Home ଜିଲ୍ଲା ପରିକ୍ରମା ଦଶପଲ୍ଲାରେ କୋଭିଡ୍ କେୟାର ସେଂଟର ଖୋଲିଲା

ଦଶପଲ୍ଲାରେ କୋଭିଡ୍ କେୟାର ସେଂଟର ଖୋଲିଲା

19

ନୟାଗଡ଼, ୪ା୬ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ):ନୟାଗଡ଼ ଜିଲ୍ଲା ଦଶପଲ୍ଲା ବାଳକ ଉଚ୍ଚ ବିଦ୍ୟାଳୟ ଠାରେ କୋଭିଡ୍ କେୟାର ସେଂଟର ଖୋଲାଯାଇଛି। ଦଶପଲ୍ଲା ଅଂଚଳରେ କରୋନା ମହାମାରୀରେ ଆକ୍ରାନ୍ତ ହେଉଥିବା ରୋଗୀମାନଙ୍କୁ ସୁବିଧାରେ ସେବା ଯୋଗାଇ ଦେବା ଲକ୍ଷ୍ୟରେ ଜିଲ୍ଲା ପ୍ରଶାସନ ଏହି ପଦଦେକ୍ଷ ନେଇଛି। ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଓ ଜିଲ୍ଲାପାଳ ଡ.ପୋମା ଟୁଡୁ ଏହାକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ। ଏହି କୋଭିଡ୍ ସେଂଟରରେ ୪୦ଶଯ୍ୟା ରହିଛି। ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଦଶପଲ୍ଲାର ବିଭିନ୍ନ ନେତୃସ୍ଥାନୀୟ ଓ ବିଭିନ୍ନ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.