Home କେନ୍ଦୁଝର ବିଶିଷ୍ଟ ବ୍ୟବସାୟୀ ମାର୍କଣ୍ଡ ଜେନାଙ୍କ ପରଲୋକ

ବିଶିଷ୍ଟ ବ୍ୟବସାୟୀ ମାର୍କଣ୍ଡ ଜେନାଙ୍କ ପରଲୋକ

108

ହାଟଡିହି-୨୬ /୧୨ (ଓଡିଆପୁଅ / ବିକାଶ ବିଶ୍ୱାଳ) କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ମରୈଗାଁ ପଞ୍ଚାୟତ ବନ୍ତଳା ଗ୍ରାମର ବିଶିଷ୍ଟ ବ୍ୟବସାୟୀ ତଥା ଧର୍ମପରାୟଣ ବ୍ୟକ୍ତି ଭାବେ ପରିଚିତ ମାର୍କଣ୍ଡ ଚରଣ ଜେନାଙ୍କ ଗତ୨୫ତାରିଖ ଅପରାହ୍ନ ଗୋଟାଏରେ ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୮୨ବର୍ଷ ହୋଇଥିଲା । ସେ ବସନ୍ତିଆ ବଜାରର ସରସ୍ୱତୀ ବସ୍ତ୍ରାଳୟ, ସରସ୍ୱତୀ ଅଳଙ୍କାର, ସରସ୍ୱତୀ ସେଲସର ମାଲିକ ଥିବାସହ ଗ୍ରାମରେ ବିଭିନ୍ନ ଧାର୍ମିକ ଅନୁଷ୍ଠାନ ସହିତ ଜଡିତ ଥିଲେ । ତାଙ୍କ ବିୟୋଗରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ତାଙ୍କ ମୃତ୍ୟୁଶଯ୍ୟା ନିକଟରେ ତାଙ୍କର ସ୍ତ୍ରୀ କେତକୀ ଜେନା, ପୁଅ ମହେନ୍ଦ୍ର, ନରେନ୍ଦ୍ର, ସୁରେନ୍ଦ୍ର, ଜିତେନ୍ଦ୍ର, ପଞ୍ଚାନନ, ବୋହୁ ଉଜ୍ଜଳ ଜେନା, ବିଳାସିନୀ, ସତ୍ୟଭାମା, ଅତସୀରାଣୀ, ବବିତା, ଝିଅ ବାସନ୍ତୀ, ସୁକାନ୍ତୀ, ଜ୍ୱାଇଁ ଉମାକାନ୍ତ, ବୁଲୁ, ଭଣଜା ସୌମ୍ୟ ରଞ୍ଜନ ପ୍ରମୁଖ ଉପସ୍ଥିତ ଥିଲେ । ତାଙ୍କ ପରଲୋକ ଖବରପାଇ ଗଣେଷ ପଣ୍ଡା, ସ୍ମୃତି ରଞ୍ଜନ ପଣ୍ଡା, ଅମୁଲ୍ୟ ଖୁଣ୍ଟିଆ, ସୁବାସ ଚନ୍ଦ୍ର ପରିଡା, ରମେଶ ଜେନା, ନବଘନ ଜେନାଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କ ବାସଭବନରେ ପହଞ୍ଚି ଶେଷଦର୍ଶନ କରିଥିଲେ । ପରେ ତାଙ୍କ ମରଶରୀରକୁ ପୁରୀ ସ୍ୱର୍ଗଦ୍ୱାରକୁ ନିଆଯାଇ ଶେଷକୃତ୍ତ୍ୟ ସମ୍ପର୍ଣ୍ଣ କରାଯାଇଛି । ବଡପୁଅ ମହେନ୍ଦ୍ର କୁମାର ଜେନା ମୁଖାଗ୍ନି ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.