Home କୋରାପୁଟ ସେମିଲିଗୁଡାରେ ଜମି ବିକ୍ରୀକୁ ନେଇ ଆରୋପ ଓ ପ୍ରତ୍ୟାରୋପ

ସେମିଲିଗୁଡାରେ ଜମି ବିକ୍ରୀକୁ ନେଇ ଆରୋପ ଓ ପ୍ରତ୍ୟାରୋପ

40

କୋରାପୁଟ ୧୪-୦୯(ଓଡିଆ ପୁଅ /ରଂଜନ ଦାସ)ଏକ ଜମି ବିକ୍ରୀକୁ ନେଇ ଆରୋପ ଓ ପ୍ରତ୍ୟାରୋପ ଲାଗିରହିଛି ।ଉଭୟ ପକ୍ଷରୁ ସାମ୍ବାଦିକ ସମ୍ମଳନୀ କରାଯାଇ ଜଣେ ଅନ୍ୟ ଜଣଙ୍କୁ ଆରୋପ କରୁଥିବା ଜଣାପଡିଛି ।
ସେମିଲିଗୁଡା ଗ୍ରାମଦାନୀ ସଂଘର ୩ ଏକର ୮ ଡିସିମିଲ ଜମିକୁ ବିକ୍ରୀ କରାଯାଇଥିବା ସଂପାଦକ କୃଷ୍ଣ ସିଂ ଗତ ୧୨ ତାରିଖରେ ସେମିଲିଗୁଡାଠାରେ ଏକ ସାମ୍ବାଦିକ ସମ୍ମଳନୀ କରି ସୂଚନା ଦେଇଥିଲେ । ସେମିଲିଗୁଡା ଗ୍ରାମଦାନୀ ସଂଘର ସଂପାଦକ ଥିବା ହରି ଟକରିଆ ମୃତ୍ୟୁବରଣ କରିଥିବା ବେଳେ ତାଙ୍କ ପୁତ୍ର ମାଧବ ଟକରିଆ  ଜମିକୁ ରବୀନ ଚାନ୍ଦ ଟାକ୍ରୀଙ୍କୁ ବିକ୍ରୀ କରିଥିବା ସେ ପ୍ରକାଶ କରିଥିଲେ ।ଏହି ମାମଲାରେ କୋରାପୁଟ ଅତିରିକ୍ତ ଜିଲ୍ଲପାଳଙ୍କ କୋର୍ଟରେ ପଟ୍ଟା ରଦ୍ଦ କରିବା ନିମନ୍ତେ କେସ କରାଯାଇଥିବା ସେ ସୂଚନା ଦେଇଥିଲେ ।
ଆଜି କୋରାପୁଟ ପ୍ରେସକ୍ଲବଠାରେ ରବୀନ ଚାନ୍ଦ ଟାକ୍ରୀ ଏକ ସାମ୍ବାଦିକ ସମ୍ମିଳନୀ କରି କୃଷ୍ଣ ସିଂଙ୍କ ଅଭିଯୋଗକୁ ଭିତିହୀନ ବୋଲି ପ୍ରକାଶ କରିଛନ୍ତି ।ଯାହାଠାରୁ ଜମି କ୍ରୟ କରିଛି ତାଙ୍କର ସମସ୍ତ ନଥପତ୍ର ଥିଲା ।ଜମିର ପଞିକରଣ ଓ ପଟ୍ଟା ମଧ୍ୟ କରିଥିବା ସେ ସୂଚନା ଦେଇଛନ୍ତି ।ଭୁଦାନ ନାମରେ କୃଷ୍ଣ ସିଂ ନିଜସ୍ୱ ରିଅଲ ଇଷ୍ଟେଟ ଚଳାଉଥିବା ସେ ଅଭିଯୋଗ କରିଛନ୍ତି ।ଭୁଦାନ ଜମିରୁ ୭୨ ସେଂଟ ଭୁଦାନ କରାଯାଇଥିବା ବେଳେ ବାକି ସବୁ   ନିଜ ଝିଅ ,ବନ୍ଧୁବାନ୍ଧବ ଓ ନିଜ ନାମରେ ବିକ୍ରୀ କରି ଦେଇଥିବା ସେ ଆହୁରୀ ଅଭିଯୋଗ କରିଛନ୍ତି ।ଆଗାମୀ ଦିନରେ ଆଦିବାସୀ ଓ ଦଳିତ ସମାଜ ତରଫରୁ ସମସ୍ତ ଜମି ଫେରସ୍ତ ଅଣାଯିବ  ବୋଲି ସେ ପ୍ରକାଶ କରିଛନ୍ତି ।ମୋ ବାପାର ଜମିକୁ କୃଷ୍ଣ ସିଂ ବିକ୍ରୀ କରିଥିବା ମାଧବ ଟକରିଆ ଅଭିଯୋଗ କରିଥିଲେ ।  କରାଯାଇଥିବା ସମସ୍ତ ଅଭିଯୋଗ ଭିତିହୀନ ଓ ମିଥ୍ୟା ବୋଲି କୃଷ୍ଣ ସିଂ ପ୍ରକାଶ କରିଛନ୍ତି ।
ଅବିଭକ୍ତ କୋରାପୁଟ ଜିଲ୍ଲାରେ ଭୂଦାନ ଓ ଗ୍ରାମଦାନୀ ସଂଘକୁ କେତେ ଜମି ଦାନରେ ମିଳିଥିଲା ଏବଂ ଏହାକୁ କେତେ ଭୂମିହୀନ ଲୋକଙ୍କୁ  ଦାନ କରାଯାଇଥିଲା ତାହା ତଦନ୍ତ ସାପେକ୍ଷ ଅଟେ ବୋଲି ସାଧାରଣରେ ଆଲୋଚ୍ୟର ବିଷୟ ହୋଇପଡିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.