗଡ(ଓଡିଆ ପୁଅ/ଦେବୀପ୍ରାସଦ ଆଚାର୍ଯ୍ୟ)/୦୨/୧୦- ନୟାଗଡ ଜିଲ୍ଲା ରଣପୁର ଥାନା ଭେରୁପଡା ଗ୍ରାମର ଗୀତାଞ୍ଜଳୀ ସାମନ୍ତାରାୟ ଙ୍କ ପୁଅ ସୈାମ୍ୟ ରଞ୍ଜନ ସାମନ୍ତରାୟ (୧୭) ଙ୍କ ମୃତ ଦେହ କୁ ଖୋର୍ଦ୍ଧା ଜିଲ୍ଲା ଜଙ୍କିଆ ଥାନା ପୋଲିସ ୧୬ ନଂ ଜାତୀୟ ରାଜପଥ ଜଙ୍କିଆ ନିକଟରୁ ଅକ୍ଟୋବର ୧ ତାରିଖ ସକାଳୁ ଜବତ କରିଥିଲା । ହତ୍ୟାକାଣ୍ଡ ଘଟାଇ ଦୃର୍ଘଟଣା ର ରୂପ ଦେବା ଉଦ୍ୟମ କରୁଥିବା ଯୁବକ ରଣପୁର ଥାନା ସୁଆଁସିଆ ସାହିର ରାଜୁ ପାଣ୍ଡି କୁ ଗିରଫ କରିବା ସହ ମୃତ ଦେହ ବୁହା ହୋଇଥିବା ମୋଟର ସାଇକେଲ କୁ ଜବତ କରିଥିଲା । ଯାହାକୁ ନେଇ ଜଙ୍କିଆ ଥାନା ଓ ରଣପୁର ଥାନା ଅଂଚଳ ରେ ଆଲୋଡନ ସୃଷ୍ଟି କରିଥିଲା । ଜଙ୍କିଆ ପୋଲିସ ର କହିବା ଅନୁଯାଇ ହତ୍ୟା ଅଭିଯୁକ୍ତ ରାଜୁ ପାଣ୍ଡି ରାମେଶ୍ୱର ନିକଟ ୧୬ ନଂ ଜାତୀୟ ରାଜପଥ କଡରେ ହତ୍ୟାକାଣ୍ଡ ଘଟାଇଥିବା ଦେଖାଇଛି । ହତ୍ୟା ର କାରଣ ତା ମଟର ସାଇକେଲ ରୁ ତେଲ ସରିଯିବା ରୁ ସୈାମ୍ୟ ରଞ୍ଜନ କୁ ନିକଟସ୍ଥ ତେଲ ଟାଙ୍କି ରୁ ତେଲ ଆଣିବା ପାଇଁ କହିଲା । କିନ୍ତୁ ସୈାମ୍ୟ ରାଜି ନହେବାରୁ ତା ମୁଣ୍ଡ କୁ ପଥର ରେ ଛେଚି ମାରିଦେଲା । ଏହି ଘଟଣା କୁ ସୈାମ୍ୟ ରଞ୍ଜନ ଙ୍କ ମା ଗୀତାଞ୍ଜଳୀ ସାମନ୍ତରାୟ ବିରୋଧ କରିଛନ୍ତି । ଅଭିଯୋଗ କରନ୍ତି ହତ୍ୟା ଅଭିଯୁକ୍ତ ରାଜୁ ପାଣ୍ଡି ତାର ଅନ୍ୟ ସହଯୋଗୀ ମାନଙ୍କୁ ଖସାଇ ଦେବା ପାଇଁ ଚକ୍ରାନ୍ତ କରି ନାଟକ କରିଛି । କାରଣ ତାଙ୍କ ପୁଅ ସୈାମ୍ୟ ବ୍ୟବହାର କରୁଥିବା ମୋବାଇଲ୍ ଟି ଜଣେ ଟ୍ରକ ଡ୍ରାଇଭର ରଣପୁର ଥାନା ଜେଲ୍ ଛକ ନିକଟରୁ ପାଇ ଜଙ୍କିଆ ଥାନା ରେ ଜିମା ଦେଇଛି ।

