Home କେନ୍ଦୁଝର ବିପଦ ଶଙ୍କୁଳ ଅବସ୍ଥାରେ କେନାଲ ପୋଲ, ସୁରକ୍ଷାବାଡା ଭାଙ୍ଗି ପଡିଛି

ବିପଦ ଶଙ୍କୁଳ ଅବସ୍ଥାରେ କେନାଲ ପୋଲ, ସୁରକ୍ଷାବାଡା ଭାଙ୍ଗି ପଡିଛି

52

ହାଟଡିହି- ୯ / ୧୧ : (ଓଡିଆପୁଅ / ବିକାଶ ବିଶ୍ୱାଳ)ଶାଳଣିଆଁ ବ୍ରାଞ୍ଚ କେନାଲ ଇଞ୍ଚୋଳ ନିକଟରେ ପୋଲର ସୁରକ୍ଷା ବାଡା ଭାଙ୍ଗି ପଡିଥିବାରୁ ଏହା ବିପଦ ଶଙ୍କୁଳ ହୋଇପଡିଛି । କେତେବେଳେ ଯେ ଅଘଟଣ ନଘଟିବ ତାହା କହିହେବନି । ମରୈଗାଁ ବଳୀପୁର ନଦୀବନ୍ଧ ରାସ୍ତାରେ ଥିବା ଏହି କେନାଲ ପୋଲଟିର ସୁରକ୍ଷାବାଡା ଦୀର୍ଘଦିନ ହେଲା ଭାଙ୍ଗି ପଡିଛି । ଅନେକ ଗୋରୁ ଗାଈ ଏହି କେନାଲରେ ଖସି ପୁର୍ବରୁ ଆହତ ହୋଇଛନ୍ତି । ଏହା ଏକ ଜନଗହଳି ପୁର୍ଣ୍ଣ ରାସ୍ତା ହୋଇଥିବାରୁ ସବୁବେଳେ ଶହଶହ ବାଇକ ଓ ଚାରି ଚକିଆ ଗାଡି ଯାତାୟତ କରୁଛନ୍ତି । ରାସ୍ତାଟି ମଧ୍ୟ ଏହୀ ପୋଲ ନିକଟରେ ବଙ୍କାଣି ହୋଇଥିବାରୁ ଏହା ବିପଦ ସୃଷ୍ଟି କରିଛି । ଏଣୁ ଜଳସମ୍ପଦ ବିଭାଗର ଅଧିକାରୀ ମାନେ ଏହାକୁ ଦୃଷ୍ଟିଦେଇ ତୁରନ୍ତ ସୁରକ୍ଷା ବାଡା ନିର୍ମାଣ କରିବାକୁ ଇଞ୍ଚୋଳ ଗ୍ରାମବାସୀମାନେ ଦାବି କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.