Home ଅପରାଧ ସେବାଶ୍ରମ ଛାତ୍ରୀଙ୍କୁ ଅନ୍ତଃସତ୍ତ୍ୱା ଘଟଣାର ମୂଖ୍ୟ ଅଭିଯୁକ୍ତ ଗିରଫ

ସେବାଶ୍ରମ ଛାତ୍ରୀଙ୍କୁ ଅନ୍ତଃସତ୍ତ୍ୱା ଘଟଣାର ମୂଖ୍ୟ ଅଭିଯୁକ୍ତ ଗିରଫ

314

କୋରାପୁଟ୬ା୧୨(ଓଡିଆ  ପୁଅ/ବିରଞ୍ଚିନାରାୟଣ ପତ୍ରୀ) ଜୟପୁର ବାମ୍ପୁଣୀ ସେବାଶ୍ରମରେ ପାଠ ପଢୁଥିବା ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରୀକୁ ଅନ୍ତଃସତ୍ତ୍ୱା କରିଥିବା ଅଭିଯୋଗରେ ସେବାଶ୍ରମର ପ୍ରଧାନ ଶିକ୍ଷୟିତ୍ରୀଙ୍କ ୬୦ ବର୍ଷିୟ ସ୍ୱାମୀ ରାଜେନ୍ଦ୍ର ରଥ ଙ୍କୁ ସଦର ପୁଲିସ ଗିରଫ କରି  କୋର୍ଟ ଚାଲାଣ କରିଛି । ଗତ ଖରାଛୁଟିରେ ସେ ଛାତ୍ରୀଙ୍କୁ ନେଇ ପ୍ରଧାନ ଶିକ୍ଷୟିତ୍ରୀ ଘରେ ରଖିଥିଲେ। ତାଙ୍କ ଘରେ ଥିବା ସମୟରେ ରାଜେନ୍ଦ୍ର ତାଙ୍କ ସହ ୬ ଥର ଦୈହିକ ସମ୍ପର୍କ ରଖିଥିବା କଥା ପୁଲିସ ନିକଟରେ ସ୍ୱୀକାର କରିଛନ୍ତି। ଏହାଛଡ଼ା ସ୍କୁଲ ପରିସରରେ ମଧ୍ୟ ଅବସର ପ୍ରାପ୍ତ ଶିକ୍ଷକ ରାଜେନ୍ଦ୍ର ତାଙ୍କ ସହ ଦେିହିକ ସମ୍ପର୍କ ସ୍ଥାପନ କରିଥିବା କଥା ସ୍ୱୀକାର କରିଛନ୍ତି। ପୁଲିସ ତାଙ୍କ ବିରୋଧରେ ଭାରତୀୟ ଦଣ୍ଡବିଧି ଆଇନର ୩୭୬ (୨) (ଏନ୍‌)/ ୩୭୬ (୩)/ ୫୦୬ ଏବଂ ପୋକ୍‌ସୋ ଆଇନ୍‌ର ଏସ୍‌. ୫ ଏବଂ ଏସ୍‌ସି/ଏସ୍‌ଟି ପିଓଏ ଆଇନ୍‌ର ଏସ୍‌. ୩ (୨) (ଭି) ଲାଗୁ କରାଯାଇଥିବା କଥା ଏସ୍‌ଡିପିଓ ଭି. ଗୁଣ୍ଟୁପଲ୍ଲୀ ସୂଚନା ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.