Home ଅନୁଗୁଳ ସେବକ ନର୍ସିଂହୋମ ସମ୍ମୁଖରୁ ୭ହଜାର ଟଙ୍କା ପାଇ ପୋଲିସର ଜିମା ଦେଲେ ସହୃଦୟା ମହିଳା

ସେବକ ନର୍ସିଂହୋମ ସମ୍ମୁଖରୁ ୭ହଜାର ଟଙ୍କା ପାଇ ପୋଲିସର ଜିମା ଦେଲେ ସହୃଦୟା ମହିଳା

147

ତାଳଚେର,୨/୭(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ତାଳଚେର ବ୍ଲକ୍ ଅନ୍ତର୍ଗତ ବହ୍ଲର ଛକଠାରେ ଥିବା ସେବକ ନର୍ସିଂହୋମ୍ ସାମ୍‌ନାରୁ ୭ ହଜାର ଟଙ୍କା ପଡିଥିବା ଦେଖି ଜଣେ ସହୃଦୟା ମହିଳା ଉକ୍ତ ଟଙ୍କାକୁ ଉଦ୍ଧାର କରି ତାଳଚେର ଥାନାରେ କାର୍ଯ୍ୟରତ ଏ.ଏସ୍‌.ଆଇ ପ୍ରମୋଦ କୁମାର ପ୍ରଧାନଙ୍କୁ ପ୍ରଦାନ କରିଥିଲେ । ପ୍ରକାଶ ଥାଉକି, ତାଳଚେର ଥାନା ଅନ୍ତର୍ଗତ ବିରାଦରପଡାର ତ୍ରିଲୋଚନ ବେହେରାଙ୍କ ସ୍ତ୍ରୀ ଛାୟା ବେହେରା ତାଙ୍କ ସମ୍ପର୍କୀୟ ଲୋକଙ୍କୁ ନେଇ ସେବକ ନର୍ସିଂ ହୋମ୍ କୁ ଚିକିତ୍ସା ପାଇଁ ଯାଇଥିଲେ ଏବଂ ଚିକିତ୍ସା ପରେ ସେ ଫେରୁଥିବା ସମୟରେ ନର୍ସିଂହୋମ୍ ସମ୍ମୁଖରୁ ୭ ହଜାର ଟଙ୍କା ପାଇଥିଲେ । ସହୃଦୟା ମହିଳା ଏହି ଟଙ୍କାକୁ ଉଦ୍ଧାର କରି ଦିବା ୧୨ ଘଟିକା ସମୟରେ ତାଳଚେର ଥାନାରେ ପୋଲିସଙ୍କୁ ହସ୍ତାନ୍ତର କରିଥିଲେ । ତେବେ ଯେଉଁ ବ୍ୟକ୍ତିର ଏହି ଟଙ୍କା ହଜିଯାଇଛି ସେ ସଠିକ୍ ତଥ୍ୟ ପ୍ରଦାନ କରି ତାଳଚେର ଥାନାରୁ ଟଙ୍କା ନେଇଯିବା ପାଇଁ ପୋଲିସ ପକ୍ଷରୁ ଅନୁରୋଧ କରାଯାଇଛି । ଏଭଳି ମହତ କାର୍ଯ୍ୟ ନିମନ୍ତେ ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନ,ସମାଜସେବୀ ତଥା ଅଂଚଳବାସୀ ଉକ୍ତ ମହିଳାଙ୍କୁ ଭୂୟସୀ ପ୍ରଶଂସା କରିବା ସହ ସାଧୁବାଦ ଜ୍ଞାପନ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.