Home ଜିଲ୍ଲା ପରିକ୍ରମା ଗାନ୍ଧିଜୀ ଓ ଲାଲ ବାହାଦୂର ଶାସ୍ତ୍ରୀଙ୍କ ଜନ୍ମ ଦିବସ ପାଳିତ

ଗାନ୍ଧିଜୀ ଓ ଲାଲ ବାହାଦୂର ଶାସ୍ତ୍ରୀଙ୍କ ଜନ୍ମ ଦିବସ ପାଳିତ

41

ବଲାଙ୍ଗୀର ୨-୧୦ (ଓଡ଼ିଆ ପୁଅ/ସନ୍ତୋଷ ନାୟକ) : ବଲାଙ୍ଗୀର ସହର ମଧ୍ୟରେ ଥିବା ଜେଏସ୍‌ଏମ୍‌ ବାଣିଜ୍ୟ କଲେଜରେ ଗାନ୍ଧୀ ଜୟନ୍ତୀ ଓ ଲାଲ ବାହାଦୁର ଶାସ୍ତ୍ରୀ ଜୟନ୍ତୀ ପାଳନ ହୋଇଯାଇଛି । ଏହି ଅବସରରେ ଗାନ୍ଧୀ ଓ ଲାଲ ବାହାଦୁର ଶାସ୍ତ୍ରୀ ଙ୍କ ଫଟୋଚିତ୍ରରେ ନାଟ୍ୟଭୂଷଣ ଜଗଦାନନ୍ଦ ଛୁରିଆ, କଲେଜର ଅଧ୍ୟକ୍ଷ ସି.ଏ. ଶ୍ରୀକାନ୍ତ ଶର୍ମା, ମନରଞ୍ଜ ସାହୁ, ମେଣ୍ଟର ପୀତବାସ ପଣ୍ଡା ଓ କଲେଜର ମିହିର୍ ପଟ୍ଟନାୟକ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ତା’ସହ ଛାତ୍ରଛାତ୍ରୀ ଓ ଶିକ୍ଷକମାନଙ୍କୁ ନାଟ୍ୟଭୂଷଣ ଜଗଦାନନ୍ଦ ଛୁରିଆ ତାଙ୍କ ଭାଷଣରେ ଦିଗଦର୍ଶନ ଦେଇଥିଲେ । ତା ପରେ କଲେଜ ପରିସର ଭିତରେ ଗାନ୍ଧୀ ଜୟନ୍ତୀ ଓ ଲାଲ ବାହାଦୁର ଶାସ୍ତ୍ରୀ ଜୟନ୍ତୀ ପାଳନ ଉପଲକ୍ଷେ ଏକ କୁ‍ଇଜ୍ ପ୍ରତିଯୋଗିତାର ଆୟୋଜନ କରାଯାଇ ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.