Home ଓଡ଼ିଶା କୁମ୍ଭୀରକୁ ମାରିଖାଇବା ଫଟୋ ଭାଇରାଲ ହେବା ଘଟଣାର ତ୍ରୀସ୍ତରୀୟ ତଦନ୍ତ ଆରମ୍ଭକଲା ବନବିଭାଗ

କୁମ୍ଭୀରକୁ ମାରିଖାଇବା ଫଟୋ ଭାଇରାଲ ହେବା ଘଟଣାର ତ୍ରୀସ୍ତରୀୟ ତଦନ୍ତ ଆରମ୍ଭକଲା ବନବିଭାଗ

236

ମାଲକାନଗିରି, ୨ା୭(ଓଡିଆ ପୁଅ ) ସାଧାରଣତ କୁମ୍ଭୀର ମଣିଷ ଓ ଅନ୍ୟାନ ଜୀବଜନ୍ତୁ କୁ ପାଣିଭିତରକୁ ଟାଣିନେଇ ମାରିଖାଇ ଦେଉଥିବାର ଲୋକେଜାଣନ୍ତି। ଗତ କାଲି ମୋବାଇଲ ଫୋନରେ ଏମିତି କିଛି ଫଟୋ ଭାଇରାଲ ହୋଇଛି ଯେ ଯିଏ ଦେଖୁଛି ସେ ଆଶ୍ଚର୍ଯ୍ୟ ଓ ଚକିତ ହୋଇପଡୁଛି। କୁମ୍ଭୀର ମଣିଷକୁ ଖାଇବା ବଦଳରେ ତାର ଓଲଟା ମଣିଷ କୁମ୍ଭୀରକୁ ମାରି ଖାଉଥିବାର ଫଟୋ ସବୁ ମୋବାଇଲ ଫୋନ ରେ ଭାଇରାଲ ହୋଇ ଘୁରିବୁଲୁଛି। ଗତ ଶନିବାର ଦିନ ଚିତ୍ରକୋଣ୍ଡା ଜଳଭଣ୍ଡାରରେ ଅପରେଟ କଲୋନିର ଜଣେ ୧୦ବର୍ଷର ବାଳକ ଗାଧୋଉଥିବା ସମୟରେ ଏକ କୁମ୍ଭୀର ପାଣିକୁ ଟାଣି ନେଇ ତାର ଗୋଡ ହାତ ଖାଇଯାଇଥିଲା। ତାପରଦିନ ପିଲାଟିର କ୍ଷତାକ୍ତ ମୃତଶରୀର ପୁଲିସ ଉଦ୍ଧାର କରିଥିବା ବେଳେ ତାର ଓଲଟା ଘଟଣା ଦେଖିବାକୁ ମିଳିଛି ଏକ ଦୁର୍ଗମ ଅପହଁଚଇଲାକୁ ଗ୍ରାମବାସୀ ନଦୀରୁ କୁମ୍ଭୀରଟିଏ କୁ ଧରି ତାକୁ ମାରି ଗଛରେ ଟାଙ୍ଗିଦେଇ ଫଟୋ ଉଠାଇବା ଓ ତାର ମାଂସକୁ ରାନ୍ଧିଖାଇବା ଘଟଣା ର ଫଟୋ ମୋବାଇଲ ଫୋନ ରେ ଭାଇରାଲ ହୋଇଛି। ଏହି ଭାଇରାଲ ଫଟୋ ଗୁଡିକ ମାଲକାନଗିରି ଜିଲ୍ଲା ପଡିଆ ବ୍ଲକସ୍ଥ କାଲଦାପାଲି ଗ୍ରାମର ବୋଲି ବନବିଭାଗ ସନ୍ଦେକରି ତ୍ରୀସ୍ତରୀୟ ତଦନ୍ତ ଆଜି ଠାରୁ ଆରମ୍ଭ କରିଦେଇଛନ୍ତି। ଘଟଣାରୁ ପ୍ରକାଶ ଯେ କାଲଦାପାଲି ଗ୍ରାମର କିଛି ଲୋକ ସୀମାନ୍ତ ଛତିଶଗଡ ରାଜ୍ୟ ନିକଟରେ ପ୍ରବାହିତ ସାବେରୀ ନଦୀକୁ ମାଛଧରିବାକୁ ଯାଇଥିଲେ, ସେମାନଙ୍କ ଜାଲରେ ୧୦ଫୁଟ ଲମ୍ବର