Home ଓଡ଼ିଶା ସୂର୍ଯ୍ୟପରାଗ ପାଇଁ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତି

ସୂର୍ଯ୍ୟପରାଗ ପାଇଁ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତି

414

ପୁରୀ ୨୫-୧୨ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ବକୁଳ ଅମାବାସ୍ୟା ବା ପୌଷ ଅମାବାସ୍ୟାରେ ସୂର୍ଯ୍ୟପରାଗ ହେଉଥିବା ବେଳେ ଏନେଇ ସ୍ୱତନ୍ତ୍ର ନୀତି ଚୂଡାନ୍ତ ହୋଇଛି। ୨୫ ତାରିଖ ରାତି ୮ଟା୨୦ରୁ ପାକତ୍ୟାଗ ଓ ଦେବନୀତି ନିଷେଧ କରାଯାଇଛି। ପରାଗ ଗ୍ରାସର ୧୨ ଘଂଟା ପୂର୍ବରୁ ନୀତି ପାଇଁ ବ୍ୟବସ୍ଥା ହୋଇଛି। ଫଳରେ ବୁଧବାର ରାତିସାରା ଖୋଲା ରହିବ ଶ୍ରୀମନ୍ଦିର ଏବଂ ଭକ୍ତ ଶ୍ରୀଜିଉଙ୍କୁ ସାରାରାତି ଦର୍ଶନ କରିବେ। ଭୋର ରାତି ୩ଟାରେ ଶ୍ରୀମନ୍ଦିର ଦ୍ୱାରଫିଟା, ୩ଟା ୪ରେ ମଙ୍ଗଳ ଆଳତି ଏବଂ ୪ଟା୩୦ରେ ମଇଲମ ଓ ତଡ଼ପ ଲାଗି ହେବ। ସକାଳ ୬ଟା୨୦ ରୁ ୬ଟା ୫୦ ସୁଦ୍ଧା ପହିଲି ଭୋଗ ଏବଂ ୭ଟା୩୦ ରୁ ୯ଟା ମଧ୍ୟରେ ସକାଳ ଧୂପ ନୀତି ଅନୁଷ୍ଠିତ ହେବ। ସେହିପରି ୧୦ଟା ସୁଦ୍ଧା ମଇଲମ ଏବଂ ୧୧ଟାରୁ ୧୨ଟା ୩୦ ସୁଦ୍ଧା ମଧ୍ୟାହ୍ନ ଧୂପ ଶେଷ କରିବା ପାଇଁ ନୀତି ନିର୍ଘଂଟ ହୋଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.