Home କେନ୍ଦୁଝର ଯୋଡା – ଏଟିଏମ୍ ଲୁଟ୍ ଘଟଣାରେ ୪ ନାବାଳକ ଗିରଫ

ଯୋଡା – ଏଟିଏମ୍ ଲୁଟ୍ ଘଟଣାରେ ୪ ନାବାଳକ ଗିରଫ

155

ଯୋଡା, ୦୯/୧୧ (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) : ବାମେବାରୀ ଥାନା ଅନ୍ତର୍ଗତ ଜଜାଙ୍ଗସ୍ଥିତ ରୁଙ୍ଗଟା କଲୋନୀରେ ଥିବା ଏସ୍‌.ବି.ଆଇ ର ଏକ ଏଟିଏମ୍‌କୁ ଗତ ଅକ୍ଟୋବର ୩୦ ତାରିଖ ଦିନ କିଛି ଦୁର୍ବୁତ୍ତ ଲୁଟ କରିବା ପାଇଁ ଉଦ୍ୟମ କରିଥିଲେ । ସେମାନେ ଏଟିଏମ୍ ଟିକୁ ଭାଙ୍ଗୁଥିବା ସମୟରେ ହାଇଦ୍ରାବାଦରେ ଥିବା ସିସି ଟିଭି କଣ୍ଟୋଲ ରୁମ୍‌ରୁ ଜୁରୁଡି ଏସ୍‌ବିଆର ର ଶାଖା ପରିଚାଳକ ସୁଶାନ୍ତ କୁମାର ବେହେରାଙ୍କୁ ଫୋନ ମାଧ୍ୟମରେ ଜଣାଇଦିଆଯାଇଥିଲା । ପରିଚାଳକ ତୁରନ୍ତ ଖବର ପାଇଁ ବାମେବାରୀ ପୁଲିସକୁ ଯୋଗାଯୋଗ କରିଥିଲେ ମଧ୍ୟ ଯୋଗାଯୋଗ ନହେବାରୁ ଯୋଡା ପୁଲିସକୁ ଖବର ଦେଇଥିଲେ । ଯୋଡା ପୁଲିସ ଘଟଣା ସ୍ଥଳରେ ପହଞ୍ଚିବା ବେଳକୁ ଦୁର୍ବୁତ୍ତମାନେ ଟଙ୍କା ନେଇନପାରି ସେଠାରୁ ଚମ୍ପଟ ମାରିଥିଲେ । ପୁଲିସ ସିସି ଟିଭି କ୍ୟାମାରାରୁ ସେମାନଙ୍କୁ ଚିହ୍ନଟ କରି ରବିବାର ଗିରଫ କରିଥିଲା । ଏହି ୪ଜଣ ଯାକ ନାବାଳକ ଥିବାରୁ ପୁଲିସ ସେମାନଙ୍କ ନାମ ଗୋପନ ରଖିଛି । ଅଭିଯୁକ୍ତମାନଙ୍କ ନାମରେ କେଶ ନଂ ୧୪୬/୨୦୨୦ ଦଫା ୪୫୭, ୩୮୦, ୫୧୧, ୪୨୭ରେ ମାମଲା ଋଜୁ କରି କୋର୍ଟ ଚାଲାଣ କରିଛି । ତେବେ ଏମାନଙ୍କ ସହିତ ଆଉ ୨ଜଣଙ୍କର ସମ୍ପୃକ୍ତି ଥିବା ଜଣାପଡିଥିଲେ ମଧ୍ୟ ସେମାନେ ଫେରାର ଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.