Home କେନ୍ଦୁଝର ପୁର୍ବତନ ରାଜସ୍ୱ ନିରୀକ୍ଷକଙ୍କ ପରଲୋକ

ପୁର୍ବତନ ରାଜସ୍ୱ ନିରୀକ୍ଷକଙ୍କ ପରଲୋକ

45

ହାଟଡିହି- ୧୪ /୯ (ଓଡିଆପୁଅ / ବିକାଶ ବିଶ୍ୱାଳ) ପୁର୍ବତନ ରାଜସ୍ୱ ନିରୀକ୍ଷକ ଗୋପାଳ ଚନ୍ଦ୍ର ମୁଦୁଲିଙ୍କ ୭୬ବର୍ଷ ବୟସରେ ପରଲୋକ ହୋଇଯାଇଛି । ସେ ହାଟଡିହି ତହସିଲ ଅଧିନସ୍ଥ ରମ୍ପାସ ରାଜସ୍ୱ ସର୍କଲର ଅଧିକାରୀ ଭାବେ ଦୀର୍ଘଦିନ ଧରି କାର୍ଯ୍ୟ କରି ଅବସର ଗ୍ରହଣ କରିଥିଲେ । ଗତକାଲି ରାତିରେ ତାଙ୍କ ନିଜଗ୍ରାମ ବଞ୍ଚୋରେ ତାଙ୍କର ପରଲୋକ ଘଟିଥିଲା । ପରଲୋକ ଖବର ପାଇ ଗ୍ରାମର ବିନୟ କୁମାର ନାୟକ, ପୁର୍ବତନ ବ୍ଲକ ଉପାଧ୍ୟକ୍ଷ ପ୍ରଶାନ୍ତ ରାଉତ, ମନୋଜ ବରାଳ, ଇନ୍ଦ୍ରମଣି ବରାଳ, ଇଶ୍ୱର ଚନ୍ଦ୍ର ବରାଳ, ସୁଚିତ୍ରାନନ୍ଦ ବରାଳ, ବାବନ ରାଉତଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କ ବାସଭବନକୁ ଯାଇ ଶେଷ ଦର୍ଶନ କରିଥିଲେ । ପରେ ତାଙ୍କ ମରଶରୀରକୁ ଏକ ଶୋଭାଯାତ୍ରାରେ ଗ୍ରାମ ପରିକ୍ରମା କରାଇବାପରେ ବୈତରଣୀ ନଦୀ କୁଳରେ ଶେଷକୃତ୍ତ୍ୟ ସମ୍ପର୍ଣ୍ଣ କରାଯାଇଥିଲା । ପୁଅ ରବିନ୍ଦ୍ର ମୁଦୁଲି ମୁଖାଗ୍ନି ଦେଇଥିବାବେଳେ ପଞ୍ଚୁ ମୁଦୁଲି, କାର୍ତ୍ତିକ ମୁଦୁଲି, ଧବଳେଶ୍ୱର ମୁଦୁଲି, ଆନନ୍ଦ ମୁଦୁଲିଙ୍କ ସମେତ ଅନେକ ଗ୍ରାମବାସୀ ସଂସ୍କାର କାର୍ଯ୍ୟରେ ଯୋଗଦେଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.