Home କୋରାପୁଟ ବହୁ ପ୍ରତୀକ୍ଷିତ ସୁକୁ ଓ ମୁରାନ ସେତୁ ନିର୍ମାଣ ନିମନ୍ତେ ରାଜ୍ୟ ସରକାର ଅନୁମୋଦନ କଲେ

ବହୁ ପ୍ରତୀକ୍ଷିତ ସୁକୁ ଓ ମୁରାନ ସେତୁ ନିର୍ମାଣ ନିମନ୍ତେ ରାଜ୍ୟ ସରକାର ଅନୁମୋଦନ କଲେ

40

କୋରାପୁଟ ୧୪-୦୯(ଓଡିଆ ପୁଅ /ରଂଜନ ଦାସ)କୋରାପୁଟ ଜିଲ୍ଲାର ବହୁ ପ୍ରତୀକ୍ଷିତ ସୁକୁ ଓ ମୁରାନ ସେତୁ ନିର୍ମାଣ ନିମନ୍ତେ ରାଜ୍ୟ ସରକାର ଅନୁମୋଦନ କରିଥିବା କୋରାପୁଟ ବିଧାୟକ ତଥା ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ରଘୁରାମ ପଡାଲ ସୂଚନା ଦେଇଛନ୍ତି ।କୋରାପୁଟ ରୁ ସୁକୁ କୋଲାବ ନଦୀ ଉପରେ ସେତୁ ନିର୍ମାଣ ନିମନ୍ତେ ସାଧାରଣରେ ଦାବି ହେଉଥିଲା ।ସେହିପରି ଗିର୍ଲିିଗୁମ୍ମାଠାରୁ ଦୁଆରଶୁଣୀ ରାସ୍ତାର ମୁରାନ ନଦୀ ଉପରେ ସେତୁ ନିର୍ମାଣ ନିମନ୍ତେ ସାଧାରଣରେ ମଧ୍ୟ ଦାବି ହେଉଥିଲା ।ବିଜୁ ସେତୁ ଯୋଜନାରେ ଜିଲ୍ଲାର ଉପରୋକ୍ତ ପ୍ରକଳ୍ପକୁ ରାଜ୍ୟ ସରକାର ଅନୁମୋଦନ କରିଥିବା ସେ ପ୍ରକାଶ କରିଛନ୍ତି ।ପ୍ରକଳ୍ପ ଗୁଡିକ ଅନୁମୋଦନ କରାଯାଇଥିବାରୁ ଜିଲ୍ଲାବାସୀଙ୍କ ତରଫରୁ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କୁ ସେ ଧନ୍ୟବାଦ ଜଣାଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.