Home ଓଡ଼ିଶା କୁଚିଂଡା ପୋଲିସ ଥାନାକୁ ରାଜ୍ୟରେ ପ୍ରଥମ ର‌୍ୟାଙ୍କ

କୁଚିଂଡା ପୋଲିସ ଥାନାକୁ ରାଜ୍ୟରେ ପ୍ରଥମ ର‌୍ୟାଙ୍କ

311

ସମ୍ବଲପୁର, ୧୦/୧୨ (ଓଡ଼ିଆ ପୁଅ) ଭାରତ ସରକାରଙ୍କ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ସେବା କ୍ଷେତ୍ରରେ ଉଲ୍ଲେଖନୀୟ ଭୂମିକା ଓ କାର୍ଯ୍ୟ ପାଇଁ ସମ୍ବଲପୁର ଜିଲ୍ଲାର କୁଚିଂଡ଼ା ପୋଲିସ ଥାନା, ଦେଶର ସମସ୍ତ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଇଲାକାର ଶ୍ରେଷ୍ଟ ଥାନା ତାଲିକାରେ ସ୍ତାନିତ ହେବାର ଯୋଗ୍ୟତା ହାସଲ କରିଛି। ମନ୍ତ୍ରଣାଳୟ ପକ୍ଷରୁ କରାଯାଇଥିବା ଏହି ନିରପେକ୍ଷ ସର୍ଭେରେ ୨୦୧୯ ବର୍ଷ ପାଇଁ କୁଚିଂଡ଼ା ଥାନା ରାଜ୍ୟର ଶ୍ରେଷ୍ଟ ଥାନା ବିବେଚିତ ହୋଇଛି। ଦୁଇଟି ପର୍ଯ୍ୟାୟରେ ଏହି ସର୍ଭେ କରାଯାଇଥିଲା। ଏଥିରେ ବିଭିନ୍ନ ମାନାଙ୍କ ଯଥାଃ ଅପରାଧ ନିୟନ୍ତ୍ରଣ, ଜନସମ୍ପର୍କ, ଥାନାର ଭିତିଭୂମି, ଜନସାଧାରଣଙ୍କୁ ସେବା ଓ ସୁବିଧା ପ୍ରଦାନ, ଅଭିଯୋଗକାରୀଙ୍କୁ ସହାୟତା ତଥା ସଦବ୍ୟବହାର, ପେଟ୍ରୋଲିଂ, ଆଇନଶୃଂଖଳା ରକ୍ଷା ପ୍ରଭୃତି ବାବଦରେ ଅନୁଧ୍ୟାନ କରାଯାଇଥିଲା। ଏପରିକି ଥାନାକୁ ଆସୁଥିବା ବ୍ୟକ୍ତି ବିଶେଷ ଏବଂ କୁଚିଂଡ଼ା ସହରର ସାଧାରଣ ନାଗରିକଙ୍କ ମତାମତ ଆଧାରରେ ଏହି ପୁରସ୍କାର ପାଇଁ ରାଜ୍ୟରେ କୁଚିଂଡ଼ା ପୋଲିସ ଥାନା ରାଜ୍ୟରେ ପ୍ରଥମ ର‌୍ୟାଙ୍କ ପାଇବାର ଯୋଗ୍ୟତା ହାସଲ କରିଥିବା ଜଣାପଡ଼ିଛି। ଏବେ ରାଜ କିଶୋର ମିଶ୍ର କୁଚିଂଡ଼ାର ଏସଡ଼ିପିଓ ଏବଂ ପି କେ କର୍ଣ ଥାନାର ଆଇଆଇସି ଅଛନ୍ତି। ଗତଥର ସୋନପୁର ଜିଲ୍ଲାର ତରଭା ପୋଲିସ ଥାନା ରାଜ୍ୟରେ ପ୍ରଥମ ର‌୍ୟାଙ୍କ ହାସଲ କରିଥିଲା। ସୂଚନା ଯୋଗ୍ୟ ଯେ, ସମ୍ପ୍ରତି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର କମ୍ୟୁନଟି ପୋଲିସିଂକୁ ଗୁରୁତ୍ୱ ପ୍ରଦାନ କରୁଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.