Home Top News ସେୟାର କିଣି ଭୁଲିଯାଇଥିଲେ, ୪୩ ବର୍ଷ ପରେ ଏହାର ମୂଲ୍ୟ ଏବେ ୧୪୪୮ କୋଟି

ସେୟାର କିଣି ଭୁଲିଯାଇଥିଲେ, ୪୩ ବର୍ଷ ପରେ ଏହାର ମୂଲ୍ୟ ଏବେ ୧୪୪୮ କୋଟି

157

ନୂଆଦିଲ୍ଲୀ ୨୮-୯ (ଓଡ଼ିଆ ପୁଅ) ଆପଣ ନିଶ୍ଚୟ ଶୁଣିଥିବେ ହିନ୍ଦିରେ ଏକ ବାକ୍ୟ ଅଛି, ଦେନେୱାଲା ଯଭି ଦେତାହୈ, ଛପର ଫାଡ଼କେ ଦେତାହୈ। ଏହା ପର୍ ଏକ ଘଟଣା ଘଟିଛି କେରଳର କୋଚିରେ ରହୁଥିବା ବାବୁ ଜର୍ଜ ଭାଲାଭିଙ୍କ ସହ। ବାବୁ ଜର୍ଜ ପ୍ରାୟ ୪୩ ବର୍ଷ ପୂର୍ବେ ଏକ କମ୍ପାନୀର ୩୫୦୦ ସେୟାର କିଣି ଭୁଲି ଯାଇଥିଲେ। ବର୍ତ୍ତମାନ, ଯେତେବେଳେ ସେ ଏହି ସେୟାରଗୁଡିକର ଖବର ନେଲେ, ସେତେବେଳେ ଜାଣିବାକୁ ପାଇଲେ ଯେ, ସେଗୁଡ଼ିକର ମୂଲ୍ୟ ୧୪୪୮ କୋଟି ଟଙ୍କାକୁ ବୃଦ୍ଧି ପାଇଛି।

ବାବୁ ଜର୍ଜ ଦାବି କରିଛନ୍ତି ଯେ ସେ ହେଉଛନ୍ତି କମ୍ପାନୀର ସେୟାରର ପ୍ରକୃତ ମାଲିକ ଏବଂ କମ୍ପାନୀ ତାଙ୍କୁ ଏହି ରାଶି ଦେବାକୁ ମନା କରୁଛନ୍ତି। ବର୍ତ୍ତମାନ ସେ ସିକ୍ୟୁରିଟି ଆଣ୍ଡ ଏକ୍ସଚେଞ୍ଜ ବୋର୍ଡ ଅଫ୍ ଇଣ୍ଡିଆ (ସେବି) କୁ ଯାଇଛନ୍ତି ଏବଂ ସେ ଆଶା କରୁଛନ୍ତି ଯେ ସେ ନିଶ୍ଚିତ ଭାବରେ SEBI ରୁ ନ୍ୟାୟ ପାଇବେ।

ପରିମାଣ ଏତେ ଅଧିକ ଯେ କମ୍ପାନୀ ମଧ୍ୟ ଆଶ୍ଚର୍ଯ୍ୟ

ବାବୁ ଜର୍ଜ ଏବଂ ତାଙ୍କ ପରିବାର ସଦସ୍ୟ ବର୍ତ୍ତମାନ ପ୍ରମାଣ କରିବାକୁ ଚେଷ୍ଟା କରୁଛନ୍ତି ଯେ, ସେ କମ୍ପାନୀର ସେୟାରର ପ୍ରକୃତ ମାଲିକ, କାରଣ ଏହାର ପରିମାଣ (୧୪୪୮ କୋଟି) ଏତେ ଅଧିକ, ଯେଉଁ କାରଣରୁ କମ୍ପାନୀ ସେମାନଙ୍କୁ ଟଙ୍କା ଦେବାକୁ ଟାଳଟୁଳ ନୀତି ଅବଲମ୍ବନ କରୁଛି।

