Home ଓଡ଼ିଶା ସୂଚନା ଅଧିକାର କର୍ମୀଙ୍କୁ ଗୁଳି କରି ହତ୍ୟା କଲେ ଦୁର୍ବୃତ୍ତ

ସୂଚନା ଅଧିକାର କର୍ମୀଙ୍କୁ ଗୁଳି କରି ହତ୍ୟା କଲେ ଦୁର୍ବୃତ୍ତ

114

ପ୍ରଥମ ଥର ପାଇଁ ବାଲିଗୁଡାରେ ଗୁଳି ଫୁଟିଲା : ଚକ୍ରବ୍ୟୁହରେ ଫସିଗଲେ ଅଭିମନ୍ୟୁ:
ବାଲିଗୁଡା, ୧୦-୧୨ (ଓଡ଼ିଆ ପୁଅ /ସଞ୍ଜୟ କୁମାର ପାଣିଗ୍ରାହୀ)ବାଲିଗୁଡ଼ା ଥାନା ପାତ୍ରସାହିରେ ସୂଚନା ଅଧିକାର କର୍ମୀ ଅଭିମନ୍ୟୁ ପଣ୍ଡାଙ୍କୁ ଗୁଳି କରି ହତ୍ୟା କରାଯାଇଛି। ସକାଳ ପ୍ରାୟ ୭ଟା ୩୦ରେ ଘରୁ ଡାକି ଆଣି ୨ ଜଣ ଦୁର୍ବୃତ୍ତ ତାଙ୍କୁ ଗୁଳି କରି ଫେରାର ହୋଇଯାଇଛନ୍ତି। ଅଭିମନ୍ୟୁଙ୍କୁ ଗୁରୁତର ଅବସ୍ଥାରେ ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଛନ୍ତି। ବାଲିଗୁଡ଼ା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଖୋକା ଜବତ କରିବା ସହ ଘଟଣାର ଛାନଭିନ୍ କରୁଛି। ତେବେ, କେଉଁ କାରଣରୁ କିଏ ଅଭିମନ୍ୟୁଙ୍କୁ ଗୁଳି କଲା ତାହା ଜଣାପଡ଼ିନାହିଁ।, ଅଭିମନ୍ୟୁ ଜଣେ ସୂଚନା ଅଧିକାର କର୍ମୀ ହୋଇଥିବା ବେଳେ, କୌଣସି ଏକ ବଡ଼ ଘୋଟାଲାର ପର୍ଦ୍ଦାଫାସ କରିବାକୁ ଚାହୁଁଥିବାରୁ ଗୁଳି କରାଯାଇଥିବା ସନ୍ଦେହ କରାଯାଉଛି। ଏ ସମ୍ପର୍କରେ ପୋଲିସ କୌଣସି ସୂଚନା ଦେଇନାହିଁ।ଏହି ଘଟଣାକୁ ନେଇ ବାଲିଗୁଡା ବ୍ଲକ କଂଗ୍ରେସ ପକ୍ଷରୁ ୫୯ନଂ ଜାତୀୟ ରାଜପଥ କୁ ଟାୟାର ଜାଳି ଅବରୋଧ କରିଥିଲେ। ପୋଲିସ ଖବର ପାଇ ଘଟଣା ସ୍ଥଳରେ ପହଂଚି କଂଗ୍ରେସ କର୍ମୀ ମାନଙ୍କୁ ବୁଝା ସୁଝା କରିବା ପରେ କିଛି ସମୟ ପରେ ରାସ୍ତା ଅବରୋଧ ହଟି ଥିଲା। ସ୍ଥାନୀୟ ଅଞ୍ଚଳରେ ଏହି ଖବର ଚାଞ୍ଚଲ୍ୟ ଖେଳାଇ ଦେଇଛି।ହେଲେ ଥାନା, ଏସଡିପିଓ ଏବଂ ସିଆରପିଏଫର ମୁଖ୍ୟ କ୍ୟାମ୍ପ ଠାରୁ ମାତ୍ର ୫୦ମିଟର ଦୂରରେ ଅଭିମନ୍ୟୁ ପଣ୍ଡାଙ୍କ ଘର ହେଲେ ଏଠାରେ ଜନସାଧାରଣ ଙ୍କ ମନରେ ପ୍ରଶ୍ନ ଉଠୁଛି ଯେ ଆଇନ ଶୃଙ୍ଖଲାର ରକ୍ଷକ ନିକଟରେ ଥାଇ ଏପରି ଘଟିଲା, ତେବେ ଦୂରରେ ଥିବା ଜନସାଧାରଣ ସୁରକ୍ଷା ପାଇପାରିବେ ତ?

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.