Home ଅନୁଗୁଳ ସେଂଟ ଜନସ ଅନନ୍ତ ଆମ୍ବୁଲାନ୍ସ ଡିଭିଜନ ପକ୍ଷରୁ ଜଳଛତ୍ର

ସେଂଟ ଜନସ ଅନନ୍ତ ଆମ୍ବୁଲାନ୍ସ ଡିଭିଜନ ପକ୍ଷରୁ ଜଳଛତ୍ର

94

ତାଳଚେର,୧୬/୫(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ଏମ୍‌.ସି.ଏଲ.ର ସ୍ଥାନୀୟ ଜଗନ୍ନାଥ କ୍ଷେତ୍ର ମହାପ୍ରବନ୍ଧକ କାର‌୍ୟ୍ୟାଳୟ ସମ୍ମୁଖରେ ସେଂଟ ଜନସ ଅନନ୍ତ ଆମ୍ବୁଲାନ୍ସ ଡିଭିଜନ ତରଫରୁ ଏକ ଜଳଛତ୍ର ଆଜି ଶୁଭାରମ୍ଭ ହୋଇଯାଇଛି । ଅନୁଷ୍ଠାନର ଡିଭିଜନ କମାଣ୍ଡର ପ୍ରଦୀପ୍ତ କୁମାର ସ୍ୱାଇଁଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଆୟୋଜିତ ଏହି କାର‌୍ୟ୍ୟକ୍ରମରେ ଜଗନ୍ନାଥ କ୍ଷେତ୍ର ମହାପ୍ରବନ୍ଧକ ଏମ୍‌.ଜି.ବ୍ରହ୍ମପୁରକର ମୂଖ୍ୟ ଅତିଥିଭାବେ ଯୋଗ ଦେଇ ଏହାକୁ ଉଦଘାଟନ କରିଥିଲେ । ଜଗନ୍ନାଥ କ୍ଷେତ୍ରର ବିତ ବିଭାଗର ଅଧିକାରୀ ସି.ଆର.ଦାସ,ବିକ୍ରୟ ଏବଂ ବିପଣନ ବିଭାଗର ମୂଖ୍ୟ କେ.ଆର. ଆର.ନାୟଡ଼ୁ.ଶ୍ରମିକ ନେତା ଶଙ୍କର ବେହେରା,ସିଦ୍ଧେଶ୍ୱର ପ୍ରଧାନ,ଆଇ.ଜି.ପାଢ଼ୀ ପ୍ରମୁଖ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ । ତାଳଚେର ଏକ କୋଇଲାଖଣି ଅଂଚଳ ହୋଇଥିବାରୁ ଏଠାରେ ଗ୍ରୀଷ୍ମ ଋତୁରେ ତାପମାତ୍ରା ବହୁତ ବୃଦ୍ଧି ପାଇଥାଏ । ଏଣୁ ପାନୀୟଜଳ କେନ୍ଦ୍ର ଜରିଆରେ ଜନସାଧାରଣଙ୍କୁ ବିଶୁଦ୍ଧ ଜଳ ଯୋଗାଇ ଦେବାର ଆବଶ୍ୟକ ପଡ଼ୁଥିବାରୁ ଅନୁଷ୍ଠାନ ପକ୍ଷରୁ ଏହି ବ୍ୟବସ୍ଥା କରାଯାଇଛି । ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ଆସନ୍ତା ୨ମାସ ପର‌୍ୟ୍ୟନ୍ତ ଏହି ଜଳ ସେବା ଶିବିରରେ ଦୈନନ୍ଦିନ ରାସ୍ତାରେ ଯାଉଥିବା ଜନସାଧାରଣଙ୍କୁ ଦହିପାଣି,ଲେମ୍ବୁ ପାଣି,ଓଆରଏସ ଓ ଥଣ୍ଡା ପାନୀୟ ଜଳ ଇତ୍ୟାଦି ବିତରଣ କରାଯିବ ବୋଲି ଅନୁଷ୍ଠାନ ପକ୍ଷରୁ ସୂଚନା ଦିଆଯାଇଛି । ଅନୁଷ୍ଠାନର ଆମ୍ବୁଲାନ୍ସ ଅଫିସର ପଂଚୁ ସାହୁ ଓ ବ୍ରିଗେଡ଼ ସଦସ୍ୟ ରଞ୍ଜିତ ସାହୁ,ଚନ୍ଦନ ପ୍ରଧାନ,ଶ୍ରୀକ୍ରୀଷ୍ଣା ସାହୁ, ପ୍ରମୋଦ କୁମାର ସାହୁ,ବୈକୁଣ୍ଠ ପ୍ରଧାନ,ବିଭୁତି ମହାରଣା,ଅଞ୍ଜନ ଶତପଥି,ଟିକନ ସାହୁ,ସରୋଜ ସାହୁ,ରାଜେନ୍ଦ୍ର ସାହୁ,ହୃଦାନନ୍ଦ ବେହେରା,ପ୍ରଦୀପ ପ୍ରଧାନ,ପିଂଟୁ ପ୍ରଧାନ,ବିଦ୍ୟାଧର ପ୍ରଧାନ,ସମୀର କୁମାର ପ୍ରଧାନ ଏବଂ ପୃଥ୍ୱୀରାଜ ଭଞ୍ଜ ପ୍ରମୁଖ କାର‌୍ୟ୍ୟକ୍ରମରେ ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.