Home କେନ୍ଦୁଝର ବଞ୍ଚୋ ଓ ଷଡଙ୍ଗ ପଞ୍ଚାୟତରେ ଅସ୍ଥାୟୀ ଚିକିତ୍ସାକେନ୍ଦ୍ର ଖୋଲିଲା

ବଞ୍ଚୋ ଓ ଷଡଙ୍ଗ ପଞ୍ଚାୟତରେ ଅସ୍ଥାୟୀ ଚିକିତ୍ସାକେନ୍ଦ୍ର ଖୋଲିଲା

59

ହାଟଡ଼ିହି-୨/୪, ହାଟଡିହି ବ୍ଲକରେ କରୋନା ମୁକାବିଲା ପାଇଁ ବ୍ୟାପକ ସତର୍କତା ମୁଳକ ପଦକ୍ଷେପ ଗ୍ରହଣ କରାଯାଇଛି । ରାଜ୍ୟ ବାହାରୁ ଆସୁଥିବା ଲୋକମାନଙ୍କୁ ସଚେତନ କରାଇବା ସହିତ ସନ୍ଦିଗ୍ଧ ରୋଗୀ ମାନଙ୍କ ପାଇଁ ପ୍ର୍ରତି ପଞ୍ଚାୟତରେ ଅସ୍ଥାୟୀ ଚିକିତ୍ସାକେନ୍ଦ୍ର ଖୋଲାଯାଉଛି । ବଞ୍ଚୋ ପଞ୍ଚାୟତ କାର୍ଯ୍ୟାଳୟରେ ଗୋଟିଏ ଅସ୍ଥାୟୀ କରୋନା ଚିକିତ୍ସାକେନ୍ଦ୍ର ଖୋଲାଯାଇ ୧୦ଟି ବେଡ ପକାଯାଇଥିବାବେଳେ ଶିବନାରାୟଣପୁରରେ ମଧ୍ୟ ଅସ୍ଥାୟୀ ଚିକିତ୍ସାକେନ୍ଦ୍ର ଖୋଲାଯିବାର ବ୍ୟବସ୍ଥା କରାଯାଇଛି । ସରପଞ୍ଚଙ୍କ ପ୍ରତିନିଧି ଶଶାଙ୍କ ଶେଖର ପୁହାଣଙ୍କ ପ୍ରତ୍ୟେକ୍ଷ ତତ୍ୱାଧାନରେ ଏହି କେନ୍ଦ୍ର ଖୋଲାଯାଇଥିବାବେଳେ ଆଶା, ଅଙ୍ଗନବାଡି କର୍ମୀମାନେ ସମସ୍ତ ପ୍ରକାର ସେବା ଯୋଗାଇଦେବାପାଇଁ ଉପସ୍ଥିତ ରହିଛନ୍ତି । ସେହିପରି ଷଡଙ୍ଗ ପଞ୍ଚାୟତର ଆର.ବି.ହାଇସ୍କୁଲ ଠାରେ ଦୁଇଟି ୱାର୍ଡ ଖୋଲାଯାଇ ୨୦ଟି ବେଡ ପକାଯାଇଥିବାବେଳେ ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ରରେ ବିଦ୍ୟୁତ, ପାନୀୟଜଳ ଓ ପରିମଳର ସମସ୍ତ ବ୍ୟବସ୍ଥା କରାଯାଇଛି । ଷଡଙ୍ଗ ସରପଞ୍ଚ ସ୍ୱର୍ଣ୍ଣପ୍ରଭା ଯେନା, ପିଇଓ ମଧୁସ୍ମିତା ମହାନ୍ତି, ଜିଆରଏସ ଗଣେଶ୍ୱର ସାହୁ ପ୍ରମୁଖ ଉପସ୍ଥିତ ରହି ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଅନୁଧ୍ୟାନ କରିଥିଲେ । ଯେଉଁ ସନ୍ଦିଗ୍ଧମାନେ ଠାବ କରାଯିବେ ସେମାନଙ୍କୁ ଏଠାରେ ସଙ୍ଗରୋଧରେ ରଖାଯାଇ ସ୍ୱାସ୍ଥ୍ୟସେବା ଯୋଗାଇ ଦିଆଯିବ ବୋଲି ଉଭୟ ପଞ୍ଚାୟତର ସରପଞ୍ଚମାନେ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.