ଏକ କୁମ୍ଭୀର ପଡିଯାଇଥିଲା। ମାଛ ଦରାଳି ମାନେ ସେହି କୁମ୍ଭୀରଟିକୁ ଉଦ୍ଧାର କରି କୁଳକୁ ଆଣିଥିଲେ। କୁମ୍ଭୀରଟିକୁ ମାରିଦେଇ ଗ୍ରାମ ମଝୀରେ ଥିବା ଏକ ତେନ୍ତୁଳିଗଛରେ ଟାଙ୍ଗି ଦେଇ କିଛି ଯୁବକ ଫୋନରେ ସେଲଫ ଉଠାଇବା ସହିତ ତାର ମାଂସ କାଟିପକାଇଥିଲେ। ପରେ ଗ୍ରାମରେ ତାର ମାଂସ ଭାଗକରି ନେଇ ରାନ୍ଧି ଖାଇଥିବାର ଜଣାପଡିଛି। ଏହି ଫଟୋ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବାପରେ ସେହି ଗ୍ରାମକୁ ବନବିଭାଗ ଯାଇ ତଦନ୍ତ ଆରମ୍ଭ କରିଛନ୍ତି। ଏ ସଂପର୍କରେ ମାଲକାନଗିରି ଡିଏଫଓ ପ୍ରଦୀପ ମିରସେ ଙ୍କ ସହ ଯୋଗା ଯୋଗ କରିବାରୁ ସେକହିଥିଲେ ଏହି ଫୋଟ ଭାଇରାଲ ସଂପର୍କରେ ଆମ ନିକଟରେ ସୂଚନା ଅଛି। କାଲିମେଳା ରେଜଂଅଫିସର ରାମଚନ୍ଦ୍ରମାଡକାମି ସେହି ଗ୍ରାମକୁ ଗତକାଲି ରାତ୍ରରେ ତଦନ୍ତ ପାଇଁ ଯାଇଥିଲେ ମଧ୍ୟ ମଲା କୁମ୍ଭିରର ଚମଡା କି ହାଡ ମିଳିନଥିବା ଓ କିଛି ସୁରାକପାଇ ପାରିନଥିବାରୁ ଆଜି ବନବିଭାଗ ପକ୍ଷରୁ ତ୍ରୀସ୍ତରୀୟ ବନବିଭାଗ ତଦନ୍ତକାରୀ ସ୍କାର୍ଡ ଗଠନ କରାଯାଇ ଏହି ଘଟଣାର ଅଧିକ ତଦନ୍ତ ଆରମ୍ଭ ହୋଇଛି। କାଲଦାପାଲି ଗ୍ରାମରୁ ଜଣେବ୍ୟକ୍ତିଙ୍କୁ ରେଜଂଅଫିସକୁ ଅଣା ଯାଇ ପଚରା ଉଚରା ଚାଲିଛି କୁମ୍ଭୀର ସହିତ ଫଟୋ ଉଠାଇଥିବା ଯୁବକ ମାନଙ୍କୁ ଖୋଜାଚାଲିଛି। ସେମାନେ ଧରାପଡିଗଲେ କୁମ୍ଭୀରଟି ଜୀବନ୍ତଧରା ଯାଇଥିଲା କି ମୃତ ଅଣାଯାଇଛି ତାହାର ପ୍ରକୃତ ରହସ୍ୟ ଜଣାପଡିବ, ଏହି ଘଟଣାରେ ଯିଏ ସଂପୃକ୍ତ ଅଛନ୍ତି ସେମାନଙ୍କ ବିରୋଧରେ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଟାନ ଗ୍ରହଣ କରାଯିବ ବୋଲି ଡିଏଫଓ ଶ୍ରୀ ମିରାସେ କହିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.