Home ଅପରାଧ ଚର୍ଚ୍ଚାରେ ଏନକାଉଣ୍ଟର୍ ଅଫିସର୍: ସଜ୍ଜନରଙ୍କ ଡିସେମ୍ବର ମାସ

ଚର୍ଚ୍ଚାରେ ଏନକାଉଣ୍ଟର୍ ଅଫିସର୍: ସଜ୍ଜନରଙ୍କ ଡିସେମ୍ବର ମାସ

591

ନୂଆଦିଲ୍ଲୀ: ଗତ ସପ୍ତାହରେ ୨୫ ବର୍ଷୀୟ ମହିଳା ପଶୁ ଚିକିତ୍ସକଙ୍କୁ ବଳାତ୍କାର ଏବଂ ଜିଅନ୍ତା ଜାଳିଦେବା ଘଟଣାରେ ଚାରି ଅଭିଯୁକ୍ତଙ୍କୁ ହାଇଦ୍ରାବାଦ ପୋଲିସ କରିଛି ଏନକାଉଣ୍ଟର୍।ଯେଉଁ ସ୍ଥାନରେ ପ୍ରିୟଙ୍କାଙ୍କ ହତ୍ୟା ହୋଇଥିଲା ସେହିଠାରେ ହିଁ ଏନକାଉଣ୍ଟର୍ ହୋଇଛନ୍ତି ଚାରି ଅଭିଯୁକ୍ତ।ପ୍ରିୟଙ୍କାଙ୍କୁ ନ୍ୟାୟ ଏବଂ ଦୋଷୀଙ୍କୁ ତୁରନ୍ତ ଦଣ୍ଡ ଦାବିରେ ସାରା ଦେଶରେ ଏକ ବଡ଼ ଅକ୍ରୋଶ ଦେଖା ଦେଇଥିଲା।ତେବେ ଦୋଷୀଙ୍କୁ ଦଣ୍ଡ ଦେବା ପାଇଁ କଥା ଅଦାଲତ ଯାଏଁ ଯିବା ପୂର୍ବରୁ ୮/୧୦ ଦିନ ମଧ୍ୟରେ ପୋଲିସ ଅଭିଯୁକ୍ତଙ୍କୁ ଦଣ୍ଡ ଦେଇଦେଲା।ଏନକାଉଣ୍ଟରରେ ୪ ଅଭିଯୁକ୍ତଙ୍କର ମୃତ୍ୟୁ ଘଟିଲା।ଏନକାଉଣ୍ଟର ପ୍ରକ୍ରିୟାକୁ ନେଇ ହୁଏତ କିଛିଟା ପ୍ରଶ୍ନ ଉଠୁଛି।କିନ୍ତୁ, ସ୍ଥାନୀୟ ଲୋକ ପୋଲିସର ଜୟ ଜୟକାର କରୁଛନ୍ତି।ଏନକାଉଣ୍ଟର୍ କରିଥିବା ପୋଲିସଙ୍କ ଉପରେ ଫୁଲ ପକାଉଛନ୍ତି, ମିଠା ଖୁଆଉଛନ୍ତି।ସାରା ଦେଶରେ ମଧ୍ୟ ତେଲେଙ୍ଗାନା ପୋଲିସକୁ ପ୍ରଶଂସା କରାଯାଉଛି।ଆଉ ଏ’ ସବୁର ହିରୋ ସାଜିଛନ୍ତି ତେଲେଙ୍ଗାନା ପୋଲିସ କମିଶନର ଭି. ସି ସଜ୍ଜନର।

ତେବେ ଭି. ସି ସଜ୍ଜନରଙ୍କ ପାଇଁ ଏହା ପ୍ରଥମ ଘଟଣା ନୁହେଁ।୧୧ ବର୍ଷ ତଳେ, ଏହି ଡିସେମ୍ବର ମାସରେ ଭି. ସି ସଜ୍ଜନରଙ୍କ ଦ୍ୱାରା ଘଟିଥିଲା ଏହିପରି ଏକ ଘଟଣା।୨୦୦୮ ମସିହା ଡିସେମ୍ବର ମାସରେ ଦୁଇଜଣ ଇଞ୍ଜିନିୟରିଂ ଛାତ୍ରୀଙ୍କ ଉପରେ ଏସିଡ୍ ଆଟକ୍ କରିଥିବା ତିନି ଜଣ ଅଭିଯୁକ୍ତଙ୍କୁ ୪୮ ଘଣ୍ଟାରେ ଏନକାଉଣ୍ଟର୍ କରିଥିଲେ ସଜ୍ଜନରଙ୍କ ଟିମ୍।ଏକ ତରଫା ପ୍ରେମ କାରଣରୁ ଏସିଡ ଆଟକ୍ କରିବା ସହ ଯୁବତୀଙ୍କୁ ସର୍ବ ସମ୍ମୁଖରେ ଉଲଗ୍ନ କରିବା ଯୋଜନା କରିଥିଲେ ଅଭିଯୁକ୍ତ।ସେତେବେଳେ ସଜ୍ଜନର ଥିଲେ ବାରଙ୍ଗଲ ଜିଲ୍ଲା ଅଧିକ୍ଷକ।୨୦୦୮ ଡିସେମ୍ବର ମାସର ଏହି ଏନକାଉଣ୍ଟର ପରେ ତେଲେଙ୍ଗାନାରେ ଛାତ୍ରଛାତ୍ରୀମାନେ ଖୁସିରେ ବାଣ ଫୁଟାଇ ଥିଲେ।/ଦେବଦତ୍ତ ରଥ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.