Home ଜିଲ୍ଲା ପରିକ୍ରମା ନୟାଗଡ଼ ଡାକ୍ତରଖାନାରେ ଶହେ ଶଯ୍ୟା ବିଶିଷ୍ଟ ଗୃହର ଶୁଭାରମ୍ଭ

ନୟାଗଡ଼ ଡାକ୍ତରଖାନାରେ ଶହେ ଶଯ୍ୟା ବିଶିଷ୍ଟ ଗୃହର ଶୁଭାରମ୍ଭ

59

ନୟାଗଡ଼, ୫ା୬ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ) : ନୟାଗଡ଼ ଜିଲ୍ଳା ମୁଖ୍ୟ ଚିକିତ୍ସାଳୟରେ ଶନିବାର ଶହେ ଶଯ୍ୟା ବିଶିଷ୍ଟ ୬ ମହଲା ଗୃହର ନିର୍ମାଣ କାର୍ଯ୍ୟକୁ ଉଚ୍ଚଶିକ୍ଷା, କୃଷି, ମତ୍ସ୍ୟ ଓ ପଶୁ ସମ୍ପଦ ମନ୍ତ୍ରୀ ଡ.ଅରୁଣ କୁମାର ସାହୁ ଶୁଭାରମ୍ଭ କରିଛନ୍ତି। ୨୯କୋଟି ବ୍ୟୟରେ ୬ମହଲା ବିଶିଷ୍ଟ ଗୃହ ନିର୍ମାଣ କରିବାକୁ ମୁଖ୍ୟମନ୍ତ୍ରୀ ଗତବର୍ଷ ଅନୁମୋଦନ କରିଥିଲାବେଳେ ଏହାର ଆନୁସାଙ୍ଗିକ କାର୍ଯ୍ୟ ପରେ ମନ୍ତ୍ରୀ ଏହି ଗୃହ ନିର୍ମାଣର କାର୍ଯ୍ୟକୁ ଶୁଭାରମ୍ଭ କରିଥିଲେ। ଏହି ଗୃହରେ ବିଭିନ୍ନ ରୋଗର ଚିକିତ୍ସା ସହ ଆଧୁନିକ ଯନ୍ତ୍ରପାତିର ବ୍ୟବସ୍ଥା ରହିବ। ଯାହାକି ରୋଗୀମାନେ ଭୁବନେଶ୍ୱର ଓ କଟକ ଯାଇ ଯେଉଁ ସୁବିଧା ପାଉଥିଲେ ଏଠାରେ ତାହା ଉପଲବ୍ଧ ହେବ। ଏହି ଶୁଭାରମ୍ଭ କାର୍ଯ୍ୟକ୍ରମରେ ଜିଲ୍ଳାପାଳ ଡ.ପୋମା ଟୁଡୁ, ଡିଏଫଓ ଏଚ୍ ଡି ଧନରାଜ୍, ମୁଖ୍ୟ ଚିକିତ୍ସାଧିକାରୀ ଡା.ଶକ୍ତିପ୍ରସାଦ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ। ଯଥାଶୀଘ୍ର ଏହି ଗୃହ ନିର୍ମାଣ କାର୍ଯ୍ୟ ସାରିବାକୁ ସେ ପରାମର୍ଶ ଦେଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.