ଘଟଣା ଜାଣନ୍ତୁ

ନ୍ୟୁଜ୍ ଏଜେନ୍ସି IANS ଏବଂ ଅନ୍ୟାନ୍ୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, କୋଚି ସ୍ଥିତ ବାବୁ ଜର୍ଜ ୱାଲାଭି ଏବଂ ତାଙ୍କର ଚାରି ସମ୍ପର୍କୀୟ ୧୯୭୮ ମସିହାରେ ମେୱାର ଅୟେଲ୍‌ ଏଣ୍ଡ ଜେନେରାଲ ମିଲ୍ସ ଲିମିଟେଡର ୩୫୦୦ ଅଂଶଧନ କିଣିଥିଲେ। ସେତେବେଳେ ଏହା ଉଦୟପୁରର ଏକ ତାଲିକାଭୁକ୍ତ କମ୍ପାନୀ ଥିଲା।

ସେ ସମୟରେ ୭୪ ବର୍ଷ ବୟସ୍କ ବାବୁ ଏହି କମ୍ପାନୀର ବିତରକ ଥିଲେ। ସେ ୩୫୦୦ ସେୟାର କିଣିଥିଲେ ଏବଂ ସେହି ଅନୁଯାୟୀ ସେ କମ୍ପାନୀର ୨.୮% ଅଂଶୀଦାର ହୋଇଥିଲେ। କମ୍ପାନୀର ପ୍ରତିଷ୍ଠାତା ତଥା ଚେୟାରମ୍ୟାନ୍ ପିପି ସିଙ୍ଗଲ ଏବଂ ବାବୁ ଉଭୟ ବନ୍ଧୁ ଥିଲେ। କମ୍ପାନୀ ତାଲିକାଭୁକ୍ତ ହୋଇନଥିଲା ଏବଂ କୌଣସି ଡିଭିଡେଣ୍ଡ ପୈଠ କରୁ ନଥିଲା, ଏହି କାରଣରୁ ଏହି ପରିବାର କିଛି ବର୍ଷ ପରେ ସେମାନଙ୍କ ନିବେଶ ବିଷୟରେ ଭୁଲି ଯାଇଥିଲେ।

୨୦୧୫ ରେ, ଯେତେବେଳେ ବାବୁ କିଛି ପୁରୁଣା ଡକ୍ୟୁମେଣ୍ଟ୍ ଦେଖୁଥିଲେ, ସେତେବେଳେ ସେ ମନେ ପକାଇଲେ ଯେ ସେ ଉଦୟପୁରର ଏକ କମ୍ପାନୀରେ ବିନିଯୋଗ କରିଥିଲେ। ବାବୁଙ୍କର ମୂଳ ସେୟାର ଡକ୍ୟୁମେଣ୍ଟଗୁଡିକ ଥିଲା ଏବଂ ସେୟାରଗୁଡିକ ବିଷୟରେ ଅଧିକ ସୂଚନା ସଂଗ୍ରହ କରିବାକୁ ଚେଷ୍ଟା କରିବା ଆରମ୍ଭ କଲା। ବାବୁ ଜାଣିବାକୁ ପାଇଲେ ଯେ ମେୱାର ଅଏଲ୍ ଏବଂ ଜେନେରାଲ୍ ମିଲ୍ସ ଲିମିଟେଡ୍ ଏହାର ନାମ PI ଇଣ୍ଡଷ୍ଟ୍ରିଜ୍ ରେ ପରିବର୍ତ୍ତନ କରି ଏକ ତାଲିକାଭୁକ୍ତ କମ୍ପାନୀରେ ପରିଣତ ହୋଇଛି। କମ୍ପାନୀ ଲାଭଜନକ ବୋଲି ବାବୁ ମଧ୍ୟ ଜାଣିବାକୁ ପାଇଲେ।

PI ଇଣ୍ଡଷ୍ଟ୍ରିଜ୍ ରାସାୟନିକ ପଦାର୍ଥ ଏବଂ କୀଟନାଶକ ଉତ୍ପାଦନରେ ଏହାର ବ୍ୟବସାୟକୁ ବିସ୍ତାର କରିଥିଲା ଏବଂ ବର୍ତ୍ତମାନ ଏହାର ବଜାର ପୁଞ୍ଜି ପ୍ରାୟ ୫୦, ୦୦୦ କୋଟି ଟଙ୍କା ରହିଛି।

