Home ଜିଲ୍ଲା ପରିକ୍ରମା ସୂଚନା ଅଧିକାର କର୍ମୀ ତଥା “ମୋ ଦଳ”ର ମହାସଚିବଙ୍କ ଗିରଫ ପ୍ରତିବାଦରେ ନବ ନିର୍ମାଣ କୃଷକ...

ସୂଚନା ଅଧିକାର କର୍ମୀ ତଥା “ମୋ ଦଳ”ର ମହାସଚିବଙ୍କ ଗିରଫ ପ୍ରତିବାଦରେ ନବ ନିର୍ମାଣ କୃଷକ ସଂଗଠନର ବିକ୍ଷୋଭ

11

ଭଦ୍ରକ, ୨ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ରାଜ୍ୟର ଜଣାଶୁଣା ସୂଚନା ଅଧିକାର କର୍ମୀ ତଥା “ମୋ ଦଳ”ର ମହାସଚିବ ପ୍ରଦୀପ ପ୍ରଧାନଙ୍କ ଗିରଫଦାରୀ ପ୍ରତିବାଦରେ ଭଦ୍ରକ ଜିଲ୍ଲା ନବ ନିର୍ମାଣ କୃଷକ ସଂଗଠନର କର୍ମୀମାନେ ଆଜି ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ମିଥ୍ୟା କେଶ୍ କରି ରାଜନୌତିକ ଅଭିସନ୍ଧି ରଖି ଜଣେ ଜଣାଶୁଣା ସୂଚନା ଅଧିକାର କର୍ମୀ ତଥା ମୋ ଦଳର ମହାସଚିବ ପ୍ରଦୀପ ପ୍ରଧାନଙ୍କୁ ଯେଭଳି ଗିରଫ କରାଗଲା ଏହା ଅଗଣତାନ୍ତ୍ରିକ ବୋଲି ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ନିନ୍ଦା କରାଯାଇଥିଲା । ଶ୍ରୀ ପ୍ରଧାନଙ୍କୁ ନିସର୍ତ୍ତ ଖଲାସ ଦାବି କରି ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଶାନ୍ତନୁ କୁମାର ମହାନ୍ତିଙ୍କୁ ସଂଗଠନ ପକ୍ଷରୁ ଏକ ଦାବି ପତ୍ର ଦିଆଯାଇଛି । ଓଡ଼ିଶା ପୋଲିସ ଗତ ତା୨୮/୧୦/୨୦୩ରିଖରେ ରାଜନୌତି ଉଦ୍ଦେଶ୍ୟମୂଳକ ଭାବେ ତାଙ୍କୁ ଗିରଫ କରିବା ଘଟଣା ଅତ୍ୟନ୍ତ ଲଜ୍ଜ୍ୟାକର ଘଟଣା ବୋଲି ସଂଗଠନ ପକ୍ଷରୁ ଦାବିପତ୍ରରେ ଦର୍ଶାଯାଇଅଛି । ଶ୍ରୀ ପ୍ରଧାନଙ୍କ ନାମରେ ବିଭିନ୍ନ ମିଥ୍ୟା ମୋକଦ୍ଦମା ରୁଜୁ କରିଛନ୍ତି । ଯେଉଁ ଯେଉଁ ଆନ୍ଦୋଳନରେ ଶ୍ରୀ ପ୍ରଧାନ ଆଦୌ ଉପସ୍ଥିତ ନଥିଲେ ବା ଉପସ୍ଥିତ ଥିଲେ ବି ଠେଲା ପେଲା, ଗଡ଼ାପଡ଼ା ସମୟରେ ମହିଳା କନେଷ୍ଟବଳଙ୍କୁ ଆଦୌ ଅସତ୍ ବ୍ୟବହାର କରିନଥିଲେ । କିନ୍ତୁ ତାଙ୍କ ନାମରେ ଉଦ୍ଦେଶ୍ୟମୂଳକ ଭାବେ ସଙ୍ଗୀନ ଦଫା ଲଗାଯିବା ଘଟଣା ସମ୍ପୂର୍ଣ୍ଣ ରାଜନୌତିକ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ଅଭିଯୋଗ କରାଯାଇଛି । ବିକ୍ଷୋଭ ପ୍ରଦର୍ଶନ ପରେ ଜିଲ୍ଲା ସଂଯୋଜକ ତ୍ରିଲୋଚନ ପଣ୍ଡା, ସତ୍ୟରଞ୍ଜନ ନାୟକ, ପ୍ରଭାତ କୁମାର ମହାଳିକ, ଶତ୍ରୁଘ୍ନ ସ୍ୱାଇଁ, ସୀତାକାନ୍ତ ସାହୁ, ଜାହିର ଖାନ୍ ପ୍ରମୁଖ ଅତିରିକ୍ତ ଜିଲ୍ଲାପାଳଙ୍କୁ ଭେଟି ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.