Home କେନ୍ଦୁଝର ସେପ୍ଟେମ୍ବର ଅକ୍ଟୋବର ଦୁଇମାସର ଚଣା ଗଲା କୁଆଡେ

ସେପ୍ଟେମ୍ବର ଅକ୍ଟୋବର ଦୁଇମାସର ଚଣା ଗଲା କୁଆଡେ

101

ହାଟଡିହି- ୮ / ୧୧ :(ଓଡିଆପୁଅ / ବିକାଶ ବିଶ୍ୱାଳ) କେନ୍ଦ୍ର ସରକାର କରୋନା କଟକଣାକୁ ଲକ୍ଷ ରଖି ନଭେମ୍ବର ମାସ ପର‌୍ୟ୍ୟନ୍ତ ଖାଉଟି ମାନଙ୍କୁ ରେସନକାର୍ଡ ଜରିଆରେ ଚାଉଳ ଓ ଡାଲି ଯୋଗାଇ ଦେବାପାଇଁ ନିର୍ଦ୍ଦେଶ ଦେଇଥିଲେ । ସେହି ଅନୁସାରେ ଯୋଗାଣ ବିଭାଗ ପକ୍ଷରୁ ଦୁଇ ଦୁଇ ମାସର ଚାଉଳ ଯୋଗାଇ ଦେଇଥିବାବେଳେ ଦୁଇ ମାସର ଡାଲି ପରିବର୍ତ୍ତେ (ଚଣା) ସୋଲା ଯୋଗାଇ ଦେଇଥିଲେ । ଜୁଲାଇ ଅଗଷ୍ଟ ମାସର ଚଣା ହିତାଧିକାରୀଙ୍କୁ ଦିଆଯାଇଥିବାବେଳେ ସେପ୍ଟେମ୍ବର ଓ ଅକ୍ଟୋବର ମାସର ସୋଲା ଆଜି ପର‌୍ୟ୍ୟନ୍ତ ଦିଆଗଲାନି । ଫଳରେ ଲୋକମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି । କେତେକ ପଞ୍ଚାୟତରେ ସେପ୍ଟମ୍ବର ଓ ଅକ୍ଟୋବର ମାସରେ ଚାଉଳ ବଣ୍ଟା ଯାଇଥିବାବେଳେ ନଭେମ୍ବର ମାସ ହୋଇଯାଇଥିଲେ ମଧ୍ୟ ଆଜି ପର‌୍ୟ୍ୟନ୍ତ ଚଣା ବଣ୍ଟନ ହୋଇ ପାରିନି । ବ୍ଲକରେ ୭ଶହ କୁଇଣ୍ଟାଲରୁ ଉର୍ଦ୍ଧ ଚଣା ଆବଶ୍ୟକ ଥିବାବେଳେ ବ୍ଲକକୁ ମାତ୍ର ୨୪୦କୁଇଣ୍ଟାଲ ଚଣା ଆସିଛି । ଏହି ୨୪୦କୁଇଣ୍ଟାଲ ଚଣାକୁ ମାତ୍ର ଅଳ୍ପ କିଛି ପଞ୍ଚାୟତକୁ ଯୋଗାଇ ଦିଆଯାଇଛି । ତାହାବି ସମ୍ପୁର୍ଣ୍ଣ ଦିଆଯାଇ ନଥିବାରୁ ସେହିସବୁ ପଞ୍ଚାୟତ ବଣ୍ଟନ କରାଯାଇ ପାରୁ ନାହିଁ । ଏ ସମ୍ପର୍କରେ ଯୋଗାଣ ଅଧିକାରୀଙ୍କୁ ପଚାରିବାରୁ ସେ ଯାହା ଆସିଛି ସେତିକି ମାତ୍ର ବଣ୍ଟା ଯାଇଛି । ଏଇ ଅଳ୍ପଦିନ ଭିତରେ ଚଣା ଆସିବାର ଅଛି ଆସିଲେ ବଣ୍ଟନ କରାଯିବ ବୋଲି କହିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.