Home ଓଡ଼ିଶା ଯୋଡା : ଲୁଟ୍ ଘଟଣାରେ ୪ ଗିରଫ

ଯୋଡା : ଲୁଟ୍ ଘଟଣାରେ ୪ ଗିରଫ

398

ାା ଯୋଡା, ୧୦/୧୨ (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) : ସୋମବାର ରାତି୍ର ୧୧ ଘଟିକା ସମୟରେ କଣ୍ଡରା ଛକ ନିକଟରେ ଏକ ଟ୍ରଲର ଡ୍ରାଇଭରକୁ ଆକ୍ରମଣ କରିବା ସହିତ ଧମକ ଦେଇ ଲୁଟ କରିଥିବା ଘଟଣାରେ ମଙ୍ଗଳବାର ପୁଲିସ ୪ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ସେମାନେ ହେଲେ କମାରଯୋଡାର ରାହୁଲ ସିଂ (୨୪), ବାଂଶପାଣୀର ପଙ୍କଜ କୁମାର ଗୁପ୍ତା (୨୧), ଶାସ୍ତ୍ରୀ ନଗରର ଦେବବ୍ରତ ଦାସ (୨୧), ବନେଇକଳାର ସନ୍ତୋଷ କୁମାର ରାଏ (୧୯) । ଘଟଣାରୁ ପ୍ରକାଶ ଯେ, ସୋମବାର ରାତ୍ରି ୧୧ ଟା ସମୟରେ ଏକ ଟାଟା ସୁମୋ ନଂ. ଜେଏଚ୍-୦୫ଇ-୨୫୯୬ରେ ଯାଇ କଣ୍ଡରା ଛକ ନିକଟରେ ଏକ ଟ୍ରଲର ଜେଏଚ୍-୦୪ଏଚ୍-୪୭୦୯କୁ ଅଟକାଇବା ସହିତ ଟ୍ରଲର ଡ୍ରାଇଭର ନାରାୟଣ ପଣ୍ଡିତଙ୍କୁ ଧମକ ଏବଂ ମରଣାନ୍ତକ ଆକ୍ରମଣ କରି ତା ନିକଟରେ ନଗଦ ୨ ହଜାର ଟଙ୍କା, ଡ୍ରାଇଭିଂ ଲାଇସେନ୍ସ, ଏଟିଏମ୍ କାର୍ଡ ଓ ଜେଗ୍ ରଡ୍ ଛଡାଇନେଇଥିଲେ । ଏ ନେଇ ଡ୍ରାଇଭର ଜଣଙ୍କ ଯୋଡା ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା । ଏହି ଟ୍ରଲରଟି ଯୋଡା ଯାଉଥିବା ଜଣାପଡିଥିବା ବେଳେ ଡ୍ରାଇଭର ର ଘର ଝାରଖଣ୍ଡସ୍ଥିତ ମଦନଗୁଣ୍ଡି ବୋଲି ଜଣାପଡିଛି । ପୁଲିସ ଅଭିଯୁକ୍ତମାନଙ୍କୁ ଗିରଫ କରିବା ସହିତ ଏହି ଲୁଟ ଘଟଣାରେ ବ୍ୟବହୃତ ସୁମୋ ଗାଡିଟିକୁ ଜବତ କରି ତଦନ୍ତ ଜାରି ରଖିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.