Home ଓଡ଼ିଶା ରଣପୁର ଅଂଚଳ ରେ ଶାସ୍ତ୍ରୀ ଓ ଗାନ୍ଧୀ  ଜୟନ୍ତୀ ପାଳିତ

ରଣପୁର ଅଂଚଳ ରେ ଶାସ୍ତ୍ରୀ ଓ ଗାନ୍ଧୀ  ଜୟନ୍ତୀ ପାଳିତ

71

ନୟାଗଡ(ଓଡିଆ ପୁଅ/ଦେବୀପ୍ରାସଦ ଆଚାର୍ଯ୍ୟ)/୦୨/୧୦- ନୟାଗଡ ଜିଲ୍ଲା ରଣପୁର ଅଂଚଳ ରେ ଜାତିର ଜନକ ମହାତ୍ମା ଗାନ୍ଧୀ ଙ୍କ ଜନ୍ମ ଜୟନ୍ତୀ ସାଙ୍ଗ କୁ ଲାଲ୍ ବାହାଦୁର ଶାସ୍ତ୍ରୀ ଙ୍କ ଜୟନ୍ତୀ ପାଳିତ ହୋଇଯାଇଅଛି । ରଣପୁର ବିଧାୟକ ସତ୍ୟ ନାରାୟଣ ପ୍ରଧାନ , ପୁରୀ ଜିଲ୍ଲା ସାଂସଦ ପ୍ରତିନିଧି ପ୍ରଭାତ କୁମାର ଦଳବେହେରା , ନାରୀ ନେତ୍ରୀ ପ୍ରତିଭା ମହାନ୍ତି , ଲିଙ୍ଗରାଜ ନାୟକ ଓ ଅନ୍ୟ ମାନେ ରଣପୁର ସହିଦ୍ ରଘୁ ଦିବାକର ଙ୍କ ପୀଠ ରେ ମହାତ୍ମା ଗାନ୍ଧୀ ଙ୍କ ଫଟୋ ଚିତ୍ର ରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ତା ସହିତ ରଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ରୋଗୀ ମାନଙ୍କୁ ଫଳ ବଣ୍ଟନ କରିଥିଲେ ଓ ଗୋଷ୍ଠୀ ସ୍ୱାସ୍ଥ୍ୟ ସାମନା ଝାଡୁ କରି ଗାନ୍ଧୀ ଙ୍କ ବାର୍ତ୍ତା ପ୍ରଚାର କରିଥିଲେ ।

ସେହିଭଳି ଭାବରେ ରାଷ୍ଟ୍ରୀୟ ମଜଦୁର୍ କଂଗ୍ରେସ ର ସତ୍ୟବ୍ରତ ନାୟକଙ୍କ ନେତୃତ୍ୱ ରେ ସତ୍ୟ ରଞ୍ଜନ ମତ୍ତା ଆଦି ଅନେକ କଂଗ୍ରେସ କର୍ମୀ ଗାନ୍ଧୀ ଫଟୋ ଚିତ୍ର ରେ ପୁଷ୍ପମାଲ୍ୟ ଅର୍ପଣ କରି ରୋଗୀ ଙ୍କୁ ଫଳ ବାଣ୍ଟିବା ସହ ସଫେଇ କାର୍ଯ୍ୟକରି ଗାନ୍ଧୀ ଙ୍କ ବାର୍ତ୍ତା ର ପ୍ରଚାର କରିଥିଲେ । ଚାନ୍ଦପୁର ଠାରେ ଥିବା ଗାନ୍ଧୀ ଓ ଗୋପବନ୍ଧୁ ପ୍ରତିମୃତ୍ତି ରେ ଓଡିଶା ଗାଇଡ୍ ଓ ସ୍କାଉଡ୍ ନୟାଗଡ ଜିଲ୍ଲା ସଂଯୋଜକ ରବିନ୍ଦ୍ର କୁମାର ନାୟକ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ବିଭିନ୍ନ ଯାଗା ରେ ଗାନ୍ଧୀ ଙ୍କ ପ୍ରତିମୃତି ଆଗରେ  ଜାତିର ଜନକ ମାହାତ୍ମା ଗାନ୍ଧୀ ଙ୍କ ସ୍ମୃତି ଚାରଣ କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.