Home ଓଡ଼ିଶା ଜିଲ୍ଲାଅବକାରୀ ବିଭାଗ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡକୁ ୭୬ହଜାର ଟଙ୍କା ଦାନ

ଜିଲ୍ଲାଅବକାରୀ ବିଭାଗ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡକୁ ୭୬ହଜାର ଟଙ୍କା ଦାନ

97

ମାଲକାନଗିରି,୧୬ା୫(ଓଡିଆ ପୁଅ )ସମଗ୍ର ବିଶ୍ୱ କରୋନା ମହାମାରି ବିପତି ରେ ପଡି ଛନ୍ଦିହୋଇ ଲକ ଡାଉନ ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ କରୋନା ମୁକାବିଲା ପାଇଁ ମାଲକାନଗିରି ଜିଲ୍ଲାଅବକାରୀ ବିଭାଗ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ସହାୟତା ରିଲିଫ ଫଣ୍ଡକୁ ୭୬ହଜାର ଟଙ୍କା ଦାନ କରାଯାଇଛି । ମାଲକାନଗିରି ଜିଲ୍ଲାଅବକାରୀ ବିଭାଗ ସୁପରିଟେଣ୍ଡେଟଂ ଅଶୋକକୁମାର ସେଠ ଆଜି ଜିଲ୍ଲାପାଳ ମନୀଷଅଗ୍ରଓ୍ୟାଲ ଙ୍କୁ ସାକ୍ଷାତ କରି ତାଙ୍କ ଜରିଆରେ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡକୁ ୭୬ହଜାର ଟଙ୍କାର ଚେକ ପ୍ରଦାନ କରିଛନ୍ତି । ଭୟାବହ କରୋନା ମହାମାରି ଓ ଲକଡାଉନ ସମୟରେ ଜିଲ୍ଲାଅବକାରୀ ବିଭାଗ ଅଧିକାରୀ ଓ କର୍ମଚାରୀ ମାନଙ୍କ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡକୁ ଅନୁଦାନ ଓ ସେମାନଙ୍କ ସେବା ମନୋବୃତି କୁ ଜିଲ୍ଲାପାଳ ସାଧୁବାଦ ଜଣାଇଛନ୍ତି ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.