ଏବଂ ଅଭିଯୁକ୍ତ ଯଦି ତାଙ୍କ ପୁଅ ଙ୍କୁ ରାମେଶ୍ୱର ରାଜପଥ କଡରେ ହତ୍ୟା କଲା ତାହେଲେ ମହିଳା ପିନ୍ଧା ଓଢଣୀ ଓ ମହିଳା ଲୁଗା ସେଠାରେ କେଉଁଠୁ ଆଣି ସୈାମ୍ୟ ଙ୍କ ଶରୀର କୁ ମୋଟର ସାଇକେଲ ରେ ବନ୍ଧା ଯାଇଥିଲା ।  ଜଣେ ବ୍ୟକ୍ତି ମୃତ ସୈାମ୍ୟ ଙ୍କ ଶରୀର କୁ ମଟର ସାଇକେଲ ରେ ତାଙ୍କ ପଛପଟେ ବାନ୍ଦିଲା କିପରି ? ତେଣୁ ଅଭିଯୁକ୍ତ ସହ ଅନ୍ୟ ଅଭିଯୁକ୍ତ ଅଛନ୍ତି । ସେମାନଙ୍କୁ ଖସାଇ ଦେବାପାଇଁ ଅଭିଯୁକ୍ତ ରଣପୁର ନିଜ ବାସ ଭବନ ରେ ହତ୍ୟା କରି ମୋଟର ସାଇକେଲ ରେ ବାନ୍ଧି ଦୃର୍ଘଟଣା ରୂପ ଦେବାପାଇଁ ୧୬ ନଂ ଜାତୀୟ ରାଜପଥ କୁ ନେଇ ସେଠାରେ ଦେଖଣାହାରୀ ଙ୍କ ଦ୍ୱାରା ଧରା ପଡିଯାଇଥିଲା । ଗୀତାଞ୍ଜଳୀ ଙ୍କ ଅଭିଯୋଗ ତାଙ୍କ ପୁଅ ସୈାମ୍ୟ ଓ ଗ୍ୟାରେଜ ମାଲିକ ରାଜୁ ପାଣ୍ଡି ଭୋଜି କରିବାକୁ କହି ପୁଅ ରାତିରେ ଘରକୁ ଫେରି ନଥିଲା । ସେ କେଉଁଠାରେ ଭୋଜି କରୁଥିଲା ଓ ସାଙ୍ଗରେ ଆଉ କିଏ କିଏ  ଥିଲେ ପୋଲିସ ତଦନ୍ତ କଲେ ହତ୍ୟାକାଣ୍ଡ ପଛର କାରଣ ଓ ଅନ୍ୟ ଅଭିଯୁକ୍ତ ମାନେ ଧରପଡିବେ । ପୋଲିସ ଉପଯୁକ୍ତ ତଦନ୍ତ କରି ଅନ୍ୟ ଅଭିଯୁକ୍ତ ମାନଙ୍କୁ ଧରିବା ପାଇଁ ସୈାମ୍ୟ ଙ୍କ ମା ଗୀତାଞ୍ଜଳୀ ସାମନ୍ତରାୟ ଦାବୀ କରିଛନ୍ତି । ଏ ସର୍ମ୍ପକେ ଜଙ୍କିଆ ଥାନା ନିରୀକ୍ଷକ ଭବାନୀ ଶଙ୍କର ଖୁଣ୍ଟିଆ ଙ୍କୁ ଯୋଗାଯୋଗ କରିବାରେ ତଦନ୍ତରେ ବାଧା ଉପୁଯିବା ନେଇ କୈାଣସି ତଥ୍ୟ ଦେବା କୁ ମନା କରିଥିଲେ । ଘଟଣା ଟି ରଣପୁର ଅଂଚଳ ରେ ବିଶେଷ ଆଲୋଡନ ସୃଷ୍ଟି କରିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.