Home ଜିଲ୍ଲା ପରିକ୍ରମା ଅର୍ନ୍ତରାଷ୍ଟ୍ରୀୟ କନ୍ୟା ସନ୍ତାନ ଦିବସ ପାଳିତ

ଅର୍ନ୍ତରାଷ୍ଟ୍ରୀୟ କନ୍ୟା ସନ୍ତାନ ଦିବସ ପାଳିତ

18

ଭଦ୍ରକ, ୧୧ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ପୁରୁଣାବଜାର ସ୍ଥିତ ଏନ.ସି. ହାଇସ୍କୁଲ ସଭା ଗୃହରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ ତରଫରୁ କନ୍ୟା ସନ୍ତାନ ଦିବସ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଅବିନାଶ ମହାନ୍ତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ଶିଶୁ ମଙ୍ଗଳ କମିଟିର ଅଧ୍ୟକ୍ଷ ଡ. ଦେବରାଜ ପାଣିଗ୍ରାହୀ ଯୋଗଦେଇ ବାଳିକାମାନଙ୍କୁ ସମ୍ମୁଖିନ ହେଉଥିବା ଆହ୍ୱାନର ମୁକାବିଲା କରିବାପାଇଁ ଗୁରୁତ୍ୱରୋପ କରିଥିଲେ । ସମ୍ମାନିତ ଅତିଥି ଭାବେ ଆସିଆନାର ସଂପାଦିକା ସୋଫିଆ ସେକ୍ ଯୋଗଦେଇ ବାଳିକାମାନଙ୍କୁ ସଶକ୍ତିକରଣ ଓ ମାନବଧିକାରର ସୁନିଶ୍ଚିତତା କରିବା ପାଇଁ ଆଲୋକପାତ କରିଥିଲେ । ଅନ୍ୟପ୍ରମୁଖ ବ୍ୟକ୍ତିଙ୍କ ମଧ୍ୟରେ ଏନ.ଏସ ହାଇସ୍କୁଲର ପ୍ରଧାନଶିକ୍ଷୟିତ୍ରୀ ସୁକ୍ରୀତୀ କର, ଶିକ୍ଷକ କମାଲ ଆଲାମ ଖାନ, ଶିକ୍ଷୟିତ୍ରୀ ପାର୍ବତୀ ହାଂସଦା ଏବଂ କସ୍ତୁରବା ଗାନ୍ଧି ବାଳିକା ବିଦ୍ୟାଳୟର ପରିଚାଳକ ମମିତା ଦାସ ପ୍ରମୁଖ ଯୋଗଦେଇଥିଲେ । ଏହି ସଚେତନତା କାର୍ଯ୍ୟକ୍ରମରେ ଦେଢ଼ଶହ ରୁ ଊର୍ଦ୍ଧ କସ୍ତୁରବା ଗାନ୍ଧି ବାଳିକା ବିଦ୍ୟାଳୟର ଅନ୍ତେବାସିନୀ ମାନେ ଯୋଗଦେଇଥିଲେ । ଉକ୍ତ କାର୍ଯ୍ୟକ୍ରମକୁ ଆସିଆନାର ସଂଯୋଜକ ରିଆଜ ଅହମ୍ମଦ ଅହମ୍ମଦି ପରିଚାଳନା କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.