Home କେନ୍ଦୁଝର ସୁଲଣରେ ଜୟଦୁର୍ଗା ଫାଉଣ୍ଡେସନ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ

ସୁଲଣରେ ଜୟଦୁର୍ଗା ଫାଉଣ୍ଡେସନ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ

104

ହାଟଡିହି-୨୬ /୧୨ (ଓଡିଆପୁଅ / ବିକାଶ ବିଶ୍ୱାଳ) ହାଟଡିହି ବ୍ଲକ ସୁଲଣ ବାଲି ପଡିଆ ଠାରେ ଜୟ ଦୁର୍ଗା ଫାଉଣ୍ଡେସନ ଟ୍ରଷ୍ଟ ପକ୍ଷରୁ ଆୟୋଜିତ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଜୟଦୁର୍ଗା ଫାଉଣ୍ଡେସନର ଅଧ୍ୟକ୍ଷା ସୁରେଶ୍ୱରୀ ସାଗରୀକା ଜେନା ଯୋଗଦେଇ ଏହାକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଏଥିରେ ମୋଟ ୮ଟି ଦଳ ଭାଗନେଇଥିବାବେଳେ ଆଜି ମା ବରାହୀ ବଞ୍ଚୋ, କାଦବରାଙ୍ଗ, ହାଟଡିହି ଓ ଶାସଙ୍ଗ ଦଳ ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହୋଇଥିବାବେଳେ ମା ବରାହୀ କ୍ରିକେଟ ଟିମ ବଞ୍ଚୋ ଫାଇନାଲକୁ ଉନ୍ନୀତ ହୋଇଛି । ସତ୍ୟାନନ୍ଦ ନାୟକ ଓ ଜ୍ୟୋତି ପ୍ରକାଶ ଜେନା ଅମ୍ପାୟାର ଭାବେ ଖେଳ ପରିଚାଳନା କରିଥିବାବେଳେ ପ୍ରଣବ ଚକ୍ର, ତୁଷାରକାନ୍ତ ନାୟକ, ସର୍ବେଶ୍ୱର ମହାନ୍ତି ଏବଂ ଅର୍ଜୁନ ଖଣ୍ଡା ସ୍କୋରର ଓ ସୁର୍ଯ୍ୟକାନ୍ତ ଜେନା, ହରଦା ପ୍ରସନ୍ନ ଜେନା ଭାଷ୍ୟକାର ଭାବେ ଖେଳର ଧାରାବିବରଣୀ ପ୍ରଦାନ କରିଥିଲେ । ମା ତାରିଣୀ ସେବାସଂସ୍ଥା ସୁଲଣ ଓ ରୁସ୍ତମ କ୍ରିକେଟ କ୍ଲବର ସଦସ୍ୟମାନେ ଟୁର୍ଣ୍ଣାମେଣ୍ଟ ପରିଚାଳନା କରୁଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.