Home ଜିଲ୍ଲା ପରିକ୍ରମା ସୃଜନଶୀଳତାର ବିକାଶ ଶିକ୍ଷାର ମୂଳ ଲକ୍ଷ୍ୟ ହେଉ, ସରକାରୀ ଉଚ୍ଚ ବିଦ୍ୟାଳୟ ଭଦ୍ରକରେ କ୍ଲଷ୍ଟର ସ୍ତରୀୟ...

ସୃଜନଶୀଳତାର ବିକାଶ ଶିକ୍ଷାର ମୂଳ ଲକ୍ଷ୍ୟ ହେଉ, ସରକାରୀ ଉଚ୍ଚ ବିଦ୍ୟାଳୟ ଭଦ୍ରକରେ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ପାଳିତ

22

ଭଦ୍ରକ, ୧୧ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସୃଜନଶୀଳତାର ବିକାଶ ଶିକ୍ଷାର ମୂଳ ଲକ୍ଷ୍ୟ । ପିଲାମାନଙ୍କ ମଧ୍ୟରେ ଲୁକ୍‌କାୟିତ ସୁପ୍ତ ପ୍ରତିଭାର ବିକାଶ ପାଇଁ ଶିଶୁ ମହୋତ୍ସବ ସୁଯୋଗ ସୃଷ୍ଟି କରିଥାଏ ।ସରକାରୀ ଉଚ୍ଚ ବିଦ୍ୟାଳୟ ଭଦ୍ରକ ପରିସରରେ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ, ସୁରଭି ପାଳନ ଅବସରରେ ଏହା ପ୍ରକାଶ କରିଛନ୍ତି ବଶିଷ୍ଟ ଅତିଥି ମାନେ ।ଦିବା ୧୦ଘଟିକା ସମୟରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରିୟଙ୍କା ପ୍ରିୟଦର୍ଶିନୀ ନାୟକଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ବ୍ଲକ ଶିକ୍ଷାଧିକାରୀ, ଭଦ୍ରକ ଚକ୍ରଧର ମଲ୍ଲିକ ମୁଖ୍ୟ ଅତିଥି, ଅବସର ପ୍ରାପ୍ତ ଅଧ୍ୟକ୍ଷା ସୁଚିତ୍ରା ପାଣିଗ୍ରାହୀ, ମୂଖ୍ୟ ବକ୍ତା ଭାବେ ଯୋଗ ଦେଇଥିବାବେଳେ ସମ୍ମାନନିୟ ଅତିଥି ଭାବେ ପାରିଷଦ ପ୍ରତିନିଧି ପଙ୍କଜ ବଳ ଯୋଗ ଦେଇଥିଲେ । ସି.ଆର୍‌. ସି.ସି. ରଚନା ପାଲ୍ ଙ୍କ ତତ୍ୱାବଧାନରେ ଆୟୋଜିତ ସଭାରେ ପ୍ରଧାନ ଶିକ୍ଷକ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଏହି ଅବସରରେ ପ୍ରାୟ ୧୨ଟି ବିଦ୍ୟାଳୟରୁ ଆସିଥିବା ପିଲାମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା ଆୟୋଜନ କରାଯାଇ କୃତି ଛାତ୍ରଛାତ୍ରୀଙ୍କୁ ପୁରଷ୍କାର ପ୍ରଦାନ କରାଯାଇଥିଲା ।ବିଭିନ୍ନ ପ୍ରତିଯୋଗିତାରେ ବିଚାରକ ଭାବରେ କାଦମ୍ବିନି ମହାନ୍ତି, ସ୍ନେହଲତା ବେହେରା, ମୋନାଲିସା ସାହୁ, ଶଶିକାନ୍ତ ସାହୁ , ବାଇଧର ପଲାଇ, ଜୟନ୍ତ କୁମାର ଜେନା, ରଘୁନାଥ ସାମନ୍ତରାୟ, ମୋହନଦତ, ପ୍ରହଲ୍ଲାଦ ବାରିକ, ଟିପୁ ସୁଲତାନ , ପ୍ରମୁଖ ଯୋଗ ଦେଇଥିଲେ । ପ୍ରତି ବିଭାଗରୁ ପ୍ରଥମ ସ୍ଥାନ ଅଧିକାର କରିଥିବା ପ୍ରତିଯୋଗୀ ମାନେ ବ୍ଲକ ସ୍ତରୀୟ ପ୍ରତିଯୋଗିତରେ ଭାଗନେବାକୁ ଯୋଗ୍ୟ ବିବେଚିତ ହୋଇଥିଲେ ।ଉକ୍ତ ଉତ୍ସବରେ ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ, ଶିକ୍ଷା କର୍ମଚାରୀ ସହେଯାଗ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.