Home ଜିଲ୍ଲା ପରିକ୍ରମା ପ୍ରଜାମେଳିରୁ ପ୍ରଜାତନ୍ତ୍ରର ସୃଷ୍ଟି, ପ୍ରଜାତନ୍ତ୍ର ସାହିତ୍ୟ ପାଠଚକ୍ରର ସାରସ୍ୱତ ଆସର ଉଦ୍‌ଘାଟିତ

ପ୍ରଜାମେଳିରୁ ପ୍ରଜାତନ୍ତ୍ରର ସୃଷ୍ଟି, ପ୍ରଜାତନ୍ତ୍ର ସାହିତ୍ୟ ପାଠଚକ୍ରର ସାରସ୍ୱତ ଆସର ଉଦ୍‌ଘାଟିତ

41

ଭଦ୍ରକ, ୨ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – କେବଳ ପ୍ରଜାମେଳି ନୁହେଁ ଓଡ଼ିଶା ଇତିହାସର ପୁନଃ ଗଠନର ସର୍ବେସର୍ବା ଥିଲେ ଉତ୍କଳ କେଶରୀ ଡଃ ହରେକୃଷ୍ଣ ମହତାବ । ପ୍ରଜାମାନଙ୍କୁ ଇଂରେଜ କବଳରୁ ସୁରକ୍ଷା ଦେବା ସହିତ ସମସ୍ତ ସୁବିଧା ଓ ଗୁପ୍ତ ଖବର ସେମାନଙ୍କ ପାଖରେ କିଭଳି ପହଞ୍ôଚ ବିଭିନ୍ନତା ମଧ୍ୟରେ ଏକତା ସୃଷ୍ଟି ହୋଇପାରିବ । ଏବଂ ଗଡଜାତ ଅଂଚଳକୁ ଏକତ୍ରିତ କରି ସ୍ୱତନ୍ତ୍ର ପ୍ରଦେଶ ଭାବେ ଓଡ଼ିଶା ଗଠନ କରିବା ସହ ଆମ ଲୋକସାହିତ୍ୟ, ଇତିହାସ ଓ ସର୍ବୋପରି କିମ୍ବଦନ୍ତୀକୁ ଉଦ୍‌ଜୀବିତ କରିବା ପାଇଁ ଆରମ୍ଭ ହୋଇଥିବା ପ୍ରଜାମେଳିରୁ ହିଁ ପ୍ରଜାତନ୍ତ୍ରର ସୃଷ୍ଟି ବୋଲି ଆଜିର ପ୍ରଜାତନ୍ତ୍ର ସାହିତ୍ୟ ପାଠଚକ୍ର ଆନୁକୂଲ୍ୟରେ ଅନୁଷ୍ଠିତ ସଭାରେ ଗବେଷକ, ଐତିହାସିକ ଓ ସାହିତ୍ୟିକମାନେ ନିଜ ନିଜର ମତ ରଖିଛନ୍ତି । ପଣ୍ଡିତ ଦୈତ୍ୟାରି ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାକୁ ପ୍ରଜାତନ୍ତ୍ର ପାଠଚକ୍ରର ଆବାହକ ଅପୂର୍ବ ରଂଜନ ବେହେରା ପରିଚାଳନା କରିଥିବାବେଳେ ପ୍ରଜାତନ୍ତ୍ରର ସ୍ୱତନ୍ତ୍ର ଜିଲା ପ୍ରତିନିଧି ମନୋରଂଜନ ବାରିକ ଅତିଥିମାନଙ୍କୁ ମଂଚ ଆମନ୍ତ୍ରଣ କରିବା ସହ କାର୍ଯ୍ୟକ୍ରମ ସଂପର୍କରେ ସ୍ୱାଗତ ଅଭିବ୍ୟକ୍ତ ରଖିଥିଲେ ।

ଏହି ପାଠଚକ୍ରରେ ଇଂ ରବିନ୍ଦ୍ର କୁମାର ଜେନା, ଇଂ ଅଭୟ ସୂତାର, ପ୍ରାବନ୍ଧିକ ବିଭୂତି ଭୂଷଣ ସେନାପତି, ଅଧ୍ୟାପକ ଉମାକାନ୍ତ ମଲ୍ଲିକ, ଶିକ୍ଷକ ଅଶୋକ କୁମାର ଖିଲାର ପ୍ରମୁଖ ସ୍ୱତନ୍ତ୍ର ଅତିଥି ଭାବେ ଯୋଗଦେଇ ପ୍ରଜାମେଳି ଆନ୍ଦୋଳନରେ ଡଃ ହରେକୃଷ୍ଣ ମହତାବଙ୍କ ଭୂମିକା ସଂପର୍କରେ ଆଲୋଚନା କରିଥିଲେ । ଆଲୋଚନା ଚକ୍ରର ନିୟମାନୁଯାୟୀ ସମାଜସେବୀ ତଥା କବି ଡା. କିରଣ ଚନ୍ଦ୍ର ଗୁଇଁ ଓ ଗୋପବନ୍ଧୁ ନୋଡାଲ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶରତ ଚନ୍ଦ୍ର ଜେନାଙ୍କୁ କବି ଗୌରବ ସମ୍ମାନରେ ସମ୍ମାନିତ କରାଯାଇଥିଲା । କବି ମୁସ୍ତାକ ଗହ୍ୱର ଓ କବି ପ୍ରମୋଦ ରାୟଙ୍କ ସଂଯୋଜନାରେ ୨୨ ଜଣ କବି-କବୟିତ୍ରୀ ନିଜ ନିଜର ସ୍ୱରଚିତ କବିତା ଆବୃତି କରିଥିଲେ । ଏହି ଆଲୋଚନା ସଭାରେ ଅନ୍ୟମାନଙ୍କ ମଧ୍ୟରେ ନାଟ୍ୟଶ୍ରୀ ନିର୍ମଳ ରାଉତ, ସଂଯୁକ୍ତା ବଳ, ନିରଂଜନ ନାୟକ, ଆଶୁତୋଷ କରଣ, ଅରୂପାନନ୍ଦ ନାୟକ, ଅବଦୁଲ ଦୟାନ, ବସନ୍ତ ପାତ୍ର, ସୁଧାରଂଜନ ମହାନ୍ତି, ଦମୟନ୍ତି ରାଉତ, ନରେଶ ଚନ୍ଦ୍ର ଲେଙ୍କା ପ୍ରମୁଖ ପାଠଚକ୍ର ସଂପର୍କରେ ଆଲୋଚନା ରଖିବା ସହ କବିତା ପାଠ କରିଥିଲେ । ଶେଷରେ ଆଦର୍ଶ ଶିକ୍ଷକ ଶରତ ଚନ୍ଦ୍ର ଜେନା ଧନ୍ୟବାଦ ଦେଇଥିଲେ । ଗଙ୍ଗାଧର ଦାସ ଓ ମନୋରଂଜନ ବାରିକ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ପ୍ରତିମାସ ୧ ତାରିଖ ଅପରାହ୍ନ ୫.୩୦ ମିନିଟ୍ ସମୟରେ ସ୍ଥାନୀୟ ଐତିହାସିକ ମହତାବ କୋଠୀରେ ପ୍ରଜାତନ୍ତ୍ର ସାହିତ୍ୟ ପାଠଚକ୍ରର ଆଲୋଚନା ଚକ୍ର ହେବ ବୋଲି ଆଜିର ସଭାରେ ବିଧିବଦ୍ଧ ଭାବେ ଘୋଷଣା କରାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.