ବାବୁ ତାଙ୍କ ଅଂଶଧନକୁ ଡିମାଟ୍ ଆକାଉଣ୍ଟରେ ପରିଣତ କରିବାକୁ ଚେଷ୍ଟା କରିଥିଲେ ଏବଂ ଏକ ଏଜେନ୍ସି ସହିତ ଯୋଗାଯୋଗ କରିଥିଲେ। ଏଜେନ୍ସି ବାବୁଙ୍କୁ ସିଧାସଳଖ କମ୍ପାନୀ ସହିତ ଯୋଗାଯୋଗ କରିବାକୁ କହିଥିଲେ। ଯେତେବେଳେ କମ୍ପାନୀ ସହିତ ସିଧାସଳଖ ଯୋଗାଯୋଗ କରାଯାଇଥିଲା, ବାବୁ ଏବଂ ତାଙ୍କ ପରିବାର ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ବାସ୍ତବରେ, ବାବୁ ଏଥିରେ କୌଣସି ଅଂଶୀଦାର ବୋଲି କମ୍ପାନୀ ଗ୍ରହଣ କରିବାକୁ ମନା କରିଦେଇଥିଲା। କମ୍ପାନୀ କହିଛି ଯେ ୧୯୮୯ ମସିହାରେ ସେମାନଙ୍କର ଅଂଶଧନ ଅନ୍ୟ କାହାକୁ ବିକ୍ରି ହୋଇଥିଲା। ବାବୁ ଅଭିଯୋଗ କରିଛନ୍ତି ଯେ, ନକଲି ସେୟାର ବ୍ୟବହାର କରି ପିଇ ଇଣ୍ଡଷ୍ଟ୍ରିଜ୍ ତାଙ୍କ ଅଂଶଧନକୁ ଅନ୍ୟ କାହାକୁ ବିକ୍ରି କରିଛି।

ଯେତେବେଳେ ବାବୁ ଭାଲାଭି ଏବଂ ତାଙ୍କ ସମ୍ପର୍କୀୟମାନେ ସେୟାର କ୍ରୟ କରିଥିଲେ, ସେମାନେ କମ୍ପାନୀରେ ୨.୮ ପ୍ରତିଶତ ଅଂଶଧନ ପାଇଥିଲେ ଏବଂ ଏହି ଅନୁଯାୟୀ ପରିବାରର ମାଲିକାନା ବର୍ତ୍ତମାନ ୪୨.୨୮ ଲକ୍ଷ ସେୟାରରେ ପରିଣତ ହୋଇଛି। ବାବୁ ଜାଣି ଆଶ୍ଚର୍ଯ୍ୟ ହୋଇଗଲେ ଯେ, ସେ ବର୍ତ୍ତମାନ PI ଇଣ୍ଡଷ୍ଟ୍ରିଜରେ ଥିବା ୪୨.୮ ଲକ୍ଷ ସେୟାର ଏବଂ ସେମାନଙ୍କର ଷ୍ଟକ୍ ମାର୍କେଟ ମୂଲ୍ୟ ୧୪୪୮ କୋଟି ଟଙ୍କାକୁ ବୃଦ୍ଧି ପାଇଛି।

କମ୍ପାନୀ ମଧ୍ୟସ୍ଥତା କରିବାକୁ ଚେଷ୍ଟା କରିଥିଲା

୨୦୧୬ ମସିହାରେ, PI ଇଣ୍ଡଷ୍ଟ୍ରିଜ୍ ମଧ୍ୟସ୍ଥତା ପାଇଁ ବାବୁଙ୍କୁ ଦିଲ୍ଲୀ ଡାକିଥିଲେ କିନ୍ତୁ ବାବୁ ମନା କରିଦେଇଥିଲେ। ଏହା ପରେ କମ୍ପାନୀ ବାବୁଙ୍କ ଡକ୍ୟୁମେଣ୍ଟ ଯାଞ୍ଚ କରିବାକୁ କେରଳକୁ ଦୁଇଜଣ ବରିଷ୍ଠ ଅଧିକାରୀ ପଠାଇଥିଲା। ଏହା ପରେ କମ୍ପାନୀ ସ୍ୱୀକାର କଲା ଯେ, ବାବୁଙ୍କ ପାଖରେ ଥିବା ସମସ୍ତ କାଗଜପତ୍ରଗୁଡ଼ିକ ପ୍ରକୃତ ଥିଲା କିନ୍ତୁ ଏହାପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲେ ନାହିଁ। ବାବୁ ଏହି ବିଷୟକୁ ନେଇ ଏବେ SEBI ପାଖରେ ପହଁଚିଛନ୍ତି ଏବଂ ବର୍ତ୍ତମାନ SEBI ଏହା ଉପରେ ନିଷ୍ପତ୍ତି ନେବ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.