Home ଜିଲ୍ଲା ପରିକ୍ରମା ସଂସ୍କୃତି ପ୍ରଚାର ସମିତିର ରକ୍ତଦାନ ଶିବିର, ୭୦ ୟୁନିଟ ରକ୍ତ ସଂଗୃହୀତ

ସଂସ୍କୃତି ପ୍ରଚାର ସମିତିର ରକ୍ତଦାନ ଶିବିର, ୭୦ ୟୁନିଟ ରକ୍ତ ସଂଗୃହୀତ

18

ଭଦ୍ରକ, ୧୧ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ନୂଆବଜାର ଶିଶୁମନ୍ଦିର ପରିସରରେ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ ଆନୁକୁଲ୍ୟରେ ସଂସ୍କୃତି ପ୍ରଚାର ସିମତି ପକ୍ଷରୁ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରକୁ ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଳୟର ପଦାଥବିଜ୍ଞାନ ପ୍ରାଧ୍ୟାପକ ତଥା ଜିଲ୍ଳା ରେଡ୍‌୍‌କ୍ରସ୍ ଆବାହକ ଡ. କମଳାକାନ୍ତ ଜେନା ଉଦ୍‌ଘାଟକ ଭାବେ ଯୋଗଦେଇ ଏହାର ଉଦ୍‌ଘାଟନ କରିଥିଲେ । ଏହି ଅବସରରେ ୨୦ରୁ ଉର୍ଦ୍ଧ୍ୱ ମହିଳା ଏବଂ ଯୁବତୀ ସ୍ୱତଃ ରକ୍ତଦାନ କରିଥିଲେ । ମୋଟ ୭୦ ୟୁନିଟ୍ ରକ୍ତ ସଂଗୃହୀତ ହୋଇଥିଲା । ଏହି କାର୍ଯ୍ୟକ୍ରମକୁ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ନଗରସେବା ପ୍ରମୁଖ ପ୍ରଶାନ୍ତ ସାହୁ ସଂଯୋଜନା କରିଥିଲେ । ସଂଯୋଜକ ସୁଦର୍ଶନ ଲାହା, ବିଭାଗ ପ୍ରଚାରକୁ ଚନ୍ଦ୍ରଶେଖର ମହାପାତ୍ର, ଜିଲ୍ଲା ପ୍ରଚାରକ ମାନସ ରଂଜନ ବିଶି, ନଗର ପ୍ରଚାର ପ୍ରମୁଖ ଆଶିଷ ବାରିକ, ଜିଲ୍ଳା ପ୍ରଚାର ପ୍ରମୁଖ ଦେବାଶିଷ ମିଶ୍ର, ନଗର କାର୍ଯ୍ୟବାହ ଅଭିମନ୍ୟୁ ବେହେରା, ନଗର ମହାବିଦ୍ୟାଳୟ ପ୍ରମୁଖ ହିତେଶ ମହାନ୍ତି ପ୍ରମୁଖ ପରିଚାଳନା କରିଥିବା ବେଳେ ବୈଶାଖୀ ସାହାଣୀ, ସୁଶ୍ରୀ ସ୍ୱାଗତିକା ଦାସ, ଜ୍ୟୋତ୍ସ୍ନାରାଣୀ ବାରିକ ପ୍ରମୁଖ କାର୍ଯ୍ୟକର୍ତ୍ତା ରକ୍ତଦାନ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.