Home ଜିଲ୍ଲା ପରିକ୍ରମା ରାଲି ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଜରିଆରେ ଦୁର୍ନୀତି ନିବାରଣ ସଚେତନତା

ରାଲି ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଜରିଆରେ ଦୁର୍ନୀତି ନିବାରଣ ସଚେତନତା

18

ଭଦ୍ରକ, ୨ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ ଉପଲକ୍ଷେ ଭଦ୍ରକ ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି । ଅକ୍ଟୋବର ୩୦ ରୁ ଆରମ୍ଭ ହୋଇ ନଭେମ୍ବର ୫ ପର୍ଯ୍ୟନ୍ତ ପାଳିତ ହେବାକୁ ଥିବା ଏହି ସଚେତନତା ସପ୍ତାହ ଉପଲକ୍ଷେ ପ୍ରଥମ ଦିନ ଜିଲ୍ଲାର ବିଭିନ୍ନ କାର୍ଯ୍ୟାଳୟରେ ଶପଥପାଠ ଉତ୍ସବ ଓ ଆଲୋଚନା ଚକ୍ରପରେ ୧ ନଭେମ୍ବର ଅପରାହ୍ଣରେ ଜିଲ୍ଲା ସ୍ତରରେ ପ୍ରାୟ ୨୦୦ ମିଶନ ଶକ୍ତି ମହିଳାମାନଙ୍କୁ ନେଇ ଏକ ଶୋଭାଯାତ୍ରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଆଜି ପୂର୍ବାହ୍ଣରେ ସ୍କୁଲ ପିଲାଙ୍କୁ ନେଇ ଏକ ଶୋଭାଯାତ୍ରା ସହ ସାଂସ୍କୃତିକ କାର୍ଯ୍ୟକ୍ରମ ପାଲା ପରିବେଷଣ ଜରିଆରେ ଦୁର୍ନୀତି ନିବାରଣ ସଚେତନତାର ବାର୍ତ୍ତା ପ୍ରଦାନ କରାଯାଇଥିଲା । ସରକାରୀ ଉଚ୍ଚ ବିଦ୍ୟାଳୟ, ଭଦ୍ରକରୁ ଏହି ଶୋଭାଯାତ୍ରା ବାହାରି ଟାଉନ୍‌ହଲଛକ, ଅପର୍ତ୍ତିବିନ୍ଧା ଛକ, ବନ୍ତଛକ ଦେଇ ସହରର ମୁଖ୍ୟରାସ୍ତା ପରିକ୍ରମା ପୂର୍ବକ ଆରମ୍ଭ ଜାଗାରେ ଶେଷ ହୋଇଥିଲା । ଦୁର୍ନୀତି ନିବାରଣ ବିଭିନ୍ନ ବାର୍ତ୍ତା ସମ୍ବଳିତ ପ୍ଲାକାର୍ଡ଼, ବ୍ୟାନର ପ୍ରଦର୍ଶନ ପୂର୍ବକ ଡାକବାଜି ଯନ୍ତ୍ର ଦ୍ୱାରା ସ୍ଲୋଗାନ୍ ଏହି ଶୋଭାଯାତ୍ରାରେ ପ୍ରଦାନ କରାଯାଇଥିଲା ।

ଭଦ୍ରକ ଜିଲ୍ଲା ଶିକ୍ଷାଧିକାରୀ ଅକ୍ରୁର ବାରିକ ସହଯୋଗ କ୍ରମେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରମେଶ ଚନ୍ଦ୍ର ନାୟକଙ୍କ ସଂଯୋଜନାରେ ଆୟୋଜିତ ଏହି ଶୋଭାଯାତ୍ରାରେ ଜିଲ୍ଲା ସଂସ୍କୃତି ଅଧିକାରୀ ତନୁଜାସିର୍କା ଜିଲ୍ଲା କ୍ରୀଡ଼ା ଅଧିକାରୀ ପଦ୍ମନ ରାୟ, ଉକ୍ତ ବିଦ୍ୟାଳୟ ପ୍ରଧାନ ଶିକ୍ଷୟିତ୍ରୀ ପ୍ରିୟଙ୍କା ପ୍ରିୟଦର୍ଶନୀ ନାୟକ, ବିଜୟ କୁମାର ବେହେରା, ରାଜକିଶୋର ଚୌଧୁରୀ, ନବ କିଶୋର ପଣ୍ଡା, ମନୋଜ କୁମାର ସାହୁ, ତନୁଜା ଓଝା, ସସ୍ମିତା ମହାପାତ୍ର ପ୍ରମୁଖ ସାମିଲ ରହି ଶୋଭାଯାତ୍ରା ଆୟୋଜନ ଓ ପରିଚାଳନାରେ ଆନୁସଙ୍ଗିକ ସହଯୋଗ କରିଥିଲେ । ଏହି ଶୋଭାଯାତ୍ରା ପରିକ୍ରମାରେ ଟ୍ରାଫିକ ଓ ପୋଲିସ ବିଭାଗୀୟ ଅଧିକାରୀମାନେ ପୂର୍ଣ୍ଣ ସହଯୋଗ କରିଥିଲେ । ଶୋଭାଯାତ୍ରା ସମାପ୍ତି ପରେ ପରେ ଜିଲ୍ଲା ସଂସ୍କୃତି ବିଭାଗ ଅନୁମୋଦନରେ ଭଦ୍ରକ ବ୍ଲକ କଳା ସଂସ୍କୃତି ସଂଘର ଉପସଭାପତି ପ୍ରଶାନ୍ତ କୁମାର ବେହେରାଙ୍କ ସହଯୋଗରେ ଗାୟକ ଅରବିନ୍ଦ ବାରିକ ଓ ତାଙ୍କ ସାଥୀଙ୍କ ଦ୍ୱାରା ଦୁର୍ନୀତି ନିବାରଣ ସଚେତନତା ସମ୍ବନ୍ଧୀୟ ବିଷୟାବଳୀ ନେଇ ପାଲା ପରିବେଷଣ କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.